ସକାଳ ଓ ସନ୍ଧ୍ଯାରେ ତୁଳସୀ ପୂଜା ବେଳେ କୁହନ୍ତୁ ଏହି ଏକ ମନ୍ତ୍ର ! କୌଣସି ବିପଦ ଆପଣଙ୍କ ପାଖ ମାଡିବ ନାହିଁ…Tulasi Mata Mantra

ବନ୍ଧୁଗଣ ଯେଉଁ ଲୋକ ହିନ୍ଦୁ ଧର୍ମରେ କୁହାଯାଇ ଥିବା ନିୟମକୁ ମାନି ଧର୍ମ କର୍ମ କରିଥାଏ ତା ଜୀବନରୁ ଚିନ୍ତା ବହୁତ ଶୀଘ୍ର ଦୂର ହୋଇଯାଇ ଥାଏ । ହିନ୍ଦୁ ଶାସ୍ତ୍ରରେ ସୂର୍ଯ୍ୟଦୟ ଏବଂ ସୂର୍ଯାସ୍ତ ସମୟର ମହତ୍ଵ ବିଷୟରେ କୁହାଯାଇଛି ଯାହା ପୂଜା ପାଠ କରିବା ପାଇଁ ବହୁତ ଶୁଭ ଅଟେ । ଏହି ସମୟରେ ପୂଜା ପାଠ କରିବା ସହିତ ସକାଳୁ ସୂର୍ଯ୍ୟଦୟ ସମୟରେ ଗାଧୋଇବା ପରେ ସୂର୍ଯ୍ୟ ଏବଂ ତୁଳସୀକୁ ଜଣ ଅର୍ପଣ କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ବନ୍ଧୁଗଣ ତୁଳସୀ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ ହୋଇଥାଏ । ବ୍ୟକ୍ତି ନିଜର ଚିନ୍ତାରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟାସ୍ତ ସମୟରେ ବୃନ୍ଦାବତୀ ମାତା ଅର୍ଥାତ ତୁଳସୀ ବୃକ୍ଷ ମୂଳରେ ଦୀପ ଜାଳି ଗୋଟିଏ ମନ୍ତ୍ର ଜପ କରିବା ଉଚିତ । ତୁଳସୀ ଗଛକୁ ସ୍ଵର୍ଗର ଗଛ କୁହାଯାଇଥାଏ କାରଣ ଏଥିରେ କେତେକ ଦେବୀ ଦେବତା ବାସ କରିଥାନ୍ତି ଏବଂ ଏହି ଗଛକୁ ଛୁଇଁବା ଦ୍ଵାରା ବ୍ୟକ୍ତିର ଅନେକ ପାପ ଧୋଇ ହୋଇଯାଇଥାଏ ।

ନାରାୟଣଙ୍କର ପୂଜା କରିବା ପାଇଁ ତୁଳସୀ ନିହାତି ଆବଶ୍ୟକ ଅଟେ । ବିଷ୍ଣୁ ପୁରାଣରେ କୁହାଯାଇଛି କି ଘର ଆଗରେ ତୁଳସୀ ଗଛ ଲଗାଇବା ସହିତ ଯଦି ସକାଳେ ଜଳ ଚଢାନ୍ତି ଏବଂ ସନ୍ଧ୍ୟାରେ ଦୀପ ଜଳାଇ ଥାନ୍ତି ତେବେ ପରିବାରରେ ସୁଖ ସମୃଦ୍ଧି ବଢିଥାଏ । ଦୀପ ଜଳାଇବା ସମୟରେ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ ।

ସେହି ମନ୍ତ୍ରଟି ହେଉଛି । ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବିଧିନି ଆଧି ବ୍ୟାଧି ହରା ନିତ୍ୟ, ତୁଳସୀ ତ୍ଵଙ୍ଗ ନମୋସ୍ତୁତେ | ଏହାର ଅର୍ଥ ହେଉଛି ତୁଳସୀ ଗଛ ଜୀବନରେ ସବୁ ପ୍ରକାରର ସୌଭାଗ୍ୟ ବଢାଇବା ସହିତ ଲୋକଙ୍କୁ ସୁସ୍ଥ ରଖିଥାନ୍ତି । ସେଥିପାଇଁ ଆମେ ଆପଣଙ୍କୁ ନମସ୍କାର କରୁଛୁ ।

ତେବେ ଆପଣ ମଧ୍ୟ ପ୍ରତିଦିନ ମାତା ବୃନ୍ଦାବତୀ ଅର୍ଥାତ ତୁଳସୀ ଚଉରା ମୂଳରେ ସକାଳ ସମୟରେ ଜଳ ଅର୍ପଣ କରନ୍ତୁ । ଏଥିସହ ସନ୍ଧ୍ଯା ସମୟରେ ମାତା ବୃନ୍ଦାବତୀଙ୍କ ନିକଟରେ ଦୀପଟିଏ ଜାଳି ନିଜ ପରିବାରର ମଙ୍ଗଳ ମନାସନ୍ତୁ । ଆପଣ ଭକ୍ତି ଓ ନିଷ୍ଠାର ସହ ପ୍ରତିଦିନ ତୁଳସୀ ବୃକ୍ଷର ପୂଜା କରିଲେ । ଆପଣଙ୍କ ଜୀବନକୁ ଆସୁଥିବା ସବୁ ବିପଦ ମାତା ବୃନ୍ଦାବତୀ ଦୂର କରିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ