ସଜବାଜ ହୋଇ ସକାଳେ ଆଞ୍ଜୁଳି ଟେକିଲା… ସଞ୍ଜରେ ଚାନ୍ଦ ପୂଜା କରିବା ପୂର୍ବରୁ ଚାଲିଗଲା ଚାନ୍ଦିନୀ!

ନମସ୍କାର ବନ୍ଧୁଗଣ । କୁମାର ପୂର୍ଣ୍ଣିମା ଥିବାରୁ କାହିଁ କେତେ ଦିନରୁ କେତେ କଣ ସ୍ଵପ୍ନ ଦେଖିଥିଲେ ଚାନ୍ଦିନୀ । ସେଥିପାଇଁ ନୂଆ ଡ୍ରେସ, ମେହେନ୍ଦି ମଧ୍ୟ କିଣି ଆଣିଥିଲେ । ଆଉ ସଜେଇ ହେବାକୁ ପ୍ରସ୍ତୁତ ହେଉଥିଲେ । ଗତ କାଲି ଥିଲା କୁମାର ପୂର୍ଣ୍ଣିମା । ଆଉ ନୂଆ ଡ୍ରେସ ପିନ୍ଧି ସଜେଇ ହୋଇଥିଲେ ଚାନ୍ଦିନୀ । ଆଉ ବାହାରି ଥିଲେ ସାଙ୍ଗ ମାନଙ୍କ ସହ ଆଞ୍ଜୁଳି ଟେକିବାକୁ ସକାଳୁ ସକାଳୁ । ପୂଜା ସରିବା ପରେ ଘରକୁ ଫେରୁଥିଲେ ଚାନ୍ଦିନୀ ।

ଏଥର ଚନ୍ଦ୍ରଗ୍ରହଣ ଲାଗୁ ଥିବାରୁ ତରବର ହୋଇ ଚାନ୍ଦିନୀ ପୂଜା କରିବାକୁ ବାହାରି ପଡିଥିଲେ । କିନ୍ତୁ ଜାଣିଥିଲା ସେ ଆଉ ଘରକୁ ଫେରିବେନି ବୋଲି । ଚାନ୍ଦିନୀ ଘର ନିକଟରେ ଥିବା ଚଉରା କୁ ସଜାଇ ଥିଲା । କିନ୍ତୁ କିଛି ମିନିଟ ରେ ତାଙ୍କ ଜୀବନରେ ସବୁ କିଛି ଓଲଟ ପାଲଟା ହୋଇଗଲା । ବିଧିର ବିଧାନ କିଛି ଅଲଗା ଥିଲା । ଆଉ କିଛି ସମୟ ପରେ ଚାନ୍ଦିନୀ ଚାନ୍ଦ ପୂଜା କରିଥାନ୍ତା ।

କିନ୍ତୁ ଅଧାରେ ରହିଗଲା ଚାନ୍ଦିନୀ ର ଚାନ୍ଦ ପୂଜା । ଆଉ ଲିଭିଗଲା ତା ଜୀବନର ଦୀପ । ଚାନ୍ଦିନୀ ଘର ପାଖରେ ସାଉଣ୍ଡ ବାକ୍ସ ଓ ଲାଇଟ ଲଗାଉ ଥିଲେ । କଥାରେ ଏକ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ସେ ଗୁରୁତର ହୋଇ ପଡିଥିଲେ । ଏହାକୁ ଦେଖିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଯୁବତୀଙ୍କ ନାଁ ହେଉଛି ରଶ୍ମିତା ଜେନା । ପରିବାର ଲୋକେ ଝିଅର ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି । ମେଡିକାଲ ପରିସର କାନ୍ଦ ବୋବାଳି ରେ ଫାଟି ପଡୁଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଗଜିପୁରା ଥାନା ଷୋଳମୂଳ ଗାଁ ରେ । ରଶ୍ମିତା ଚାନ୍ଦ ପୂଜା କରିବାକୁ ବାହରି ଥିଲା । କିନ୍ତୁ ସେ ଜଣାଇ ନ ଥିଲା ଚାନ୍ଦ ପୂଜା ଏଥର ତାର ଶେଷ ପୂଜା ହେବ ବୋଲି ।

ଆଉ ସେ ଆଜି ଚିରଦିନ ପାଇଁ ନିଦ୍ରା ରେ ସୋଇ ପଡିଛି । ଯିଏ ଯେତେ ଡାକିଲେ ବି ଶୁଣୁ ନାହିଁ । ଆଜି ଘରର ଗେଲ ବସରର ଝିଅ ଚାନ୍ଦିନୀ ଘର ଲୋକଙ୍କୁ ଛାଡି ଚାଲି ଯାଇଛି । ଯାହାକୁ ସହଜରେ ଗ୍ରହଣ କରତିପାରୁ ନାହାନ୍ତି ପରିବାର ଲୋକେ । ତେବେ ଚାନ୍ଦିନୀ ଭଲ ବର ପାଇବାକୁ କେତେ କଣ ସ୍ଵପ୍ନ ଦେଖିଥିଲେ । କିନ୍ତୁ ତାଙ୍କର ସବୁ ସ୍ଵପ୍ନ ଅଧାରେ ରହିଗଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।