ଶହୀଦ ହେବା ପୂର୍ବରୁ ସ୍ତ୍ରୀ’ଙ୍କୁ ଫୋନ କରିଥିଲେ ଯବାନ ଦେବାଶିଷ ବିଶ୍ଵାଳ । ସ୍ତ୍ରୀ ଫୋନ ଉଠେଇ ଅନେକ କଥା ଗପିଥିଲେ । ତୁମ ଝିଅ ତୁମକୁ ବହୁତ ଖୋଜୁଛି, ଶୀଘ୍ର ଛୁଟି ନେଇକି ଆସିବ ବୋଲି କହିଥିଲେ । ଭିଡିଓ କଲ୍ ରେ ମଧ୍ୟ ସ୍ତ୍ରୀ’ଙ୍କ ସହ ଅନେକ କଥା ହୋଇଥିଲେ ଦେବାଶିଷ । ଝିଅର ମୁହଁ ଦେଖି ସେ ବହୁତ ଖୁସି ହୋଇ ଯାଇଥିଲେ । ବହୁତ ଶୀଘ୍ର ସେ ଘରକୁ ଆସିବେ ଆଉ ଝିଅକୁ ମନ ଭରି ଗେଲ କରିବେ ବୋଲି କହିଥିଲେ । ହେଲେ ଆଜି ସବୁକିଛି ଶେଷ ହୋଇଯାଇଛି ।
ଦେବାଶିଷ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଘରକୁ ଆସିଛନ୍ତି ସତ ହେଲେ ଜାତୀୟ ପତାକାରେ ଘୋଡେଇ ହୋଇ ଫେରିଛନ୍ତି । ଏବେ ସେ ଆଉ ସ୍ତ୍ରୀ’କୁ କିଛି କହି ପାରୁନାହାନ୍ତି କି ଝିଅର ମୁହଁ ବି ଚାହିଁ ପାରୁ ନାହାନ୍ତି । ବାପାମା’ଙ୍କ ପାଦ ଛୁଇଁ ମୁଣ୍ଡିଆ ମଧ୍ୟ ମାରି ପାରୁନାହାନ୍ତି । କାରଣ ସେ ପରା ବୀରଗତି ପ୍ରାପ୍ତି ହୋଇଛନ୍ତି । ଅନ୍ୟପଟେ ଫୋନ ପାଖରେ ଘଣ୍ଟା ଘଣ୍ଟା ଧରି ଜଗି ବସିଛନ୍ତି ଦେବାଶିଷଙ୍କ ସ୍ତ୍ରୀ ।
ଦେବାଶିଷଙ୍କ କଲ୍ କୁ ଅପେକ୍ଷା କରିଛନ୍ତି ଆଉ ମଝି ମଝିରେ ସ୍ଵାମୀଙ୍କ ସହ କିଛି ସ୍ମୃତିକୁ ଦେଖୁଛନ୍ତି । ସବୁ ଫଟୋ ଦେଖି ଆଖିରୁ ଧାର ଧାର ଲୁହ ଗଡେଇ ଚାଲିଛନ୍ତି ଦେବାଶିଷଙ୍କ ସ୍ତ୍ରୀ । ଜଣେ ଶହୀଦଙ୍କ ସ୍ତ୍ରୀ ହେବା କେତେ କଷ୍ଟ ତାହା କେବଳ ସେ ହିଁ ବୁଝି ପାରୁଥିବେ । ଏଇ କଷ୍ଟକୁ ସହିବା ପାଇଁ ପର୍ଯ୍ୟାପ୍ତ ଧୈର୍ଯ୍ୟ ଓ ଶକ୍ତି ସାମର୍ଥ୍ୟ ଆବଶ୍ୟକ ।
ପୂର୍ବରୁ ହସ ଖୁସିରେ ଫାଟି ପଡୁଥିବା ଘର ଏବେ ଶୁନଶାନ ପାଲଟି ଯାଇଛି । ଯୁଆଡେ ଦେଖ ସମସ୍ତଙ୍କ ଆଖିରୁ ଲୁହ ବୋହି ପଡୁଛି । ଆଉ କାହାକୁ ଭୋକ ଶୋଷ ବି ହେଉନି । ସ୍ଵାମୀ ଦେବାଶିଷଙ୍କ ପାଇଁ ଶେଷଥର ଆଉ ଟିକେ କଥା ହେଇଥାନ୍ତେ ବୋଲି ସ୍ତ୍ରୀ’ ମନେ ମନେ ଅବଶୋଷ କରୁଛନ୍ତି । ତାଙ୍କ କୋଳରେ ଥିବା କୁନି ଝିଅଟି କିଛି ଜାଣିନି । ବାପାମା’ କଣ ବୋଲି ଭଲରେ ଜାଣି ନଥିବା ଝିଅଟି ଏତେ ଛୋଟ ବେଳୁ ବାପା ଛେଉଣ୍ଡ ହେଇଯାଇଛି ।
ସତରେ ଜଣେ ଯବାନଙ୍କ ସ୍ତ୍ରୀ ହେବା କେତେ କଷ୍ଟ । ମନ ସବୁବେଳେ ଆନ୍ଦୋଳିତ ହେଉଥିବା ସ୍ଵାମୀ କଣ କରୁଥିବେ ଭାବି ଭାବି । ଏବେ ଯେତେ ଅପେକ୍ଷା କଲେ ବି ଦେବାଶିଷଙ୍କ କଲ୍ ଆଉ ଆସିବନି ସ୍ତ୍ରୀ’ଙ୍କ ପାଖକୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।