ଶହୀଦ ଦେବାଶିଷ ବିଶ୍ଵାଳଙ୍କ କୁନି ଝିଅ ହାତରେ 50 ହଜାର ଟଙ୍କା ଧରେଇ ଦେଲେ Rani ପଣ୍ଡା, ଭୋ ଭୋ ହୋଇ କାନ୍ଦିଲେ… ଦେଖନ୍ତୁ video

ଶହୀଦ ଦେବାଶିଷଙ୍କ ଝିଅକୁ କୋଳେଇ ନେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଆଉ କୁନି ଝିଅ ହାତରେ ଆଶୀର୍ବାଦର 50 ହଜାର ଟଙ୍କା ଦେଲେ । ଟଙ୍କା ଦେଇ କହିଲେ ମୋ ଭାଇ ଦେବାଶିଷ ଝିଅର ଭବିଷ୍ୟତ ଗଢିବାରେ ମୁଁ ସବୁବେଳେ ଠିଆ ହେବି । ଝିଅକୁ ଭଲ ପାଠ ପଢେଇ ଭଲ ମଣିଷ କରିବ ଯେମିତି ସେ ବି ତା’ ବାପା ଭଳି ବୀର ଯୋଦ୍ଧାଟିଏ ହେବ । ଏକଥା ବି କହିଛନ୍ତି ରାଣୀ ପଣ୍ଡା ।

ପୁଞ୍ଚ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ-ରେ ଶହୀଦ ହୋଇଥିବା ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳ ଖଣ୍ଡାୟତପଡାର ଦେବାଶିଷ ବିଶ୍ବାଳଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ରାଣୀ ପଣ୍ଡା । ନିଜ ପର୍ସରୁ ବାହାର କରି ନଗଦ 50 ହଜାର ଟଙ୍କାର ଆର୍ଥିକ ସହାୟତା ବଢେଇ ଦେଇଛନ୍ତି ଦେବାଶିଷଙ୍କ କୁନି ଝିଅ ଏବଂ ସ୍ତ୍ରୀ’ଙ୍କ ହାତକୁ । ଯେଉଁଠି ଓଡିଆ କଳାକାର ମାନେ ବୀର ଯବାନଙ୍କ ପରିବାରକୁ ଆସିବାକୁ ମନ ବଳାଇ ନାହାନ୍ତି ସେଇଠି ରାଣୀ ପଣ୍ଡା ନିଜର ମାନବିକତା ଦେଖାଇଛନ୍ତି ।

ପ୍ରଥମେ ଦେବାଶିଷଙ୍କ ଶେଷକୃତ୍ୟ ହୋଇଥିବା ସ୍ଥାନକୁ ଯାଇ କୁହୁଳୁଥିବା ଚିତା ପାଖରେ ବସି ନୀରବ ପ୍ରାର୍ଥନା କରିଥିଲେ ରାଣୀ । ଏତିକି ବେଳେ ରାଣୀ ପଣ୍ଡା କାନ୍ଦି ପକାଇଥିବା ମଧ୍ୟ ଦେଖିବାକୁ ମିଳିଥିବା । ଦେବାଶିଷଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କ ଘରକୁ ଯାଇ କୁନି ଝିଅ ଓ ସ୍ତ୍ରୀ’ଙ୍କୁ ଭେଟି ତାଙ୍କ ହାତରେ ଧରେଇ ଦେଇଥିଲେ ଆଶୀର୍ବାଦର ଅର୍ଥ ।

ଯାହାର ମୂଲ୍ୟ ଥିଲା 50 ହଜାର ଟଙ୍କା । ଏହି ଟଙ୍କାକୁ ଝିଅର ଭବିଷ୍ୟତ ଗଢିବାରେ ଲଗାଇବୁ ବୋଲି ଝିଅକୁ କହିଥିଲେ । ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅନ୍ୟ ଅଭିନେତା ଅଭିନେତ୍ରୀଙ୍କ ପକେଟରୁ ଟଙ୍କାଟିଏ ବାହାରୁ ନଥିବା ବେଳେ ରାଣୀ ପଣ୍ଡା ନଗଦ 50 ହଜାର ଟଙ୍କା ଦେଇଛନ୍ତି । ଏଭଳି ଦୁଃଖର ସମୟରେ ଦେବାଶିଷଙ୍କ ପରିବାର ପାଇଁ ଭଲ ସାହାରାଟିଏ ପାଲଟିଛନ୍ତି ରାଣୀ । ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଣୀ ପଣ୍ଡା ସବୁବେଳେ ଲୋକଙ୍କ ଦୁଃଖରେ ଯାଇ ଠିଆ ହୁଅନ୍ତି ଓ ପାରୁ ପର୍ଯ୍ୟନ୍ତ ସହାୟତା ମଧ୍ୟ କରନ୍ତି । ଆଉ ଏବେ ପୁଣି ଥରେ ରାଣୀଙ୍କ ଏଭଳି ବଦାନ୍ୟତାକୁ ଲୋକେ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।