ଧନୁ ରାଶି (Sagittarius) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ଦେଖିବାକୁ ଗଲେ ୨୦୨୨ ସେପ୍ଟେମ୍ବର ମାସଟି ଧନୁ ରାଶିର ଲୋକଙ୍କ ପାଇଁ ଚିନ୍ତାଜନକ ରହିବ ଓ କିଛି କ୍ଷେତ୍ରରେ ସଫଳତା ନେଇକରି ମଧ୍ୟ ଆସିବ । କାର୍ଯ୍ୟକ୍ଷେତ୍ର ଓ କ୍ଯାରିୟର ଦୃଷ୍ଟିରୁ ସେପ୍ଟେମ୍ବର ମାସଟି ଆପଣଙ୍କ ପାଇଁ ଉତ୍ତମ ଫଳ ପ୍ରଦାନ କରିବ । ଫଳସ୍ଵରୂପ ବ୍ୟବସାୟ ସହ ଜଡିତ ବ୍ୟକ୍ତିମାନେ ସର୍ବାଧିକ ଲାଭ ପାଇବେ । ଏହି ସମୟରେ ଆପଣ କମ୍ ପରିଶ୍ରମ କରି ସଫଳତା ପାଇବାକୁ ସକ୍ଷମ ହେବେ । ହେଲେ ଏହି ସମୟରେ ଆପଣ ନିଜ ଆତ୍ମଗାରିମାକୁ ନିୟନ୍ତ୍ରଣରେ ରଖନ୍ତୁ ।

କର୍ମକ୍ଷେତ୍ରରେ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ନଚେତ ଏହା ଆପଣଙ୍କ ପ୍ରତିଛବିକୁ ପ୍ରଭାବିତ କରିବ । ନିଯୁକ୍ତ ବ୍ୟକ୍ତିମାନେ ନିଜ କ୍ଯାରିୟରରେ କିଛି ବଡ ସୁଯୋଗ ପାଇବାର ସମ୍ଭାବନା ରହିଛି । ସମ୍ପତ୍ତି ସମ୍ବନ୍ଧୀୟ ବ୍ୟବସାୟ କରୁଥିବା ଲୋକମାନେ ଲାଭ ପାଇପାରିବେ ।

କିନ୍ତୁ ଏହି ସମୟରେ କାହାକୁ ବି ଅନ୍ଧ ଭାବେ ବିଶ୍ବାସ କରନ୍ତୁ ନାହିଁ କି ନିଜ ଗୁପ୍ତ କଥା ସମସ୍ତଙ୍କ ନିକଟରେ ପ୍ରକାଶ କରନ୍ତୁ ନାହିଁ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏହି ମାସଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଏହି ସମୟରେ ଆପଣ ସମସ୍ତ ପ୍ରକାର ଆର୍ଥିକ ପ୍ରତିବନ୍ଧନରୁ ମୁକ୍ତି ପାଇପାରିବେ ଓ ଆପଣଙ୍କ ଆୟରେ ବୃଦ୍ଧି ଘଟିବ । ଧନୁ ରାଶିର ବିଦ୍ୟାର୍ଥୀଙ୍କୁ ଏହି ମାସରେ କିଛି ବାଧାର ସାମ୍ନା କରିବାକୁ ପଡିପାରେ । ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଫଳାଫଳ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।

ଏହି ସମୟ ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ତେଣୁ ପ୍ରେମୀଙ୍କୁ ବୁଝିବାକୁ ଓ ଭୁଲ ବୁଝାମଣାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଅନ୍ୟପଟେ ବିବାହିତ ବ୍ୟକ୍ତିଙ୍କ ଜୀବନରେ ମାସଟି ଶୁଭଫଳ ଆଣିବ । ଏହି ସମୟରେ ଆପଣ ପରସ୍ପର ସହ ଭଲ ସମୟ ବିତାଇବେ ।

 

ତଥାପି ଆପଣଙ୍କ କ୍ରୋଧ ଯୋଗୁଁ କିଛି ବିବାଦ ଉପୁଜିପାରେ ତେଣୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ଦୃଷ୍ଟିରୁ ମାସଟି ଆପଣଙ୍କୁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ପରିବାରରେ କିଛି ଅଶାନ୍ତି ଦେଖା ଦେଇପାରେ ଓ ଛୋଟ କଥାକୁ ନେଇ ଯୁକ୍ତିତର୍କ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ଯଥାସମ୍ଭବ ବିବାଦ ଠାରୁ ଦୂରେଇ ରୁହନ୍ତୁ ଓ ଘରେ ଶାନ୍ତି ସ୍ଥାପନ କରିବା ପାଇଁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଧନୁ ରାଶିର ଲୋକଙ୍କ ପାଇଁ ସେପ୍ଟେମ୍ବର ମାସଟି ଅନୁକୂଳ ହେବ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଭଗବାନ ଶିବଙ୍କୁ ନିୟମିତ ପୂଜା କରନ୍ତୁ ଏବଂ ସକାଳେ ଜଳ ମିଶ୍ରିତ କ୍ଷୀର ଶିବଲିଙ୍ଗରେ ଅର୍ପଣ କରନ୍ତୁ । ହଳଦିଆ ଜିନିଷ ଦାନ କରନ୍ତୁ ଏବଂ ଗୁରୁବାର ଦିନ କଦଳୀ ଗଛକୁ ପୂଜା କରନ୍ତୁ । ମୁଖ୍ଯତଃ ଗୁରୁବାର ଦିନ ଏକ ଗରିବ ବ୍ରାହ୍ମଣଙ୍କୁ ପୂର୍ଣ୍ଣ ଭୋଜନ କରାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।