Health Tips: କୋଲେଷ୍ଟ୍ରୋଲ କେମିତି କମିବ ? ଜାଣନ୍ତୁ ଏନେଇ କଣ କହୁଛନ୍ତି Dr Srikant Kumar Dhar

ଅଧିକ ଚର୍ବିଜାତୀୟ ତଥା ତେଲମସଲାଯୁକ୍ତ ଖାଦ୍ଯ ଖାଇବା ଦ୍ଵାରା ଆମ ଶରୀରରେ କୋଲୋଷ୍ଟ୍ରୋଲ ମାତ୍ରା ବଢି ଯାଇଥାଏ । ଶରୀରରେ କୋଲେଷ୍ଟ୍ରୋଲ ମାତ୍ର ନିୟନ୍ତ୍ରଣରେ ନ ରହିଲେ ଏହା ଡାଇବେଟିସ, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ସୃଷ୍ଟି କରିଥାଏ । ତେବେ ଶରୀରର କୋଲେଷ୍ଟ୍ରୋଲ ମାତ୍ରାକୁ କିପରି ନିୟନ୍ତ୍ରଣ କରିବେ ? ଏଥିପାଇଁ କଣ କହିବା ଉଚିତ ଓ ଅନୁଚିତ ? ଶରୀରରେ କୋଲେଷ୍ଟ୍ରୋଲର ମାତ୍ର କେତେ ରହିବା ଭଲ ? ଆସନ୍ତୁ ଏନେଇ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାତ ଧରଙ୍କ ଠାରୁ ।

କୋଲେଷ୍ଟ୍ରୋଲ ଆମ ଶରୀର ପାଇଁ ଅତ୍ୟାବଶ୍ୟକ ଅଟେ । ଆମ ଶରୀରରେ କୋଷିକା ଓ ହରମୋନ ତିଆରି ପାଇଁ କୋଲେଷ୍ଟ୍ରୋଲ ଆବଶ୍ୟକ ହୋଇଥାଏ ଏବଂ ଇମ୍ୟୁନିଟି ପାଇଁ ମଧ୍ୟ କୋଲେଷ୍ଟ୍ରୋଲ ଆବଶ୍ୟକ ହୋଇଥାଏ । ତେଣୁ ଶରୀରରେ କୋଲେଷ୍ଟ୍ରୋଲ ରହିବା ଖରାପ ନୁହେଁ ବରଂ ଶରୀରରେ ଏହାର ମାତ୍ର ଆବଶ୍ୟକ ଠାରୁ ଅଧିକ ବଢିଗଲେ ଖରାପ ହୋଇଥାଏ । କୋଲେଷ୍ଟ୍ରୋଲ ଏକ ଚର୍ବିଜାତୀୟ ଜିନିଷ ଯାହା ଆମ ଲିଭରରୁ ତିଆରି ହୋଇ ରକ୍ତରେ ସଞ୍ଚାଳନ ହୋଇଥାଏ ।

କୋଲେଷ୍ଟ୍ରୋଲ ଦୁଇ ପ୍ରକାରର ରହିଛି ତଥା ଖରାପ କୋଲେଷ୍ଟ୍ରୋଲ ଏବଂ ଭଲ କୋଲେଷ୍ଟ୍ରୋଲ । ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ର ଅଧିକ ହୋଇଗଲେ ତାହା ରକ୍ତନଳୀ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଜମା ହୋଇ ରୋଗ ସୃଷ୍ଟି କରାଏ । ଡାଇବେଟିସ ଓ ହାର୍ଟ ସମସ୍ଯା ଥିଲେ କୋଲେଷ୍ଟ୍ରୋଲ ମାତ୍ରା ବଢିବାର ସମ୍ଭାବନା ଅଧିକ ରହିଥାଏ ।

ବଂଶଗତ କାରଣରୁ ମଧ୍ୟ ରକ୍ତରେ କୋଲେଷ୍ଟ୍ରୋଲ ମାତ୍ର ବଢିପାରେ । ତେବେ କୋଲେଷ୍ଟ୍ରୋଲ ବଢିଗଲେ ବେଶୀ କିଛି ଲକ୍ଷଣ ଦେଖା ଦିଏନାହିଁ । ତଥାପି ଆଖିତଳେ ଓ ଆଣ୍ଠୁରେ ମଧ୍ୟ ଧଳା କିମ୍ବା କଳା ଦାଗ ହୋଇଥାଏ । ଆଖିରେ ମଧ୍ୟ ଏକ ଧଳା ପରସ୍ତ ପଡିଯାଏ । ଏହାବ୍ୟତୀତ କୋଲେଷ୍ଟ୍ରୋଲ ଅଧିକ ଥିଲେ ଦେହହାତ ଦରଜ ଲାଗିବା, ଅଯଥା ଦୁର୍ବଳ ଲାଗିବା, ଅଳ୍ପ ଚାଲିଲେ ସିଢି ଚଢିଲେ ଧଇଁସଇଁ ଲାଗିବା ଭଳି ଲକ୍ଷଣ ଦେଖାଯାଏ ।

ଏହାଦ୍ବାରା ହାର୍ଟ ସମସ୍ଯା, ରକ୍ତଚାପ , ଡାଇବେଟିସ ଓ ମୁଣ୍ଡବ୍ୟଥା ଭଳି ସମସ୍ଯା ମଧ୍ୟ ଦେଖାଦିଏ । ଥାଇରଏଡ ଥିଲେ ମଧ୍ୟ କୋଲେଷ୍ଟ୍ରୋଲ ବଢିଥାଏ । ଏହିସବୁ ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ରହିଛି । କୋଲେଷ୍ଟ୍ରୋଲ ମାତ୍ରା ଅଧିକ ବଢିଗଲେ ହାର୍ଟ ଷ୍ଟ୍ରୋକ, ବେନ ଷ୍ଟ୍ରୋକ, ଧମନୀରେ ରକ୍ତ ସଞ୍ଚାଳନ ହୋଇ ଅନ୍ୟ ଅଙ୍ଗକୁ ପ୍ରଭାବିତ କରିବା ଭଳି ସମସ୍ଯା ହୋଇପାରେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ କୋଲେଷ୍ଟ୍ରୋଲ ଅଧିକ ହେବା ଦ୍ଵାରା କୌଣସି ଖ୍ଯାତି ହୋଇ ନଥାଏ । କିନ୍ତୁ ଧୀରେ ଧୀରେ ଏହା ଆପଣଙ୍କ ଶରୀରକୁ ଦୁର୍ବଳ ଓ ରୋଗଗ୍ରସ୍ତ କରିଦିଏ । ତେବେ କୋଲେଷ୍ଟ୍ରୋଲ ମାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବାକୁ ହେବ । ଠିକ ସମୟରେ ଖାଆନ୍ତୁ, ଠିକ ସମୟରେ ଶୁଅନ୍ତୁ, ଅଳ୍ପ କ୍ୟାଲୋରିଯୁକ୍ତ ଖାଦ୍ଯ ଖାଆନ୍ତୁ, ଫ୍ୟାଟଜାତୀୟ ତଥା ଜଙ୍କଫୁଡ୍ ଓ ତେଳଛଣା ଖାଦ୍ଯ କମ୍ କରିବା ଏବଂ ପ୍ରତିଦିନ ୩୦ରୁ ୪୫ମିନିଟ ବ୍ୟାୟାମ କରିବା ଦ୍ଵାରା କୋଲେଷ୍ଟ୍ରୋଲ ମାତ୍ରା ନିୟନ୍ତ୍ରଣରେ ରହିଥାଏ ।

ଏହା ଯେହେତୁ ଜୀବନଶୈଳୀ ସହ ସଂଶ୍ଳିଷ୍ଟ ଏକ ରୋଗ ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦ୍ଵାରା ଏବଂ ସନ୍ତୁଳିତ ଖାଦ୍ଯ ଖାଇବା ଦ୍ଵାରା ଏହା ନିୟନ୍ତ୍ରଣରେ ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।