Home Remedy for Calcium Deficiency ଏହାକୁ ଥରେ ସେବନ କରି ଦେଖନ୍ତୁ, 80 ବର୍ଷ ଯାଏଁ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ହେବାକୁ ଦେବନି…

ଆମ ଶରୀରରେ କ୍ୟାଲସିୟମ ଅଭାବ କାରଣରୁ ହାଟଗୋଡ ଓ ଅଣ୍ଟା ବିନ୍ଧିଥାଏ, ମାଂସପେଶୀ ଟାଣି ଧରିଥାଏ, ଦୁର୍ବଳ ଲାଗେ ଓ ଉଠିବା ବସିବାରେ ବହୁତ ଅଧିକ ଯନ୍ତ୍ରଣା ହୋଇଥାଏ । ୩୦ ବର୍ଷ ବୟସ ପରେ ଅଧିକାଂଶ ଲୋକଙ୍କ ଶରୀରରେ କ୍ୟାଲସିୟମ ଅଭାବ ଦେଖା ଦେଇଥାଏ ଓ ୪୦ ବର୍ଷ ପରେ ହାଡ ବହୁତ ଅଧିକ ଦୁର୍ବଳ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଘରୋଇ ଔଷଧୀ ବିଷୟରେ କହିବୁ ଯାହାର ସେବନ କରିବା ଦ୍ଵାରା ଆପଣଙ୍କୁ ଜୀବନରେ କେବେବି କ୍ୟାଲସିୟମର ଅଭାବ ଦେଖା ଦେବନାହିଁ ।

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ହେବ ତାହା ହେଉଛି ପଦ୍ମ ମଞ୍ଜି ବା ଫୁଲ୍ ମଖାନା । ଏହା ପ୍ରଚୁର ପରିମାଣରେ ଆଇରନ, ଜିଙ୍କ ଓ କ୍ୟାଲସିୟମରେ ପରିପୂର୍ଣ୍ଣ । ଏହା ଆପଣଙ୍କୁ ଯେକୌଣସି ସୁପର ମାର୍କେଟରୁ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ହେବ ପାନମଧୁରୀ । ଏହା ମଧ୍ୟ ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ କ୍ୟାଲସିୟମ ଅଭାବ ପୂରଣ କରିବାରେ ସହାୟକ ହୋଇଥାଏ ।

ପାନମଧୁରୀରୁ ପୋଟାସଇଯାମ, କ୍ୟାଲସିୟମ, ଜିନ, ମ୍ୟାଗ୍ନେସିୟମ, ଭିଟାମିନ-ସି, ଆଇଆରଣ ଓ ଫାଇବର ଭଳି ପୋଷକତତ୍ତ୍ଵ ମିଳିଥାଏ । ଏହା ଆପଣଙ୍କ ହଜମକ୍ରିୟା ପାଇଆନ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ଦୁଇଟି ଯାକ ସାମଗ୍ରୀକୁ ସମାନ ମାତ୍ରାରେ ନିଅନ୍ତୁ ।

ଏହାକୁ ବନେଇ ଆପଣ ଷ୍ଟୋର କରି ରଖିପାରିବେ । ଯଦି ଆପଣ ୧୦୦ ଗ୍ରାମ ଲେଖାଏଁ ମଖାନା ଓ ପାନମଧୁରୀ ନେଇଛନ୍ତି ତେବେ ସେଥିପାଇଁ ଆପଣଙ୍କୁ ୧୦ ଗ୍ରାମ ଗୋଲମରିଚର ଆବଶ୍ୟକ ହେବ । ଗୋଲମରିଚ ମଧ୍ୟ କଷ୍ଟ ନିବାରଣ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଚାହୁଁନାହାନ୍ତି ତେବେ ଏହାକୁ ପ୍ରୟୋଗ ନକଲେ ମଧ୍ୟ ଚଳିବ ।

ଚତୁର୍ଥ ସାମଗ୍ରୀ ହେଉଛି ମିଶ୍ରି, ଯାହା ମିଠା କରିବା ପାଇଁ ଆପଣ ପ୍ରୟୋଗ କରିପାରିବେ । ମିଶ୍ରିକୁ ଗୁଣ୍ଡ କରି ଏହାକୁ ମଧ୍ୟ ସମାନ ମାତ୍ରାରେ ନିଅନ୍ତୁ । ଏଏବେ ଆପଣ ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହାକୁ ଆପଣ ପ୍ରତିଦିନ ଦୁଇ ଚାମୁଚ ଲେଖାଏଁ ଖାଆନ୍ତୁ ଓ ଏକ ଗ୍ଳାସ କ୍ଷୀର ସେବନ କରନ୍ତୁ ।

୧୫ ଦିନ ପରେ ଏହାକୁ କେବଳ ଏକ ଚାମୁଚ ଲେଖାଏଁ ଖାଆନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ଆପଣ କେବଳ ମଖାନାକୁ ଘିଅରେ ଅଳ୍ପ ଭାଜି ସେବନ କରନ୍ତୁ ଓ କ୍ଷୀର ପିଅନ୍ତୁ । ଗୋଟିଏ ଥରରେ ଆପଣ ୧୫-୨୦ଟି ମଖାନା ଖାଇପାରିବେ ।

ଏପରି କିଛିଦିନ ସେବନ କରି ଦେଖନ୍ତୁ । ଆପଣଙ୍କ ଶରୀରରୁ କ୍ୟାଲସିୟମ ଅଭାବ ସବୁଦିନ ପାଇଁ ଶେଷ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।