ସାଧାରଣ ଲୋକ ବେଶରେ ପହଞ୍ଚିଲେ ଡ଼ିଏମ–ଏସଏସପି, ମନ ଇଚ୍ଛା ଦାମରେ ଜିନିଷ ବିକ୍ରି କରୁଥିବା ଦୋକାନୀଙ୍କୁ କଲେ ଗିରଫ

ଲକଡାଉନ ପରେ ଲୋକମାନଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀକୁ ନେଇ ଅଧିକ ଚିନ୍ତା ବଢି ଯାଇଛି । କେଉଁଠି କେଉଁଠି ଲୋକମାନେ ଜିନିଷର ଉଚିତ ଦାମ ଦେଉଛନ୍ତି କିନ୍ତୁ ଅନ୍ୟ କେତେକ ସ୍ଥାନରେ ଦୋକାନଦାର ଗ୍ରାହକମାନଙ୍କ ଠାରୁ ନିଜ ଇଚ୍ଛା ଅନୁସାରେ ଜିନିଷର ଦାମ ବଢାଇ ବିକ୍ରି କରୁଛନ୍ତି । ଏମିତିରେ ପ୍ରଶାସନକୁ ବହୁତ ଅଭିଯୋଗ ମିଳୁଥିଲା । ଏହି ସ୍ଥିତିର ଅନୁସନ୍ଧାନ କରିବା ପାଇଁ ବାରଣାସୀର ଡ଼ିଏମ କୌଶଲ ରାଜ ଶର୍ମା ଓ ଏସଏସପୀ ପ୍ରଭାକର ଚୌଧରୀ କେତେକ ଅଞ୍ଚଳରେ ପହଞ୍ଚିଗଲେ ।

ବାରଣାସୀର ଚେତଗଂଜ ଥାନା କ୍ଷେତ୍ରର ଦଲହଟ୍ଟା, ଚେତଗଂଜ, ମଂସାରାମ ଫାଟକ ଇତ୍ୟାଦି ଅଞ୍ଚଳରେ ସକାଳୁ ସକାଳୁ ଡ଼ିଏମ ଓ ଏସଏସପି ସାଧାରଣ ଡ୍ରେସ ପିନ୍ଧି ଜିନିଷ କିଣିବା ପାଇଁ ବଜାରରେ ପହଞ୍ଚିଲେ । ଏହି ସମୟରେ କୌଣସି ବି ଦୋକାନଦାର ଡ଼ିଏମ – ଏସଏସପିଙ୍କୁ ଚିହ୍ନି ପାରିଲେ ନାହିଁ ଓ ତାଙ୍କୁ ବି ଖାଦ୍ୟ ସାମଗ୍ରୀର ଉଚ୍ଚ ଦାମ କହିବାକୁ ଲାଗିଲେ । ଯାହା ପରେ ଅଧିକ ଦାମରେ ଜିନିଷ ବିକ୍ରି କରୁଥିବା ଦୋକାନଦାରକୁ ଗିରଫ କରି ନେଲେ ।

ଅଧିକାରୀମାନଙ୍କ ଅନୁସାରେ ଏହି ପରିସ୍ଥିତିରେ ଯେତେବେଳେ ଲୋକମାନେ ପରସ୍ପରର ସାହାର୍ଯ୍ୟ ପାଇଁ ଯଥା ସମ୍ଭବ ଆଗକୁ ଆସୁଛନ୍ତି, ତେବେ ଅନ୍ୟ ପଟେ ଏହିଭଳି କାର୍ଯ୍ୟ ନିନ୍ଦନୀୟ ଅଟେ । ଏହା ସହିତ ସମସ୍ତଙ୍କୁ ଆଦେଶ ମଧ୍ୟ ଦିଆ ଯାଇଛି କି କୌଣସି ବି ଦୋକାନଦାର ଯଦି ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମରେ ଜିନିଷ ବିକ୍ରି କରିବେ ତେବେ ସେ ଜେଲ ଯିବେ ।

କହିବାକୁ ଗଲେ ବିଶ୍ଵ ମହାମାରୀ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ମାର୍ଚ୍ଚରୁ ପୁରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ମଧ୍ୟ କୁହାଯାଉଛି । କିନ୍ତୁ ଏହି ସମୟରେ ସରକାର ଖାଦ୍ୟ ସାମଗ୍ରୀ, ପନିପରିବା, ଔଷଧ ଓ ବ୍ୟାଙ୍କରେ ପ୍ରତିବନ୍ଧ ଲଗାଇ ନାହାନ୍ତି । କିନ୍ତୁ ଏହାର ସମୟ ସୀମା ଠିକ କରିଛନ୍ତି ।

ଏହା ସହିତ ଖାଦ୍ୟ ସାମଗ୍ରୀକୁ ଘରେ ପହଞ୍ଚାଇବା ପାଇଁ ମଧ୍ୟ ପ୍ରଶାସନ ବ୍ୟବସ୍ଥା କରୁଛି । ବାରଣାସୀରେ ଖାଦ୍ୟ ସାମଗ୍ରୀ ଓ ବଜାର ଖୋଲିବାର ସମୟ ସୀମା ସକାଳ ୬ ଟା ରୁ ୧୦ ଟା ମଧ୍ୟରେ ଅଛି । କିନ୍ତୁ ଏହି ସମୟରେ କେତେକ ଦୋକାନଦାର ଖାଦ୍ୟ ଜିନିଷକୁ ନିଜ ଇଚ୍ଛା ଅନୁସାରେ ବିକ୍ରି କରୁଛନ୍ତି ।