ପାକିସ୍ତାନର କରାଚି ସହରରେ ହିନ୍ଦୁମାନଙ୍କୁ ଖାଦ୍ୟ ସାମଗ୍ରୀ ଦେବା ପାଇଁ ପ୍ରଶାସନ କରିଲା ମନା, ଜାଣନ୍ତୁ ପୁରା ଘଟଣା

ପାକିସ୍ତାନର ଇମରାନ ଖାନ ସରକାର ଦେଶରେ ବ୍ୟାପିଥିବା କରୋନା ମହାମାରୀ ମଧ୍ୟରେ ହିନ୍ଦୁମାନଙ୍କୁ ଖାଦ୍ୟ ସାମଗ୍ରୀ ଦେବା ପାଇଁ ମନା କରିଛନ୍ତି । ଏହି ଘଟଣା ମହାମାରୀ ଦ୍ଵାରା ବହୁତ ପ୍ରଭାବିତ ସିଂଧ ପ୍ରାନ୍ତର କରାଚି ସହରର ଅଟେ । କରୋନା ସଙ୍କଟକୁ ଦେଖି ଏଠିକାର ମୁସଲମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ଦରକାରୀ ଜିନିଷ ଦିଆ ଯାଉଛି । ଅନ୍ୟ ପଟେ ହିନ୍ଦୁମାନଙ୍କୁ ମନା କରି ଦିଆ ଯାଉଛି ।

ଯାହା ଦ୍ଵାରା ପୁଣିଥରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସୁଛି । ଏଠି ହିନ୍ଦୁମାନଙ୍କୁ କୁହାଯାଉଛି କି ଏହି ଖାଦ୍ୟ ସାମଗ୍ରୀ କେବଳ ମୁସ୍ଲିମମାନଙ୍କ ପାଇଁ ଅଟେ । ଯେଉଁ କାରଣରୁ ହିନ୍ଦୁ ବହୁତ ରାଗି ଯାଇଛନ୍ତି । ସିଂଧ ସରକାର ଆଦେଶ ଦେଇଛନ୍ତି କି ଲକଡାଉନ କାରଣରୁ ଦିନ ମଜୁରିଆ ଓ ଶ୍ରମିକମାନଙ୍କୁ ସ୍ଥାନୀୟ ଏନଜିଓ ଓ ପ୍ରଶାସନ ତରଫରୁ ଖାଦ୍ୟ ସାମଗ୍ରୀ ଦିଆଯାଉ ।

କିନ୍ତୁ ମାନବଧୀକାର କାର୍ଯ୍ୟକର୍ତ୍ତା ଅନୁସାରେ ସରକାରୀ ଆଦେଶର ଅବମାନନା କରି ପ୍ରଶାସନ ହିନ୍ଦୁମାନଙ୍କୁ କହୁଛି କି ସେମାନେ ଏହି ଖାଦ୍ୟ ସାମଗ୍ରୀର ଅଧିକାରୀ ନୁହନ୍ତି । ପ୍ରଶାସନର କହିବା ଅଟେ କି ଖାଦ୍ୟ ସାମଗ୍ରୀ କେବଳ ମୁସ୍ଲିମ ଲୋକମାନଙ୍କ ପାଇଁ ଆସିଛି । କେବଳ ଏତିକି ନୁହେଁ ୩ ହଜାର ଲୋକ ଖାଦ୍ୟ ସାମଗ୍ରୀ ନେବା ପାଇଁ ଏକାଠି ହୋଇଥିଲେ କିନ୍ତୁ ତାଙ୍କର ସ୍କ୍ରିନିଂଗ ପାଇଁ କୌଣସି ପ୍ରକାରର ସୁବିଧା ବି କରାଯାଇ ନ ଥିଲା ।

ସୂଚନା ଅନୁସାରେ ହିନ୍ଦୁମାନଙ୍କୁ ଲ୍ୟାରୀ, ସଚଲ ଘୋଠ, କରାଚୀର ଅନ୍ୟ ଅଞ୍ଚଳ ସହିତ ପୁରା ସିଂଧରେ ଖାଦ୍ୟ ସାମଗ୍ରୀ ଦେବା ପାଇଁ ମନା କରାଯାଇଛି । ରାଜନୈତିକ କାର୍ଯ୍ୟକର୍ତ୍ତା ଡାକ୍ତର ଅମଜଦ ଅୟୁବ ମିର୍ଜା ଚେତାବନୀ ଦେଇଛନ୍ତି କି ଅଳ୍ପସଂଖ୍ୟକ ସମୁଦାୟ ଗମ୍ଭୀର ଖାଦ୍ୟ ସଙ୍କଟ ମଧ୍ୟରେ ଗତି କରୁଛନ୍ତି ।

ପାକିସ୍ତାନରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୧୬୨୫ ଅଟେ

ପାକିସ୍ତାନରେ କରୋନା ଭାଇରସର ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ଏଠି ବର୍ତ୍ତମାନ ପର୍ଯ୍ୟନ୍ତ ୧୬୨୫ ଲୋକ ଏହି ମହାମାରୀ ଦ୍ଵାରା ସଂକ୍ରମିତ ହୋଇ ସାରିଛନ୍ତି ଓ ୧୮ ଜଣଙ୍କ ମୃତ୍ୟୁ ବି ହୋଇ ଯାଇଛି । ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ଗୁଡିକ ମଧ୍ୟରେ ପଞ୍ଜାବ ଓ ସିଂଧ ବି ସାମିଲ ଅଛି । କହିବାକୁ ଗଲେ ଏହି ସମୟରେ ବି ପାକିସ୍ତାନ ହିନ୍ଦୁମାନଙ୍କ ସହ ବିବାଦ କରିବାରେ ଲାଗିଛି ।

ଇମରାନ ପାକିସ୍ତାନକୁ ରିୟାସତ-ଏ-ମଦୀନା କରିବା ପାଇଁ କରିଥିଲେ ଘୋଷଣା

ଇମରାନ ଖାନ ଯେତେବେଳେ ସତ୍ତାକୁ ଆସିଥିଲେ ସେତେବେଳେ ସେ ପାକିସ୍ତାନକୁ ରିୟାସତ-ଏ-ମଦୀନା କରିବା ପାଇଁ ଘୋଷଣା କରିଥିଲ । ଯେଉଁଥିରେ ଅଳ୍ପସଂଖ୍ୟକଙ୍କ ସହିତ କୌଣସି ପ୍ରକାରର ଭେଦଭାବ କରାଯିବ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଘୋଷଣାର ଓଲଟା କରାଯାଉଛି ହିନ୍ଦୁମାନଙ୍କୁ ଖାଦ୍ୟ ସାମଗ୍ରୀ ଦେବା ପାଇଁ ମନା କରାଯାଉଛି ।