‘ବାଲବୀର’ ସିରିୟଲର ଏହି ପ୍ରସିଦ୍ଧ ଚାଇଲ୍ଡ ଆର୍ଟିସ୍ଟ ଏକ ସଡକ ଦୁର୍ଘଟଣାରେ ମୃତ, ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ବହୁତ ଦୁଃଖିତ ହୋଇ କହିବାକୁ ପଡୁଛି କି ‘ବାଲବୀର’ ସିରିୟଲର ଚାଇଲ୍ଡ ଆର୍ଟିସ୍ଟ ଶିବଲେଖ ସିଂହ ମାନେ ଅନୁ ସିଂହ ବର୍ତ୍ତମାନ ଆଉ ଆମ ଗହଣରେ ନାହିଁ । ଏକ ଭୟାନକ ସଡକ ଦୁର୍ଘଟଣାରେ ସେ ନିଜର ଜୀବନ ହରାଇ ବସିଛି । କହିଦେଉଛୁ କି ଶିବଲେଖର ବୟସ ମାତ୍ର ୧୪ ବର୍ଷ ଥିଲା ।

ଛତିଶଗଢ଼ର ରାଜଧାନୀ ରାୟପୁର ପାଖରେ ଥିବା ଦେବରୀ ଗ୍ରାମ ପାଖରେ ହୋଇଥିବା ଏକ ଦୁର୍ଘଟଣାରେ ଶିବଲେଖର ଜୀବନ ଚାଲି ଯାଇଛି । ଅର୍ଟିଗା କାର ଓ ସାମ୍ନାରୁ ଆସୁଥିବା ଟ୍ରଲର ସହିତ ଜବରଦସ୍ତ ଧକ୍କା ହୋଇଥିଲା । ଘଟଣା ସମୟରେ ଶିବଲେଖର ଘର ଲୋକମାନେ ବି କାରରେ ଥିଲେ ।

ଏହି ଭୟାନକ ଦୁର୍ଘଟଣାରେ ଶିବଲେଖର ଅନ ଦ ସ୍ପଟ ମୁର୍ତ୍ୟୁ ହୋଇଗଲା ଓ ପରିବାରର ବାକି ଲୋକମାନେ ଗମ୍ଭୀର ରୂପରେ ଆଘାତ ହୋଇଛନ୍ତି । ଶିବଲେଖ ଛତିଶଗଢ଼ର ଜାଂଜଗୀର ଜିଲ୍ଲାର ନରିୟର ଗ୍ରାମର ନିବାସୀ ଥିଲା । ଘଟଣାରେ ଆଘାତ ପାଇଥିବା ଲୋକମାନଙ୍କୁ ରାଜଧାନୀ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠି ସେମାନଙ୍କର ଚିକିଶ୍ଚା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଆକ୍ସୀଡେଂଟ ଏତେ ଭୟାନକ ଥିଲା କି କାର ପୂରାପୂରି ନଷ୍ଟ ହୋଇ ଯାଇଛି । କାରରେ ଥିବା ଲୋକମାନେ ବହୁତ କଷ୍ଟରେ କାରରୁ ବାହାରକୁ ବାହାରି ପାରିଛନ୍ତି ।

ଏହି ଲୋକପ୍ରିୟ ସିରିୟଲରେ କରି ସାରିଛନ୍ତି କାମ

ଶିବଲେଖ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣା – ଶୁଣା ବାଲ୍ୟ କଳାକାର ଥିଲେ । ସେ କେତେକ ଟିଭି ଶୋ ରେ ଚାଇଲ୍ଡ ଆର୍ଟିସ୍ଟ ରୂପରେ ବି କାମ କରି ସାରିଛନ୍ତି । ସେ ଇଂଡିୟାଜ ବେଷ୍ଟ ଡ୍ରାମେବାଜ, ସୋନୀ ଟିଭି ର ସଂକଟମୋଚନ ହନୁମାନ, କଲର୍ସ ଟିଭିର ସସୁରାଲ ସିମର କା, ସବ ଟିଭିର ଖିଡ଼କୀ, କେସରୀ ନଂଦନ, ବାଲବୀର, ଶ୍ରୀମାନ ଜୀ ଶ୍ରୀମତୀ ଜୀ, ବିଗ ମ୍ୟାଜିକରେ ଅକବର ବୀରବଲରେ କାମ କରିଛନ୍ତି ।

ଶିବଲେଖର ସ୍ଵପ୍ନ ଥିଲା କି ସେ ବଡ ହୋଇ ଏକ ପ୍ରସିଦ୍ଧ ବଲିଉଡ ଅଭିନେତା ହେବେ । କିନ୍ତୁ ଦୁଃଖର କଥା ଏହା ଅଟେ କି ତାଙ୍କର ଏହି ସ୍ଵପ୍ନ ଆଉ କେବେ ବି ପୁରା ହୋଇ ପାରିବ ନାହିଁ । ଅଭିନୟ ଛଡା ଶିବଲେଖ ସ୍ୱିମିଂଗ, ସ୍କେଟିଂଗ, ଟେବୁଲ ଟେନିସ, କ୍ରିକେଟ ଇତ୍ୟାଦି ଖେଳରେ ବି ମାହିର ଅଟନ୍ତି । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।