ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ଭୋଲେନାଥ ହେଇ ନଥାନ୍ତି ପ୍ରସନ୍ନ

ଶ୍ରାବଣ ମାସ ବହୁତ ପବିତ୍ର ହୋଇଥାଏ ଓ ଏହା ହିନ୍ଦୁମାନଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ମାସ ହୋଇଥାଏ । ଶ୍ରାବଣ ମାସ ଭୋଲେନାଥଙ୍କୁ ସମର୍ପିତ ଅଟେ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ୧୭ ଜୁଲାଇରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଛି । ଏହି ମାସରେ ମହିଳାମାନେ ନିଜ ସ୍ଵାମୀଙ୍କ ପାଇଁ ଓ ଅବିବାହିତ ମହିଳାମାନେ ଏକ ଭଲ ଜୀବନସାଥୀ ପାଇବା ପାଇଁ ଭଗବାନ ଶିବଙ୍କର ପୂଜା ଅର୍ଚନା କରିଥାନ୍ତି ।

କିନ୍ତୁ ଶ୍ରାବଣ ମାସରେ ଆପଣଙ୍କର ଏକ ଛୋଟ ଭୁଲ ଭଗବାନ ଭୋଲେନାଥଙ୍କୁ କ୍ରୋଧିତ ବି କରିପାରେ । ସେଥିପାଇଁ ଆମ ସମସ୍ତଙ୍କୁ ଶ୍ରାବଣ ମାସରେ ସମ୍ଭାଳି କରି ରହିବା ଉଚିତ । ଶ୍ରାବଣ ମାସ ସହ ଜଡିତ ଏମିତି ବହୁତ କଥା ଅଛି ଯାହାର ଧ୍ୟାନ ରଖିଲେ ଆପଣ ବି ଭୋଲେନାଥଙ୍କର କୃପା ପାଇ ପାରିବେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏହି ଖାସ କଥା ଗୁଡିକ ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଶ୍ରାବଣ ମାସ ସହ ଜଡିତ କିଛି ଖାସ କଥା

·    ଶ୍ରାବଣ ମାସରେ ଆପଣ କୌଣସି ବି ପ୍ରକାରର ମାଂସାହାରୀ ଭୋଜନ ମାନେ ମାଛ, ମାଂସ ଓ ମଦ୍ୟପାନର ସେବନ କରିବେ ନାହିଁ ।

·    ଶ୍ରାବଣ ମାସରେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ବାହାଘର କରିବା ଉଚିତ ନୁହେଁ ।

·    ଯେଉଁ ମହିଳାମାନେ ଶ୍ରାବଣ ମାସରେ ଭଗବାନ ଭୋଲେନାଥଙ୍କର ବ୍ରତ ରଖିଥାନ୍ତି ସେମାନଙ୍କୁ ପନିପରିବା ଠାରୁ ଦୂରରେ ରହିବା ଉଚିତ ।

·    ଆପଣ ଜାଣିଛନ୍ତି କି ଭୋଲେନାଥଙ୍କୁ କ୍ଷୀର ଦ୍ଵାରା ଅଭିଷେକ କରାଯାଏ । ଏମିତିରେ ଶ୍ରାବଣ ମାସରେ କ୍ଷୀରର ବି ସେବନ କରିବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଭୋଲେନାଥ କ୍ରୋଧିତ ହୋଇ ଯାଆନ୍ତି ।

·    ଏହା ଛଡା ଆପଣଙ୍କୁ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ କି ସୂର୍ଯ୍ୟ ଉଦୟ ପରେ ଶୟନ କରିବା ବିଲକୁଲ ବି ଶୁଭ ହୋଇ ନ ଥାଏ ।

·    ଶ୍ରାବଣ ମାସରେ ବାଇଗଣର ବି ସେବନ କରିବା ଉଚିତ ନୁହେଁ ।

·    ଯଦି ଶ୍ରାବଣ ମାସରେ ଆପଣଙ୍କ ଘରେ କୌଣସି ଷଣ୍ଢ ଆସି ଯାଉଛି ତେବେ ତାହାକୁ ନିଜ ଘରୁ ଘଉଡାଇ ଦିଅନ୍ତୁ ନାହିଁ ତାକୁ କିଛି ଭୋଜନ କରାନ୍ତୁ । ଏହାର ଶୁଭ ଫଳ ମିଳିବ ।

·    ଯଦି ଆପଣ ନିଜ ଘରେ ଏକ ସୁଖମୟ ପରିବେଶ ଚାହୁଁଛନ୍ତି ତେବେ ସବୁଦିନ ଭଗବାନ ଶିବ ଓ ପାର୍ବତୀଙ୍କର ପୂଜା କରିବା ଉଚିତ । ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ରହିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।