ଆଚାର୍ଯ୍ୟ ଚାଣକ୍ୟ ନିଜ ସମୟରେ ବହୁତ ବଡ ଜ୍ଞାନୀ ଓ ବୁଦ୍ଧିମାନ ମଣିଷ ଥିଲେ । ତାଙ୍କ ପାଖରେ ଅଦ୍ଭୁତ ପ୍ରକାରର ଶକ୍ତି ରହିଥିଲା । ନିଜ ଜୀବନରେ ଆଚାର୍ଯ୍ୟ ଚାଣକ୍ୟ ବହୁତ ମାଧ୍ୟମରେ ଜ୍ଞାନ ହାସଲ କରିଥିଲେ । ଏହି ଆଧାରରେ ସେ ଚାଣକ୍ୟ ନୀତି ଲେଖିଥିଲେ । ଆଜିର ଦୁନିଆରେ ତାଙ୍କର ଏହି ନୀତିବାଣିଗୁଡିକ ବହୁତ କାମରେ ଆସିଥାଏ । ଏହି ନୀତିବାଣୀରେ କେତେଗୁଡିଏ ନିୟମ ରହିଛି ଯେଉଥିରେ ଆମ ଜୀବନର ଶୈଳୀକୁ ବଦଳାଇ ଦେଇପାରିବ ।
ଆଜି ଆମେ ଆପଣଙ୍କୁ କେଉଁ ମଣିଷକୁ କେମିତି ପରଖିବେ ସେହି ବିଷୟରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିବାଣିଗୁଡିକ କଣ ରହିଛି ତାହା ଜଣେଇବୁ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେମିତି ସୁନାକୁ ପରଖିବା ପାଇଁ ତାକୁ ଘଷିବା, କାଟିବା, ଓ ନିଆଁରେ ତରଳାଇବାକୁ ପଡିଥାଏ ସେମିତି ଜଣେ ମଣିଷର ସ୍ଵଭାବ ବିଷୟରେ ଜାଣିବା ପାଇଁ ଏହି ୪ଟି ଜିନିଷ କରିବାକୁ ପଡିଥାଏ । ନିମ୍ନରେ ଏହି ୪ଟି ନିୟମ କଣ ଆସନ୍ତୁ ଜାଣିବା ।
ତ୍ୟାଗର ଭାବନା : କୋଣସି ବ୍ୟକ୍ତିର ସ୍ଵଭାବ ତାର ତ୍ୟାଗ କରିବାର ଶୈଳୀରେ ଜଣାପଡିଥାଏ ।ଯେଉ ମଣିଷର ତ୍ୟାଗ କରିବାର ସକ୍ଷମ ଥିବ ସେ ସର୍ବଦା ସଚୋଟ ମଣିଷ ଭାବେ ପରିଚିତ ହୋଇଥାଏ । ଏହି ସ୍ଵଭାବର ଲୋକମାନେ ସବୁବେଳେ ଅନ୍ୟମାନଙ୍କର ସହଯୋଗ କରିଥାନ୍ତି । ଏହି ଲୋକମାନେ ସତ ଓ ମିଛ ଭିତରୁ ସତକୁ ସବୁବେଳେ ସମତି ଦେଇଥାନ୍ତି । ଏହି ସ୍ଵଭାବ ଥିବା ବ୍ୟକ୍ତି ଦୁନିଆରେ ଖୁବ କମ ଦେଖିବାକୁ ମିଳିଥାନ୍ତି ।
ନୈତିକ ବ୍ୟବହାର : କୌଣସି ମଣିଷର ବ୍ୟବହାର ତା ବିଷୟରେ ବହୁତ କିଛି କହିଥାଏ । ଜଣେ ମଣିଷର ହୃଦୟରେ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ରହିବା ଉଚିତ । ମନୁଷ୍ୟମାନେ ଏକ ସାମାଜିକ ପ୍ରାଣୀ ଅଟନ୍ତି । ଆମ ଚାରିପାଖରେ ରହୁଥିବା ଲୋକମାନଙ୍କ ସହ ଆମର ଭଲ ସମ୍ପର୍କ ରହିଥାଏ । ସେଥିପାଇଁ ଆପଣ କାହା ସହ କେମିତି ବ୍ୟବହାର କରୁଛନ୍ତି ତାହା ବହୁତ ଜରୁରୀ ଅଟେ । ଏହି ବ୍ୟବହାର ମାଧ୍ୟମରେ ଆପଣ ଅନ୍ୟଜଣଙ୍କର ସ୍ଵଭାବ ବିଷୟରେ ଜାଣିପାରିବେ ।
ଗୁଣ : କୌଣସି ବ୍ୟକ୍ତିକୁ ଜାଣିବାକୁ ହେଲେ ପ୍ରଥମେ ତା ଭିତରେ କି କି ଗୁଣ ରହିଛି ସେ ସବୁ ଜାଣିବା ଉଚିତ । ଜଣେ ମଣିଷରେ ଥିବା ଗୁଣଗୁଡିକ ତାର ଜନମରୁ ତା ଭିତରେ ରହି ଥାଏ ।ଏହି ଗୁଣଗୁଡିକରୁ କେଉଁ ମଣିଷ କେଉଁ ସ୍ଵଭାବର ହୋଇଥାଏ ତାହା ଜଣାପଡିଥାଏ ।
କର୍ମ : କର୍ମର ମାନେ ହେଉଛି ଜଣେ ମଣିଷ ନିଜ ପରିବାର ପେଟ ପୋଷିବା ପାଇଁ କେଉଁ କାମ କରିଥାଏ । ଏଠାରେ ବଡ କିମ୍ବା ଛୋଟ କାମର କଥା କୁହାଯାଇ ନାହିଁ । ସଚୋଟ ଓ ପରିଶ୍ରମ କରୁଥିବା କାମ ବିଷୟରେ ଏଠାରେ କୁହାଯାଇଛି । ଠକି କି କରିଥିବା କାମ ଓ ପରିଶ୍ରମ କରିଥିବା କାମ ଭିତରେ ଆକାଶ ପାତାଳର ପାର୍ଥକ୍ୟ ରହିଥାଏ । ଆପଣ ଏହା ଦ୍ଵାରା ଜଣେ ବ୍ୟକ୍ତିର ସ୍ଵଭାବ କେମିତି ହୋଇଥାଏ ତାହା ଜାଣିପାରିବେ ।