ପ୍ରେମରେ ଧୋକା ଖାଇଥିବା ଭଉଣୀଙ୍କୁ ଏମିତି ସାହାଯ୍ୟ କଲେ ସବ୍ୟସାଚୀ

ଯେମିତି କି ସମସ୍ତେ ଜାଣିଛନ୍ତି କି ଓଡିଆ ଆଲବମ ଅଭିନେତ୍ରୀ ଦୀପା ସାହୁ ଆଉ ଏହି ଦୁନିଆରେ ନାହାନ୍ତି । ଯେଉଁ ଦିନ ତାଙ୍କର ମୃତ୍ୟୁର ଖବର ସାମ୍ନାକୁ ଆସିଥିଲା ସେହି ଦିନ ହିଁ ସବ୍ୟସଚି ଟ୍ଵିଟରରେ ଏକ ଶିଶୁ କନ୍ୟାର ଫଟୋ ଶେୟାର କରି କହିଥିଲେ କି ପୁଣି ଥରେ ଫେରି ଆସିଲେ ଦୀପା ସାହୁ ।

ଏହିଭଳି କହିବାର ଉଦ୍ଦେଶ୍ୟ ଏହା ଅଟେ କି ଦୀପା ସାହୁ ଯେଉଁ ସମୟରେ ମୃତ୍ୟୁ ବରଣ କରିଥିଲେ ଠିକ ସେହି ସମୟରେ ଏକ ଓଡିଆ ଶିଶୁ କନ୍ୟା ବାଂଲୋରରେ ଜନ୍ମ ଗ୍ରହଣ କରିଥିଲା । ଏହି ଶିଶୁ କନ୍ୟା ଓ ଦୀପା ସାହୁଙ୍କ ମଧ୍ୟରେ କଣ ସମ୍ପର୍କ ଅଛି ବୋଲି ଯେତେବେଳେ ସବ୍ୟସଚିଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ୨୦ ଜୁନ ୨୦୧୯ରେ ସ୍ମିତା ଯିଏକି ସେହି ଶିଶୁ କନ୍ୟାର ମା ଅଟନ୍ତି ।

ସ୍ମିତାଙ୍କ ବାହାଘରକୁ ସେହି ସମୟରେ ଦୁଇ ମାସ ପୁରା ହୋଇ ଯାଇ ଥିଲା । ସ୍ମିତା ଭଦ୍ରକର ଏକ ଯୁବକକୁ ସେ ପ୍ରେମ ବିବାହ କରିଥିଲେ । କିନ୍ତୁ ସ୍ମିତାଙ୍କ ବାପା ମା ଏହି ବିବାହକୁ ନେଇ ସନ୍ତୁଷ୍ଟ ନ ଥିଲେ । ଏହି ସମୟରେ କିନ୍ତୁ ସ୍ମିତା ନିଜର ମାତା ପିତାଙ୍କ ସହ ହିଁ ରହୁଥିଲେ ।

ଏହା ପରେ ବିବାହର ଦୁଇ ମାସ ପରେ ସ୍ମିତା ପୁରୀ ଯାଇ ସେହି ଯୁବକ ସହ ପୁଣି ଥରେ ବିବାହ କରି ବାଂଲୋର ଚାଲି ଗଲେ । ବାଂଲୋରରେ କିଛି ଦିନ ରହିବା ପରେ ସ୍ମିତା ଜାଣି ପାରିଲେ କି ତାଙ୍କ ସ୍ଵାମୀ ଅନ୍ୟ ଏକ ଯୁବତୀକୁ ବି ଭଲ ପାଉଛନ୍ତି । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରାୟତଃ ଝଗଡା ବି ହେଉ ଥିଲା । ଏହି ସମୟରେ ସ୍ମିତା ଜାଣି ପାରିଲେ କି ସେ ଗର୍ଭବତ୍ତୀ ଅଛନ୍ତି । ଏହା ପରେ ସେହି ଯୁବକ ଜଣକ ସ୍ମିତାକୁ ଶିଶୁ କନ୍ୟାର ଜନ୍ମର ୪ ଦିନ ପୂର୍ବରୁ ହିଁ ସ୍ମିତାଙ୍କୁ ଛାଡି ଚାଲି ଗଲେ ଓ ସ୍ମିତାଙ୍କ ସହ ଝଗଡା କରି କହିଲେ କି ସ୍ମିତାଙ୍କ ପିଲା ତାଙ୍କ ପିଲା ନୁହେଁ ।

ଏହା ପରେ ସ୍ମିତା ବାଂଲୋରରେ ତାଙ୍କ ଘର ପାଖରେ ରହୁଥିବା ଏକ ଓଡିଆ ଯୁବକ ଲାଲା ସ୍ଵାଇଁଙ୍କୁ ସାହାର୍ଯ୍ୟ ମାଗିଲେ । ଲାଲା ସ୍ଵାଇଁ ଏହି ସମସ୍ତ କଥା ଟ୍ଵିଟର ମାଧ୍ୟମରେ ସବ୍ୟସଚୀଙ୍କୁ ଜଣାଇଲେ । ଏହା ପରେ ସବ୍ୟସାଚୀ ବାଂଲୋରରେ କିଛି ବ୍ୟକ୍ତିଙ୍କ ସାହାର୍ଯ୍ୟରେ ସ୍ମିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଲେ ଓ ତାଙ୍କର ଦେଖା ଶୁଣା କରିବା ପାଇଁ ବି ଲୋକ ରଖିଲେ । ଏହା ପରେ ସ୍ମିତା ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ ଓ ଯେଉଁ ଦିନ ସେହି ଝିଅର ଜନ୍ମ ହେଲା ସେହି ଦିନ ହିଁ ଦୀପା ସାହୁଙ୍କ ମୃତ୍ୟୁ ହୋଇଥିଲା ।

ଏହା ପରେ ସ୍ମିତା ସବ୍ୟସାଚୀଙ୍କୁ ତାଙ୍କର ଝିଅର ନାମକରଣ କରିବା ପାଇଁ ସ୍ମିତା କହିଲେ ଓ ସବ୍ୟସାଚୀ ବି ସେହି ଝିଅର ନାମ ଦୀପା ରଖିଲେ ଓ ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ସେହି ଝିଅର ଟାଇଟେଲ ସାହୁ ଥିଲା । ଯାହା ଦ୍ଵାରା ସେହି ଝିଅର ନାମ ଦୀପା ସାହୁ ହୋଇଗଲା । ସଂଯୋଗ ବଶତଃ ସେହି ଦିନ ଦୀପାଙ୍କ ମୃତ୍ୟୁ ହୋଇଥିଲା ଯେଉଁ କାରଣରୁ ସବ୍ୟସାଚୀ ସେହି ଝିଅର ନାମ ଦୀପା ରଖିଥିଲେ । ଏହା ପରେ ସବ୍ୟସଚୀ ସ୍ମିତା ଓ ତାଙ୍କର ଶିଶୁ କନ୍ୟା ସୁସ୍ଥ ହେବା ପରେ ତାଙ୍କୁ ଉଡାଜାହାଜ ମାଧ୍ୟମରେ ଓଡିଶାକୁ ଫେରାଇ ଆଣିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।