ଆସନ୍ତୁ ଜାଣିବା ସେହି ମାଙ୍କ ବିଷୟରେ ଯିଏ ନିଜ କୁନି ପୁଅକୁ ପାଳିବା ସହିତ ବନିଗଲେ IAS ଟପ୍ପର

ଭାରତରେ ସମାଜ ରେ ଅଧିକାଂଶ ଝିଅଙ୍କର ଜୀବନ କେବଳ ବିବାହ ପର୍ଯ୍ୟନ୍ତ ସୀମିତ । ଯଦି ନିଜର କିଛି ସ୍ବପ୍ନ ପୁରଣ କରିବାର ଥାଏ ତେବେ କୁହାଯାଏ ବିବାହ ପୂର୍ବରୁ କରିଦିଅ କାରଣ ବିବାହ ପରେ ତା ଘର ସମ୍ଭାଳିବାକୁ ହେଇଥାଏ । ଏହି କାରଣ ରୁ କିଛି ଝିଅମାନେ ନିଜ ବିବାହ ପୂର୍ବରୁ ବଞ୍ଚିବା ସିଖି ନିଅନ୍ତି ଏବଂ କିଛି ନିଜ ବାପା ମାଆଙ୍କୁ କିଛି ସମୟ ମାଗିଥାନ୍ତି । କିନ୍ତୁ ଚଣ୍ଡିଗଡର ଅନୁ କୁମାରୀ ନିଜ ଚେଷ୍ଟା ଏବଂ ପରିଶ୍ରମ ଦ୍ଵାରା ଏହି ସବୁ କଥାକୁ ଭୁଲ୍ ବୋଲି ପ୍ରମାଣିତ କରି ଦେଇଛନ୍ତି ।

ଅନୁ ଚୋଟବେଲୁ ସ୍ବପ୍ନ ଦେଖିଥିଲେ କି ତାଙ୍କୁ IAS ହେବାର ଅଛି । କିନ୍ତୁ ସ୍ବପ୍ନ ପୁରଣ ହେବା ଆଗରୁ ତାଙ୍କର ବିବାହ ହୋଇଗଲା । କିନ୍ତୁ ଅନୁ ନିଜ ସ୍ବପ୍ନକୁ ଭାଙ୍ଗି ଦେଇ ନଥିଲେ । ବିବାହ ପରେ ସେ ନିଜ ସ୍ବପ୍ନକୁ ଭୂଲି ନଥିଲେ ଏବଂ ମାଆ ହେବା ପରେ ବହୁତ୍ ପରିଶ୍ରମ କରି ସେ କେବଳ IAS ନୁହଁ ବରଂ ଟପ୍ପର ହେଇଛନ୍ତି । ଏବଂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ହରିୟଣା ଏ ସୋନିପତ ଗ୍ରାମର ଗୋଟେ ସାଧାରଣ ପରିବାରରେ ଜନ୍ମି ଅନୁ ପାଠ ପଢାରେ ବହୁତ୍ ଆଗୁଆ ଥିଲେ । ପରିବାର ଲୋକ ଅନୁଙ୍କ ପାଠ ପଢା ପ୍ରତି ଆଗ୍ରହ ଦେଖି ତାଙ୍କୁ ପାଠ ପଢାଇ ଥିଲେ । କିନ୍ତୁ ଅନୁ ନିଜ ବାପଘରେ ଯେଉଁ ସ୍ବପ୍ନକୁ ପୁରା କରି ପାରିନଥିଲେ ସେହି ସ୍ବପ୍ନକୁ ଶାଶୁଘରେ ସମ୍ପୂର୍ଣ୍ଣ କରିଛନ୍ତି ଏବଂ IAS ଟପ୍ପର ହୋଇଛନ୍ତି ।

ଅନୁ ୪ ବର୍ଷର ଛୁଆର ମାଆ ଅଟନ୍ତି । ଘର ପରିବାର ଏବଂ ପୁଅ କୁ ସମ୍ଭାଳି ଅନୁ ଭାରତର ସବୁଠୁ କଠିନ ପରୀକ୍ଷା UPSC ରେ କେବଳ ପାସ ନୁହଁ ବରଂ ଟପ୍ପର ହୋଇଛନ୍ତି । ଅନୁଙ୍କୁ ବର୍ତମାନ ସମସ୍ତେ ସଲାମ କରୁଛନ୍ତି । ଅନୁଙ୍କ ଇଚ୍ଛା ଏବଂ ପରିଶ୍ରମକୁ ଦେଖି ଅନୁଙ୍କ ପରିବାର ଲୋକ ତାଙ୍କୁ ସପୋଟ କରିଥିଲେ ।

ଅନୁ କହିଛନ୍ତି ସେ ବହୁତ ଅସୁବିଧାକୁ ସାମ୍ନା କରିଛନ୍ତି କାରଣ ତାଙ୍କର ଗୋଟେ ପୁଅ ଥିଲା । କିନ୍ତୁ ସେ ନିଜ ବିଶ୍ୱାସ ଏବଂ ପରିଶ୍ରମ ଦ୍ଵାରା ଆଜି IAS ଅଫିସର୍ ହୋଇଛନ୍ତି । ଅନୁ କହିଛନ୍ତି ସେ ଦିନକୁ ୮ ରୁ ୧୨ ଘଣ୍ଟା ପାଠ ପଢୁଥିଲେ । ଅନୁ ୨୦୧୭ ମସିହା ରେ IAS ଅଫିସର୍ ହୋଇଥିଲେ ଏବଂ ପୁରା ଦେଶରେ ୨ ୟ ସ୍ଥାନରେ ରେଂକ୍ ପାଇଥିଲେ ।

କୌଣସି କାମ ଅସମ୍ଭବ ହୋଇନଥାଏ । ନିଜ ମନକୁ ଦୃଢ଼ ରଖନ୍ତୁ ଏବଂ ପରିଶ୍ରମ କରନ୍ତୁ ଦେଖିବେ ନିଶ୍ଚୟ ସଫଳ ହେବେ ।