ଦୁନିଆର ସବୁଠୁ ବଡ ଭାଗବତ ଗୀତା ଆସୁଅଛି ଭାରତ, ଏହାର ଗୋଟେ ପେଜକୁ ଓଲଟେଇବା ପାଇଁ ଲାଗିଥାନ୍ତି 4 ଜଣ ଲୋକ – ଦେଖନ୍ତୁ ଭିଡିଓ

ହିନ୍ଦୁ ଧର୍ମର ସବୁଠୁ ପବିତ୍ର ଗ୍ରନ୍ଥ ଭାଗବତ ଗୀତାରେ ସେହି କଥା ଗୁଡିକ କୁହାଯାଇଛି ଯାହାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମହାଭାରତ ଯୁଧ୍ୟ ସମୟରେ ଉପଦେଶ ରୂପରେ କହିଥିଲେ । ବର୍ତ୍ତମାନ ତାହାକୁ ଶ୍ରୀମଦ୍ଭଗବଦଗୀତା ନାମରେ ଜଣା ଯାଇଥାଏ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଏହି ଦୁନିଆର ସବୁଠୁ ବଡ ଏବଂ ବେଶୀ ଓଜନ ଗୀତା ଇଟାଲୀର ଏକ ମନ୍ଦିରରେ ସ୍ଥାପିତ ଅଛି ?

ଏହି ଗ୍ରନ୍ଥ ସମ୍ଭନ୍ଧରେ ଆଜି ଆମେ ଆପଣମାନଙ୍କୁ କିଛି କହିବାକୁ ଯାଉଛୁ ।

ଦୁନିୟାର ସବୁଠୁ ବଡ ଭାଗବତ ଗୀତା ଆସୁଛି ଭାରତ

ଦୁନିଆର ସବୁଠୁ ବଡ ଏବଂ ବେଶୀ ଓଜନ ବିଶିଷ୍ଟ ଭାଗବତ ଇଟାଲିର ମିଳାନ ସହର ରେ ତିଆରି କରାଯାଇଛି । ଏହା ସମୁଦ୍ର ରାସ୍ତା ଦେଇ ଭାରତକୁ ଆସିବ । ଏହି ଭାଗବତ ଗୀତାକୁ ୧୮ ଡିସେମ୍ବର ମାନେ ଗୀତା ଜୟନ୍ତୀ ଦିନ ଦିଲ୍ଲୀ ର ଇସ୍କନ ମନ୍ଦିର ରେ ରଖା ଯିବ । ଏହାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ଏବଂ ତାଙ୍କ ସହିତ ପ୍ରଭାରୀ ଗୋପାଲ କୃଷ୍ଣ ଗୋସ୍ୱାମୀ ମହାରାଜ ଏବଂ କୁରୁକ୍ଷେତ୍ରର ପ୍ରଭାରୀ ସାକ୍ଷୀ ଗୋପାଲ ଦାସ ମହାରାଜ ବି ସାମିଲ ରହିବେ ।

ଏହାର ଓଜନ ୮୦୦ କିଲୋଗ୍ରାମ ପାଖାପାଖି ହେବ । ୬୭୦ ପ୍ରୁଷ୍ଠା ରେ ତିଆରି ବହିକୁ ସଂସ୍କୃତ ଭାଷାରେ ଲେଖାଯାଇଛି । ଏହାକୁ ବନାଇବାକୁ ୨.୫ ବର୍ଷ ସମୟ ଲାଗିଛି । ଏହାର ଗୋଟିଏ ପୃଷ୍ଠା କୁ ଓଲଟାଇବା ପାଇଁ ୪ ଜଣ ମଣିଷଙ୍କର ସାହାର୍ଯ୍ୟ ଦରକାର । ଅହମଦାବାଦ ର ଇସ୍କନ ମନ୍ଦିରର ପ୍ରମୁଖ ଜଶୋମତିନଂଦନ ଦାସଙ୍କ ଅନୁସାରେ, ଏହି ଗୀତା କୁ ବନାଇବା ପାଇଁ ୧.୫ କୋଟି ଟଙ୍କା ଖର୍ଚ କରାଯାଇଛି ।

କିନ୍ତୁ ସୂଚନା ଅନୁସାରେ ଏହାକୁ ୨୦୨୦ ରେ ଏହି କୁରୁକ୍ଷେତ୍ରରେ ରଖାଯିବ । ଏଠାରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ପାଇଁ ବିଶାଳ ମନ୍ଦିର ତିରାଇ କରାଯିବ । ଏବଂ ଏଠାରେ ଦୁନିଆର ସବୁଠୁ ବଡ ଭାଗବତ ଗୀତାର ସ୍ଥାପନ କରାଯିବ । ଇସ୍କନ ମନ୍ଦିରର ସଂସ୍ଥାପକ ସ୍ୱାମୀ ପ୍ରଭୁଦାୟ କହିଛନ୍ତି କି ଏହା ଗୀତାପ୍ରଚାରର ୫୦ ବର୍ଷ ପୁର୍ତି ସମୟରେ ଏହାକୁ ପ୍ରକାଶିତ କରାଯିବ ।

ଏହାକୁ ବେଦାଂତ ବୁକ ଟ୍ରସ୍ଟ ଛାପିଛନ୍ତି । କିଛି ମିଡିୟା ରିପୋର୍ଟ୍ସ ଅନୁସାରେ ଏହି ମହାଗ୍ରନ୍ଥକୁ ସିଂଥେଟିକର ମଜବୁତ କାଗଜ ରେ ତିଆରି କରାଯାଇଛି । ଏଥିରେ ବିଭିନ୍ନ ପ୍ରକାରର ଧାତୁ ଯେମିତିକି ସୁନା, ଚାନ୍ଦି ଏବଂ ପ୍ଲେଟିନମ ଲଗାଯାଇଛି । ଏହାର କବର କୁ ସ୍ୱର୍ଣିମ ଧାତୁ ରେ ତିଆରି କରାଯାଇଅଛି ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।