ସବୁ ଦିନ ରାତିରେ କରନ୍ତୁ କେବଳ ଏହି 2 କାମ, ସବୁ ଚିନ୍ତାରୁ ମିଳିବ ମୁକ୍ତି, ଲୋକଙ୍କ କଥା ଆପଣଙ୍କୁ କରିବନି ଆଉ Hurt

ପୁରା ଦିନ ମଧ୍ୟରେ ରାତି ହିଁ ଏମିତି ଏକ ସମୟ ହୋଇଥାଏ ଯେତେବେଳେ ଆପଣଙ୍କ ମସ୍ତିଷ୍କ କିମ୍ବା ମନ ସ୍ଥିର ନ ରହି ଚାରିଆଡେ ଘୁରି ବୁଲୁଥାଏ । ରାତି ଏମିତି ଏକ ସମୟ ଅଟେ ଯେତେବେଳେ ଆପଣଙ୍କ ମନକୁ ସ୍ଥିର ଓ ଶାନ୍ତି ମିଳିଥାଏ । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜର କିଛି କାମକୁ ରାତିରେ କରିଥାନ୍ତି କାରଣ ରାତିରେ ସେମାନେ ଫ୍ରୀ ଥାନ୍ତି । କାରଣ ରାତିରେ ମନ ସ୍ଥିର ଥାଏ ଯାହାକି କୌଣସି କାମକୁ ଶେଷ କରିବା ପାଇଁ ଉଚିତ ଅଟେ ।

କିନ୍ତୁ ରାତିରେ ଯଦି ସବୁ କାମକୁ କରୁଛନ୍ତି ତେବେ ବହୁତ ଭଲ ଅଟେ । ଯଦି ଆପଣ ରାତିରେ କୌଣସି କାମ କରୁ ନାହାନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ମନରେ କୌଣସି ଅତୀତ ଓ ଭବିଷ୍ୟତ କଥା ଚାଲିଥାଏ ।

ଏମିତିରେ ଆମେ ଆପଣଙ୍କୁ ଆଜି ଏମିତି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କ ମନରେ ଏପଟ ସେପଟ ଚିନ୍ତାଧାରା ଆସିବ ନାହିଁ । ସର୍ବ ପ୍ରଥମେ ଆପଣ ସବୁ ଦିନର କାମ ସେହି ଦିନରେ ସାରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ କେତେକ ଲୋକମାନେ ଆଜିର କାମକୁ କାଲି କରିବା ପାଇଁ ଛାଡି ଦିଅନ୍ତି । ଆମେ ଚିନ୍ତା କରୁ କି ଆଜିର କାମ କାଲି ଶେଷ କରି ଦେବା ଏମିତିରେ ମନରେ ସବୁବେଳେ ଏହି କଥା ହିଁ ଚାଲିଥାଏ ଓ ରାତିରେ ଶୋଇବା ସମୟରେ ଆମେ ଏହି କଥା ହିଁ ଚିନ୍ତା କରିଥାଉ ।

ଏହା ସହିତ ଏହି କଥା ବାରମ୍ବାର ମନେ ପଡିଯାଏ । ସେତେବେଳେ ମନ କୁହେ କି ଦେଖି ବା କାଲି କରିଦେବା । କିନ୍ତୁ ନୂଆ ଦିନ ପୁଣି କିଛି ନୂଆ କାମ ଚାଲି ଆସେ ଯାହାଦ୍ୱାରା କି ଆମର କାମର ବୋଝ ବଢି ଯାଏ । ସେଥିପାଇଁ ସବୁ ଦିନର କାମ ସେହି ଦିନ ସାରିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ରାତିରେ ଯେତେବେଳେ ଆପଣ ଶୋଇବାକୁ ଯିବେ ତେବେ ଆପଣଙ୍କ ମନରେ କୌଣସି ବି ପ୍ରକାରର ଚିନ୍ତା ରହିବ ନାହିଁ ।

ଏହା ଛଡା ଯେତେବେଳେ ଆପଣ ସବୁ କାମ ସାରି ଶୋଇବାକୁ ଯାଉଛନ୍ତି ତେବେ ତାହା ପୂର୍ବରୁ ନିଜ ପରିବାର ଓ ସାଙ୍ଗ ମାନଙ୍କ ସହ କଥାବାର୍ତ୍ତା କରନ୍ତୁ । କାରଣ ଆମେ ରାତିରେ ପ୍ରାୟତଃ ନିଜକୁ ଏକୁଟିଆ ଅନୁଭବ କରୁ ଓ ଦୁଖୀ ଅନୁଭବ କରୁ । ଆମେ ଯଦି ପରିବାର ଓ ସାଙ୍ଗ ମାନଙ୍କ ସହ କଥାବାର୍ତା କରୁ ତେବେ ଆମ ଜୀବନରେ ସକାରାତ୍ମକ ପ୍ରଭାବ ପଡିଥାଏ ଓ ମନକୁ ଶାନ୍ତି ମିଳିଥାଏ ।

ସବୁ ଦିନ ରାତିରେ କାଲି କଣ କରିବେ ଏହା ପୂର୍ବରୁ ହିଁ ସଠିକ କରି ନେବା ଉଚିତ ନଚେତ କାଲି କଣ କରିବେ ଏହା ଭାବି ଭାବି ଦିନ ବିତିଯିବ । ଏଥିପାଇଁ ସବୁ ଦିନ କିଛି ନା କିଛି କରିବା ଉଚିତ ଅର୍ଥାତ ଜୀବନର କୌଣସି ଦିନକୁ ଖାଲିରେ ଯିବାକୁ ଦିଅନ୍ତୁ ନାହିଁ । ସବୁ ଦିନ ରାତିରେ ମିତ୍ର କିମ୍ବା ପରିବାର ସହ କଥା ହେଲା ବେଳେ ମନକୁ ଚିନ୍ତା ମୁକ୍ତ ରଖନ୍ତୁ । ଏହି ଅଭ୍ୟାସ ଦ୍ଵାରା ଆପଣ ସବୁବେଳେ ସଠିକ ନିଷ୍ପତି ନେଇପାରିବେ । ସବୁ ରାତି ଆପଣଙ୍କୁ ଏକ ନୂଆ ଦିନ ଦେବା ପାଇଁ ପ୍ରସ୍ତୁତ କରିଥାଏ । ଯାହା ହୋଇଗଲା ତାକୁ ଚିନ୍ତା କରନ୍ତୁ ନାହିଁ । ଯାହା ଆପଣଙ୍କ ପାଖରେ ଅଛି ସେ ବିଷୟରେ ଚିନ୍ତା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।