ସବୁ ସମସ୍ୟା ଦୂର କରିବ ଶନିଦେବଙ୍କର ଏହି 4 ଉପାୟ, ମନୋକମନା ହେବ ପୁରା

ଶନିଦେବ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି ଏବଂ ହିନ୍ଦୁ ଧର୍ମରେ ସମସ୍ତ କଷ୍ଟରୁ ବଞ୍ଚିବା ପାଇଁ ସୂର୍ଯ୍ୟପୁତ୍ର ଶନିଦେବଙ୍କର ପୂଜା କରାଯାଇଥାଏ । ଯଦି କୌଣସି ବ୍ୟକ୍ତି ଉପରେ ଶନିଦେବଙ୍କର ସାଢେସାତୀର ପ୍ରଭାବ ଚାଲୁଅଛି ତେବେ ସେଥିରୁ ବଞ୍ଚିବା ପାଇଁ ଜ୍ୟୋତିଷ ମାନେ ଏମିତି ବହୁତ ଉପାୟ ବିଷୟରେ କହଛନ୍ତି । ଯଦି ବ୍ୟକ୍ତି ଶନିଦେବଙ୍କୁ ପ୍ରସନ୍ନ କରିବାରେ ଯଦି ସଫଳ ହୋଇଯାଏ ତେବେ ସେହି ବ୍ୟକ୍ତିର ସବୁ କଷ୍ଟ ଦୂର ହୋଇଯାଇଥାଏ । ଶନିଦେବ ସମସ୍ତଙ୍କୁ ନିଜର କର୍ମ ହିସାବରେ ଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ ଜୀବନରେ ଭଲ କାର୍ଯ୍ୟ କରିବା ଉଚିତ ତେବେ ଯାଇ ଆପଣଙ୍କୁ ଶନିଦେବଙ୍କର କୃପା ପ୍ରାପ୍ତ ହେବ ।

ଆଜି ଆମେ ଆପଣଙ୍କୁ ଏହି ଆର୍ଟିକୀଳ ମାଧ୍ୟମରେ ଶନିଦେବଙ୍କର ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ସାହାର୍ଯ୍ୟରେ ଆପଣ ଆପଣଙ୍କର ଜୀବନରେ ଚାଲୁଥିବା ସବୁ ସମସ୍ୟା ଗୁଡିକ ଦୂର କରି ପାରିବେ ।

ଆସନ୍ତୁ ଜାଣିବା ଶନିଦେବଙ୍କର ଏହି ଉପାୟ ବିଷୟରେ

ଯଦି ଆପଣ ନିଜର ସମସ୍ୟା ଗୁଡିକ ଦୂର କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ କଳା କୁକୁର, କଳା ଗାଈକୁ ରୁଟି ଏବଂ କଳା ପକ୍ଷୀକୁ ଦାନା ଦିଅନ୍ତୁ । ଯଦି ଆପଣ ଶନିବାର ଦିନ କୌଣସି ଗରିବକୁ ତେଲରେ ତିଆରି ଖାଦ୍ୟ ଖାଇବାକୁ ଦେଉଛନ୍ତି ତେବେ ଏହା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଯଦି ଆପଣ ନିଜର କୌଣସି ଇଛା ପୂରଣ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଶନିବାର ଦିନ ସନ୍ଧ୍ୟାରେ ନିଜର ଉଚ୍ଚତାକୁ ଏକ ଲାଲୀ ସୁତାର ମାପି ତାହାକୁ ସଫା ପାଣିରେ ଧୋଇ ଏକ ଆମ୍ବ ଗଛର ପତ୍ରରେ ବାନ୍ଧି ନିଜର ମନୋକମନାକୁ ଧ୍ୟାନ କରି ପାଣିରେ ଭସାଇ ଦିଅନ୍ତୁ ।

ଯଦି କୌଣସି ବ୍ୟକ୍ତି ଶନିଦେବଙ୍କର ସାଢେସାତୀରେ ପୀଡିତ ଅଛି ତେବେ ଏହି ସ୍ଥିତିରେ ଆପଣ ପ୍ରତ୍ୟେକ ଶନିବାର ଦିନ କୌଣସି ଓସ୍ଥ ଗଛର ତଳକୁ ଦୁଇ ହାତରେ ସ୍ପର୍ଶ କରି ଓସ୍ଥ ଗଛର ଚାରିପଟେ ସାତଥର ପରିକ୍ରମା କରନ୍ତୁ । ଏବଂ “ଓଁ  ଶଂ ଶନୈଶ୍ଚରାୟ ନମ:” ମନ୍ତ୍ରର ଜାପ କରନ୍ତୁ ।

ଯଦି ଆପଣ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ଏବଂ ଶନିବାର ଦିନ ହନୁମାନ ଚାଲିସା ପାଠ କରନ୍ତୁ ଏବଂ ହନୁମାନଙ୍କର ପୂଜା କରନ୍ତୁ । ଆପଣଙ୍କର ସବୁ ଖରାପ ପରିସ୍ଥିତିରେ ସୁଧାର ଆସିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।