ସଚ୍ଚା କୃଷ୍ଣ ଭକ୍ତଙ୍କୁ ନିଶ୍ଚୟ କରିବା ଉଚିତ ଏହି ୫ ଟି କାମ, ଶ୍ରୀକୃଷ୍ଣ ପ୍ରସନ୍ନ ହୋଇ ସବୁ ମନୋକାମନା କରିଥାନ୍ତି ପୂର୍ଣ୍ଣ

ଶ୍ରୀ କୃଷ୍ଣଙ୍କ ମହିମା ଅପରମ୍ପାର ହୋଇଥାଏ । ହିନ୍ଦୁ ଧର୍ମରେ ଅଧିକାଂଶ ଲୋକ ରାଧା ଓ କୃଷ୍ଣଙ୍କୁ ପୂଜା କରନ୍ତି । ଯଦି ଭଗବାନ କୃଷ୍ଣ କେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯିବେ, ତେବେ ସେହି ବ୍ୟକ୍ତିକୁ ସମସ୍ତ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ଦେଇଥାନ୍ତି । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣ ସଠିକ ଭାବରେ କଲେ ଭଗବାନ ଶ୍ରୀ କୃଷ୍ଣଙ୍କ ଆଶୀର୍ବାଦ ପାଇପାରିବେ । ଯାହାଫଳରେ ଆପଣଙ୍କର ସବୁ ମନୋକାମନା ହେବ ପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।

ଗାଈର ସେବା-

ପୁରାଣରେ ଅଛି, ଶ୍ରୀ କୃଷ୍ଣ ଗାଈ ଚରାଇବାକୁ ଯାଆନ୍ତି, କୁହାଯାଏ କି କୃଷ୍ଣ ଯେତେବେଳେ ବଇଁଶି ବଜାନ୍ତି, ବଇଁଶିର ମଧୁର ସ୍ଵର ଶୁଣି ଗାଈମାନେ ତାଙ୍କ ପାଖକୁ ଆସିଥାନ୍ତି । ଗାଈ ଓ କୃଷ୍ଣଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ଅଛି ଓ କୁହାଯାଏ କି ଗାଈ ମଧ୍ୟରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି । ତେଣୁ ଯଦି ଆପଣ ଗାଈର ସେବା କରିବେ ବା ଗାଈକୁ ନିୟମିତ ରୂପେ ଖାଦ୍ୟ ଦେବେ, ଏହା ଦ୍ଵାରା ଭଗବାନ ଶ୍ରୀ କୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କ ମନୋକାମନା ପୂର୍ଣ୍ଣ କରିବେ ।

ଲହୁଣୀ ମିଶ୍ରିର ପ୍ରସାଦ

ଶ୍ରୀ କୃଷ୍ଣଙ୍କୁ ଲହୁଣୀ ଅତି ପ୍ରିୟ ଅଟେ । ସେ ଲହୁଣୀ ଖାଇବା ପାଇଁ ବହୁତ ପସନ୍ଦ କରୁଥିଲେ । ଯଦି ଆପଣ ନିଜର କିଛି ଅଧୁରା ମନୋକାମନା ପୂର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି, ତେବେ କୌଣସି ଏକ କୃଷ୍ଣ ମନ୍ଦିର ଯାଇ ଆପଣ ଲହୁଣୀ ମିଶ୍ରିର ପ୍ରସାଦ ବାଣ୍ଟନ୍ତୁ ।

ଦରିଦ୍ର ମାନଙ୍କୁ ସହାୟତା

କୃଷ୍ଣ ଓ ସୁଦାମାଙ୍କ କାହାଣୀ ଆପଣ ସମସ୍ତେ ଜାଣିଥିବେ । କୃଷ୍ଣଙ୍କୁ ତାଙ୍କ ଗରିବ ମିତ୍ର ସୁଦାମାଙ୍କୁ ସାହାର୍ଯ୍ୟ କରିବା ପାଇଁ ବହୁତ ଭଲ ଲାଗେ । ସେହି ପରି ଯଦି ଆପଣ ମଧ୍ୟ କୌଣସି ଗରିବ ବା ଦରିଦ୍ର ଲୋକଙ୍କ ସହାୟତା କରିବେ, ତେବେ ଏହା ଦ୍ଵାରା ଆପଣ କୃଷ୍ଣଙ୍କ ମନକୁ ଜିତି ପରିବେ । ଆପଣ ଏହି ସହାୟତା ଯେ କୌଣସି ଉପାୟରେ କରିପାରିବେ ।

ଅନ୍ୟାୟକୁ ପ୍ରଶୟ ନ ଦେବା

ଶ୍ରୀ କୃଷ୍ଣଙ୍କ ମାମୁଁ କଂସ ଏକ ଅନ୍ୟାୟ ଓ ଅତ୍ୟାଚାରୀ ମଣିଷ ଥିଲା । ହେଲେ ଶ୍ରୀ କୃଷ୍ଣ ତାଙ୍କର ଏହି ଅନ୍ୟାୟକୁ ନାଶ କରିବା ପାଇଁ, ତାଙ୍କ ମାମୁଁ କଂସଙ୍କ ବଧ କରିଥିଲେ । ଠିକ ସେହିପରି ବର୍ତ୍ତମାନ ଯୁଗରେ ମଧ୍ୟ ସମାଜରେ ବହୁତ ଅନ୍ୟାୟ ଓ ଅତ୍ୟାଚାର ଚାଲିଛି, ଯଦି ଆପଣ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଠିଆ ହେବେ ଓ ଏହାକୁ ଅନ୍ତ କରିବା ପାଇଁ ଚେଷ୍ଟା କରିବେ, ତେବେ ଆପଣଙ୍କ ଉପରେ ଭଗବାନ ଶ୍ରୀ କୃଷ୍ଣ ପ୍ରସନ୍ନ ହେବେ ।

ନିତ୍ୟ ପୂଜା ପାଠ

ଆମ ଜୀବରେ କୌଣସି ଭଗବାନଙ୍କୁ ପୂଜା ପାଠ କରିବା ବହୁତ ଜରୁରୀ ହୋଇଥାଏ । ତେଣୁ ଆପଣ ମଧ୍ୟ ନିୟମିତ ରୂପେ ଭଗବାନ ଶ୍ରୀ କୃଷ୍ଣଙ୍କର ପୂଜା କରନ୍ତୁ । ଏହା ଦ୍ଵାରା ଭଗବାନ ଶ୍ରୀ କୃଷ୍ଣ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ କରିବେ ଓ ଶ୍ରୀ କୃଷ୍ଣଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ ।