ସବର୍ଣ୍ଣ ଆରକ୍ଷଣ ପାଇବା ପାଇଁ ଚାହାଁନ୍ତି ତ ଯୋଗାଡ କରନ୍ତୁ ଏହି ୮ ଟି ଡକୁମେଣ୍ଟସ, ଜାଣନ୍ତୁ ଆପଣଙ୍କ ପାଖରେ କଣ ସବୁ ଅଛି ?

ଏବେ ସଂସଦରେ ସବର୍ଣ୍ଣ ଆରକ୍ଷଣ ବିଲ ପାସ ହୋଇଅଛି । ଏହି ବିଲ କୁ ନେଇ ଯେଉଁଠି ରାଜନୈତିକ ମାହୋଲ ଗରମ ଅଛି, ସେଠି ଦ୍ଵିତୀୟ ପକ୍ଷରେ ଏହାର ଚର୍ଚ୍ଚା ମଧ୍ୟ ସବୁଆଡେ ଚାଲିଛି । ସମସ୍ତେ ଏହି ଆରକ୍ଷଣ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ଯାହା ଦ୍ଵାରା ସେ ଏହି ବିଲ ର ଫାଇଦା ଉଠାଇ ପାରିବେ । ଏମିତିରେ ଯଦି ଆପଣ ସାଧାରଣ ବର୍ଗର ଅଟନ୍ତି ଓ ଏହି ଆରକ୍ଷଣ ପାଇବାର ପ୍ରସ୍ତୁତି କରୁଛନ୍ତି, ତେବେ ଏଥି ପାଇଁ ଆପଣଙ୍କୁ ଏହା ଜାଣିବା ଜରୁରି ଅଟେ କି ଆରକ୍ଷଣ ପାଇବା ପାଇଁ ଆପଣଙ୍କୁ କେଉଁ କେଉଁ ଡକୁମେଣ୍ଟ ର ଆବଶ୍ୟକତା ପଡିବ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ସବର୍ଣ୍ଣଙ୍କୁ ୧୦% ଆରକ୍ଷଣ ଦିଆଯିବ ଓ ଏହା ଇନକମ ହିସାବରେ ଦିଆଯିବ । ଜଣାଇ ଦେଉଛୁ କି ଇନକମ ସାର୍ଟିଫିକେଟ ସରକାର ତରଫରୁ ସେହି ଲୋକମାନଙ୍କୁ ଆରକ୍ଷଣର ଲାଭ ଦିଆଯିବ ଯାହାର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ । ଏମିତିରେ ଏହି ଆରକ୍ଷଣ କୁ ପାଇବା ପାଇଁ ଗୋଟିଏ ଇନକମ ସାର୍ଟିଫିକେଟ ର ଆବଶ୍ୟକତା ପଡିବ, ଯାହା ବିନା ଆପଣଙ୍କୁ ଏହି ଆରକ୍ଷଣ ମିଳିପାରିବ ନାହିଁ । ଏମିତିରେ ଆପଣଙ୍କୁ ଏହି ସାର୍ଟିଫିକେଟ ନିଶ୍ଚୟ କରାଇ ନେବା ଦରକାର। ତେବେ ଚାଲନ୍ତୁ ଜାଣିବା କି କେଉଁ କେଉଁ ଡକୁମେଣ୍ଟର ଆପଣଙ୍କୁ ଆବଶ୍ୟକତା ପଡିବ ।

୧ । କାଷ୍ଟ ସାର୍ଟିଫିକେଟ

ଯଦି ଆପଣଙ୍କୁ ସବର୍ଣ୍ଣ ଆରକ୍ଷଣ ଆବଶ୍ୟକ, ତେବେ ଏଥି ପାଇଁ କାଷ୍ଟ ସାର୍ଟିଫିକେଟ ବା ଜାତୀୟ ପ୍ରମାଣ ପତ୍ରର ଆବଶ୍ୟକତା ପଡିବ । ଏହି ପ୍ରମାଣ ପାତ୍ର ତହସିଲରୁ ପାଇ ପାରିବେ । ଏହା ବ୍ୟତୀତ କୌଣସି ଜନସେବା କେନ୍ଦ୍ରରେ ମଧ୍ୟ ତିଆରି କରି ପାରିବେ ।

୨ । ପ୍ୟାନ କାର୍ଡ

ଯଦି ଆପଣ ଏହି ସବର୍ଣ୍ଣ ଆରକ୍ଷଣର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ପ୍ୟାନ କାର୍ଡ ଥିବା ନିହାତି ଆବଶ୍ୟକ । ସେମିତି ତ ପ୍ୟାନ କାର୍ଡ ଆଜି କାଲି ସବୁ ଜାଗାରେ ଆବଶ୍ୟକ ହେଉଛି । ଯଦି ଆପଣଙ୍କ ପାଖରେ ପ୍ୟାନ କାର୍ଡ ନାହିଁ ତେବେ ଆପଣ ଏହାକୁ କରାଇ ନିଅନ୍ତୁ । ଜଣାଇ ଦେଉଛୁ କି ଏହା କେବଳ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କର ହିଁ ହୋଇଥାଏ ।

୩ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ

ସବର୍ଣ୍ଣ ଆରକ୍ଷଣ ଲାଭ ନେବା ପାଇଁ ଆପଣଙ୍କୁ ଇନକମ ଟ୍ୟାକ୍ସ ଋଟର୍ଣ୍ଣର କିଛି କାଗଜ ପାତ୍ର ନିଜ ସାଥିରେ ରଖିବାକୁ ପଡିବ , ଯେଉଁଥିରେ ଏହା ପ୍ରମାଣ ହେବ କି ଆପଣଙ୍କର ବାର୍ଷିକ ଆୟ ୮ ଲକ୍ଷ ରୁ କମ ଅଟେ, ଏମିତିରେ ଆପଣଙ୍କୁ ଇନକମ ଟ୍ୟାକ୍ସ ଫର୍ମ ୧୬ ନିଜ ସାଥିରେ ରଖିବା ଆବଶ୍ୟକ ।

୪ । ବ୍ୟାଙ୍କ ପାସବୁକ

ଆରକ୍ଷଣ ପାଇଁ ଆପଣଙ୍କର ବ୍ୟାଙ୍କର ପାସବୁକର ଫୋଟୋ କପି ମଗା ଯାଇପାରେ । ଏଥିରେ ଆପଣଙ୍କର ତିନି ମାସର ନେବା ଦେବା କୁ ଦେଖାଯିବ । ଏଥିରୁ ଜଣା ପଡିବ କି ଆପଣଙ୍କର ଇନକମ ପ୍ରକୃତରେ ୮ ଲକ୍ଷ ରୁ କମ କି ନୁହେଁ ।

୫ । ଜନଧନ ଯୋଜନାରେ ସମ୍ପୃକ୍ତ ରୁହନ୍ତୁ

ସବର୍ଣ୍ଣ ଆରକ୍ଷଣ ଅନୁସାରେ ଯଦି ଶିକ୍ଷା ବା ଚାକିରିରେ ଆପଣଙ୍କୁ ଲାଭ ଦରକାର ତେବେ ଆପଣଙ୍କୁ ଜନଧନ ଯୋଜନା ସହିତ ସମ୍ପୃକ୍ତ ହେବାକୁ ପଡିବ । ଏହି ଯୋଜନା ଅନୁସାରେ ଆପଣଙ୍କୁ ଏକ ଏକାଉଣ୍ଟ ଖୋଲିବାକୁ ହେବ, ଯାହା ପରେ ହିଁ ଆପଣଙ୍କୁ ଏହି ଲାଭ ମିଳିପାରିବ ।

୬ । ଆଧାର କାର୍ଡ

ଆଧାର କାର୍ଡ ତ ସମସ୍ତଙ୍କ ପାଖରେ ଥିବ, କିନ୍ତୁ ଯଦି ନାହିଁ ତେବେ ତୁରନ୍ତ ତିଆରି କରାଇ ନିଅନ୍ତୁ, କାରଣ ଏହା ବିନା ଆପଣଙ୍କୁ ଆରକ୍ଷଣ ମିଳିପାରିବ ନାହିଁ ,ଏମିତିରେ ଆପଣ ଆଧାର କାର୍ଡ ତୁରନ୍ତ କରାଇ ନିଅନ୍ତୁ ।

୭ । BPL କାର୍ଡ

ଏହା ଗରିବ ରେଖା ତଳର କାର୍ଡ । ଏହି କାର୍ଡ ଗ୍ରାମ ପଞ୍ଚାୟତରୁ ପାଇ ପାରିବେ । ଏହା ଦ୍ଵାରା ଏହା ନିଷ୍ପତ୍ତି ନିଆ ଯିବ କି ଆପଣ ଗରିବ ରେଖା ତଳେ ଆସୁଛନ୍ତି କି ନାହିଁ ।

୮ । ଆୟ ର ପ୍ରମାଣ ପତ୍ର

ଆୟର ପ୍ରମାଣ ପତ୍ର ତହସିଲରୁ ତିଆରି କରାଯାଏ । ଏମିତିରେ ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ତୁରନ୍ତ କରାଇ ନିଅନ୍ତୁ। ଏହା ଦ୍ଵାରା ଆପଣଙ୍କୁ ଆରକ୍ଷଣ ନେବା ପାଇଁ ଅସୁବିଧା ହେବ ନାହିଁ ।

ଆଶା କରୁଛୁ ଆମର ଏହି ସବର୍ଣ୍ଣ ଆରକ୍ଷଣ ନିମନ୍ତେ ସୂଚନାଟି ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ପୋଷ୍ଟଟିକୁ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଏମିତି ଅନେକ ସୂଚନାଧର୍ମୀ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।