ଆଜି ବି ଜଳୁଅଛି ସେହି ଅଗ୍ନି, ଯାହା ଫେରେ ନେଇକରି ଭଗବାନ ଶିବ – ପାର୍ବତୀ କରିଥିଲେ ବିବାହ ! – ଜାଣନ୍ତୁ

ତ୍ରିୟୁଗୀ ନାରାୟଣ ମନ୍ଦିର ଯାହାକି ଉତ୍ତରାଖଂଡରେ ରୁଦ୍ର ପ୍ରୟାଗରେ ଅବସ୍ଥିତ । ଏହି ଜାଗାକୁ ଯାତ୍ରା କରିବା ବହୁତ ପବିତ୍ର ବୋଲି କୁହା ଯାଇଛି । ଏମିତି କୁହାଯାଏ କି ଭଗବାନ ଶିବ ସତ୍ୟଯୁଗରେ ମାତା ପାର୍ବତୀଙ୍କୁ ଏହି ଜାଗାରେ ବାହା ହୋଇଥିଲେ ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜି ବି ଏହି ନିଆଁ କୁଣ୍ଡରେ ଜ୍ଵାଳା ପ୍ରଜ୍ଵଳିତ ହେଉଛି । ଯାହାକୁ ସେମାନେ ସାକ୍ଷୀ ମାନି ବାହା ହୋଇଥିଲେ ।

ତ୍ରିୟୁଗୀ ନାରାୟଣ ମନ୍ଦିର ଉତ୍ତରାଖଂଡର ଘନ ଜଙ୍ଗଲରେ ମଧ୍ୟରେ ବହୁତ ସୁନ୍ଦର ଦେଖାଯାଏ । ଏହାର ସୁନ୍ଦରତା ଆଖିକୁ ଲୁବ୍ଧ କରିଥାଏ । ଏମିତି କୁହାଯାଏ କି ଏହି ଅଗ୍ନି କୁଣ୍ଡରୁ ବାହାରୁଥିବା ପାଉଁଶ ଭକ୍ତ ମାନଙ୍କର ବିବାହିତ ଜୀବନକୁ ସୁଖମୟ କରିଥାଏ ।

ହରିଦ୍ଵାର ପାଖରେ କନଖଳର ରାଜା ହିମାଳୟ ରହୁଥିଲେ । ଯେଉଁଠି ମାତା ପାର୍ବତୀଙ୍କର ଜନ୍ମ ହୋଇଛି । କାରଣ ସେ ଏକ ପର୍ବତ ପୁତ୍ରୀ ଥିଲେ ସେଥିପାଇଁ ତାଙ୍କର ନାମ ପାର୍ବତୀ ରଖା ଯାଇଥିଲା । ଯେତେବେଳେ ମାତା ପାର୍ବତୀ ବଡ ହେଲେ ତାଙ୍କର ବାହାଘର ଭଗବାନ ଶିବଙ୍କ ସହିତ ଏହି ଜାଗାରେ କରା ଯାଇଥିଲା । ଯେଉଁ କାଗାକୁ ଆମେ ଆଜି ତ୍ରିୟୁଗୀ ନାରାୟଣ ମନ୍ଦିର ନାମରେ ଜାଣିଛୁ ।

କାରଣ ପୌରାଣିକ ମାନ୍ୟତା ଅନୁସାରେ ବିଷ୍ଣୁଙ୍କୁ ଏହି ବିବାହର ସାକ୍ଷୀ କରା ଯାଇଥିଲା । ସେଥିପାଇଁ ଏଠି ବିଷ୍ଣୁଙ୍କର ମନ୍ଦିର ମଧ୍ୟ ଅଛି ।

କେମିତି ପହଞ୍ଚିବେ ତ୍ରିୟୁଗୀ ନାରାୟଣ :

ଏହି ମନ୍ଦିରକୁ ଆସିବା ପାଇଁ ବହୁତ ରାସ୍ତା ଅଛି । କିନ୍ତୁ ଗୌରୀକୁଣ୍ଡ ଯିବା ପାଇଁ ଆପଣଙ୍କୁ ଦୁଇଟି ରାସ୍ତା ମିଳିବ । ଯେତେବେଳେ ଆପଣ ଗୌରିକୁଣ୍ଡରୁ ୬ କିଲୋମିଟର ଦୂର ଗୁପ୍ତେଶ୍ଵରୀ ଆଡକୁ ଯିବେ ସେଠି ସୋନପ୍ରୟାଗ ଆସିଥାଏ । ଏହି ସ୍ଥାନରୁ ବି ଆପଣ ତ୍ରିୟୁଗୀ ନାରାୟଣ ମନ୍ଦିର ଯାଇ ପାରିବେ । ଆପଣଙ୍କୁ ତ୍ରିୟୁଗୀ ନାରାୟଣ ମନ୍ଦିର ୧୨ ରୁ ୧୩ କିଲୋମିଟର ଦୂରରେ ପଡିବ ।

ଯଦି ଆପଣ ଚାଲିଚାଳି ଯିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ କେବଳ ୬ ରୁ ୭ କିଲୋମିଟର ଚାଲିବାକୁ ପଡିବ । ପ୍ରଥମେ ଆପଣଙ୍କୁ ସୋନପ୍ରୟାଗ ଯିବାକୁ ପଡିବ । ତାହା ପରେ ଆପଣ ୧୦୦ ମିଟର ଗୌରିକୁଣ୍ଡ ଆଡକୁ ଯିବେ । ସେଠି ଆପଣଙ୍କୁ ଏକ ଲୁହାର ପୋଲ ମିଳିବ ।

ସେହି ରାସ୍ତା ଦେଇ ଆପଣଙ୍କୁ ଆଗକୁ ଯିବାକୁ ପଡିବ । ଏହିଇ ରାସ୍ତାରେ ଜଙ୍ଗଲ ପଡିବ । ସେଥିପାଇଁ ଆପଣ ଧ୍ୟାନର ସହିତ ଯିବେ । କିଛି ରାସ୍ତା ଗଲା ପରେ ଆପଣଙ୍କୁ ଏକ ଜଳଧାରା ମିଳିବ । ଏହି ମନ୍ଦିରକୁ ଦେଖିବା ପରେ ଆପଣ ରୁଦ୍ରକୁଣ୍ଡ, ବିଷ୍ଣୁକୁଣ୍ଡ ଏବଂ ବ୍ରହ୍ମାକୁଣ୍ଡ ବି ଦେଖି ପାରିବେ । ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଅନେକ ନୂଆ ନୂଆ ଲେଖା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।