ଶାଳୀ ବାହାଘରକୁ ଆସୁଥିଲେ, ଦୂର୍ଘଟଣାରେ ଭିଣୋଇର ଚାଲିଗଲା ଜୀବନ I ରାସ୍ତାରେ ଠିଆ ହୋଇଥିଲା ଟ୍ରକ ପଛ ପଟୁ ଧକ୍କା ମାରିଲା ବାଇକ ।

ଶାଳି ବାହାଘର ବୋଲି ଭିଣେଇ ଘରକୁ ଆସିଥିଲେ । ଆଉ ସବୁ ଦାୟିତ୍ଵ ଭାର ନିଜ ମୁଣ୍ଡକୁ ନେଇଥିଲେ । କାହିଁକି ନା ସାନ ଶାଳି ର ବାହାଘର । ଶଳା କୁ ନେଇ ବଜାରକୁ ଜିନିଷପତ୍ର କିଣିବାକୁ ଯାଇଥିଲେ । ଆଉ ଗୋଟେ ଗାଡି ରେ ଦୁଇ ଜଣ ସାଙ୍ଗ ହୋଇ ଜିନିଷ ନେଇ ଘରକୁ ଆସିଲେ । ଆଉ ବାଇକ ନେଇ ଜ୍ଵାଇଁ ଶ୍ଵଶୁର ଘରକୁ ଫେରୁଥିଲେ । ଆଉ ଠିକ ଏତିକି ବେଳେ ଯମ ଯେମିତି ବାଟ ରେ ଜଗି ବସିଥିଲା ।

ରାସ୍ତା କଡ ରେ ଠିଆ ହୋଇଥିବା ବାଇଆକ କୁ ଧକ୍କା ଦେଇଥିଲା ବାଇକ । ଆଉ ତା ପରେ ସବୁଦିନ ପାଇଁ ଭେଣେଇ ସବୁ ଦିନ ପାଇଁ ଆଖି ବୁଜି ଦେଇଛି । ଶ୍ଵଶୁର ଘର ପାଖ ଗାଁ ନିକଟରେ ଦୁର୍ଘଟଣାରେ ଜ୍ଵାଇଁ ର ଜୀବନ ଚାଲିଗଲା । ସାନ ଭଉଣୀର ବାହାଘର କୁ ଆସି ବଡ ଭଉଣୀ ତା ସ୍ଵାମୀ କୁ ହରାଇଛି । ଏମିତି ଏକ ଖବର ସେତେବେଳେ ଚର୍ଚ୍ଚା ହେଉଛି ଯେବେ ଦୁର୍ଘଟଣାରେ ସ୍ବାମୀର ଜୀବନ ଚାଲିଗଲା, ଗୋଟେ ବାପା, ଭିଣୋଇ, ଜ୍ଵାଇଁ ର ଜୀବନ ଚାଲିଗଲା ।

ମେଡିକାଲ ରେ ମା ଟି କାନ୍ଦୁଛି କାହିଁକି ନା ସେ ଜାଣି ସାରିଛି ତା ପୁଅ ଆଉ ନାହିଁ । ଏ ଦୁଃଖ କୁ ଏ ନିରାଟ ସତ୍ୟ କୁ ତାକୁ ମାନି ନେବାକୁ ପଡିବ । ଆଜି ହୃଦୟ ଭିତରେ ଯେତେ ବୋ କୋହ ଅଛି ତାହା ବାହାର କରିବାକୁ ହେବ । କାରଣ 28 ବର୍ଷର ପୁଅ ଆଜି ଅଫେରା ରାଇଜର ରାଜକୁମାର ପାଲଟି ଯାଇଛି । ଶାଳି ବାହାଘରକୁ ଆସି ଭିଣୋଇ ର ଜୀବନ ଚାଲି ଯାଇଛି ।

ଶ୍ଵଶୁର ଘର ନିକଟରେ ଗୋଟେ ଜ୍ଵାଇଁ ର ଜୀବନ ଚାଲି ଯାଇଛି । ଦର୍ଶକ ବନ୍ଧୁ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଡ ଥାନା ଅନ୍ତର୍ଗତ ବାହଡାଗୋଡା ଚକା ନିକଟରେ । ଏହି ଠାରେ ସଡକ ଦୁର୍ଘଟଣାରେ ଚାଲି ଯାଇଛି ଜଣଙ୍କ ଜୀବନ । ମୃତକ ଜଣକ ହେଉଛନ୍ତି କୋଦଳା ଥାନା ଅନ୍ତର୍ଗତ ଦିଗାପଡା ପଞ୍ଚାଯତ ର ରେଙ୍ଗେଡି ପଲ୍ଲି ଗାଁ ର 28 ବର୍ଷୀୟ ଯୁବକ ମୁନା ବେହେରା ।

ଶାଳି ବାହାଘରକୁ ଯାଇଥିଲେ ମୁନା ଆଉ ରାସ୍ତା କଡ ରେ ଠିଆ ହୋଇଥିବା ଟ୍ରକ ପଛ ପଟୁ ଧକ୍କା ଦେଇଥିଲେ । ଯେଉଁଥି ପାଇଁ ତାଙ୍କର ମୃତ୍ୟୁ ହୋଇଛି । ଶ୍ଵଶୁର ବୃନ୍ଦାବନ ବେହେରା ଓ ତାଙ୍କ ପୁଅ ମଙ୍ଗୁଳି ଙ୍କୁ ସାଙ୍ଗରେ ଧରି ମୂନା ବେହେରା ସାଇ ବାହାଘର ପାଇଁ ଜିନିଷପତ୍ର କିଣିବାକୁ ବଜାର ଆସିଥିଲେ ।

ଆଉ ଜିନିଷପତ୍ର କିଣିବା ପରେ ଆସିକା ରୁ ଶ୍ଵଶୁର ଓ ଶଳା ସମସ୍ତେ ସାଙ୍ଗ ହୋଇ ଜିନିଷପତ୍ର ନେଇ ଯାଇଥିଲେ । ଅନ୍ୟ ପରେ ମୂନା ଏକା ଯାଇଥିଲେ । ଦୁଇ ବର୍ଷ ପୂର୍ବରୁ ମୁନାଙ୍କର ବିବାହ ହୋଇଥିଲା ଓ ଆଉ ତାଙ୍କର ଦେଢ ବର୍ଷର ଝିଅ ଟି ମଧ୍ୟ ଅଛି । ବନ୍ଧୁଗଣ ଆପଣ ମାନଙ୍କର ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।