ବନ୍ଧୁଗଣ ଅନେକ ସମୟରେ ଦୁର୍ବୁର୍ତ୍ତ ମାନେ ପୋଲିସ କୁ ଚମ୍ପଟ ମାରି ଖସି ଯାଉ ଥିବାର ଦେଖା ଯାଇଛି । ଆଜିକାଲି ଜଙ୍ଗଲ ସରକ୍ଷଣ କୁ ନେଇ ଅନେକ ସମସ୍ଯା ଦେଖା ଯାଉଛି । ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଦୁର୍ବୁର୍ତ୍ତ ମାନେ ଏମିତି କାଣ୍ଡ ଘଟାଉଛନ୍ତି ଯାହା ପାଇଁ ଜଙ୍ଗଲ ସୁରକ୍ଷା ଠିକ ଭାବେ ହୋଇପାରୁ ନାହିଁ । ବିଶେଷ କରି ଗଛ କାଟିବା ଆଜିକାଲି ସାଧାରଣ ଘଟଣା ହୋଇ ଗଲାଣି ।

ଗଛ କାଟିବା ସହ ଗଛ ର କାଠ ଚୋରୀ କରିବାରେ ଦୁର୍ବୁର୍ତ୍ତ ମାନେ ମାହିର ହୋଇ ଗଲେଣି । ଯାହା ଫଳରେ ଧୀରେ ଧୀରେ ଜଙ୍ଗଲ ସଫା ହୋଇ ଯାଉଛି । ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମନା କୁ ଆସିଛି । ଯାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଧରା ପଡିଲା ବିପୁଳ ପରିମାଣରେ ସାଗୁଆନ କାଠ । ଆଉ ଘଟଣା ସ୍ଥଳରୁ ଦୌଡି ପଳାଇଲେ ଅଭିଯୁକ୍ତ ।
ବନ ବିଭାଗ ଚେଷ୍ଟା କରିଥିଲା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ହେଲେ ଫେଲ ମାରିଛି । ହଁ ଦର୍ଶକ ବନ୍ଧୁ ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଅଡବା ଅଞ୍ଚଳରେ । ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଶୋଇ ଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଓ ଅଡବା ବନ କର୍ମଚାରୀ ନଡମା ଗାଁ ନିକଟରେ ଏକ କାଠ ବୋଝେଇ ଟ୍ରକ କୁ ଜବତ କରିଛି ବନ ବିଭାଗ ।

ହେଲେ ବନ କର୍ମଚାରୀ ଙ୍କୁ ଦେଖିବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଛି । ଜବତ ହୋଇଥିବା ଟ୍ରକ ରେ ଶାଗୁଆନ ଆଠ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 50 ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ତେବେ ସୂଚନା ଅନୁଯାୟୀ ବନ ବିଭାଗର କର୍ମଚାରୀ କାଠ ବିଝେଇ ଟ୍ରକ କୁ ଜବତ କରିଛନ୍ତି ହେଲେ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଛନ୍ତି ।
ତେବେ ଏତେ ଗୁଡାଏ କାଠ ଦୁର୍ବୁର୍ତ୍ତ ମାନେ କେଉଁଠୁ ଆଣିଲେ ତାହା ଏ ଯାଏଁ ଜଣା ପଡିବ ନାହିଁ । ଏ ସାଗୁଆନ କାଠ କେଉଁଠା ରୁ କେଉଁଠିକି ନେଇ ଯାଉଥିଲା ଅଭିଯୁକ୍ତ ତାହା ଜଣା ପଡିବ ନାହିଁ । ତେବେ ବନ ବିଭାଗ ହାତରୁ ଅଭିଯୁକ୍ତ ମାନେ କେମିତି ଖସିଗଲେ ତାହା ସନ୍ଦେହ ଘେର ରେ ରହିଛି ।
ତେବେ ସବୁ ଥର ଭଳି ବନ ବିଭାଗ ହାତରୁ କେମିତି ଅଭିଯୁକ୍ତ ମାନେ ଖସି ଯାଉଛନ୍ତି ତାହା ସନ୍ଦେହ ଘେର ରେ ରହିଛି । ଦେଖିବାକୁ ବାକି ରହିଲା ବନ ବିଭାଗ ଦୁର୍ବୁର୍ତ୍ତ ମାନଙ୍କୁ କେବେ ଧରୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।