ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ରାଶି ଜଣା ପଡିଥାଏ । ସେହି ରାଶି ଅନୁସାରେ ବ୍ୟକ୍ତିଙ୍କ ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଅନେକ ସୂଚନା ମିଳିଥାଏ । ଆଜି ଆମେ ଜାଣିବା S ନାମ ଥିବା ବ୍ୟକ୍ତିଙ୍କ କିଛି ଖାସ୍ ଗୁଣ ବା ସ୍ଵଭାବ ବିଷୟରେ । S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ବହୁତ କଥାକୁହା ସ୍ଵଭାବର ହୋଇଥାନ୍ତି । ହେଲେ ଏମାନେ ନିଜ କଥାକୁ କେବେବି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ । ନିଜ ମନ ଭିତରେ କଣ ଚାଲିଛି ଏମାନେ ନିଜେ ବି ସହଜରେ ଜାଣି ପାରନ୍ତି ନାହିଁ ।
ଏମାନେ ସବୁ କାମକୁ ନିଜର ସ୍ଵତନ୍ତ୍ର ଷ୍ଟାଇଲରେ କରିବାକୁ ପସନ୍ଦ କରନ୍ତି । ଏମାନେ ନିଜ ବୁଦ୍ଧି ବଳରେ ସବୁ ସମସ୍ଯାକୁ ଦୂର କରି ଦେଇଥାନ୍ତି । ଏମାନଙ୍କ ମାଇଣ୍ଡ ସହ ଆଖି ଓ କାନ ସବୁ କାମ କରୁଥାଏ । S ନାମର ବ୍ୟକ୍ତିଙ୍କ କ୍ଯାରିୟର କଥା କହିଲେ, ଏମାନଙ୍କ ଭାଗ୍ୟରେ ରାଜଯୋଗର ଭଲ ସଂଯୋଗ ଥାଏ । ଏମାନେ ବହୁତ ସଚ୍ଚୋଟ ମଣିଷ ହୋଇଥାନ୍ତି । କିନ୍ତୁ ଅନ୍ୟ ଦ୍ଵାରା କାମ କେମିତି କରାଯିବ ଏହା ମଧ୍ୟ ଭଲଭାବେ ଜାଣିଥାନ୍ତି ।
ଏମାନେ ଅନେକ ସମୟରେ ନିଜ କ୍ଯାରିୟରକୁ ନେଇ ଚିନ୍ତିତ ରହିଥାନ୍ତି । କିନ୍ତୁ ଏମାନେ ଯେଉଁ କ୍ଷେତ୍ରରେ ମଧ୍ୟ ଯାଆନ୍ତି ସେଥିରେ ସଫଳତା ପ୍ରାପ୍ତ କରନ୍ତି । ଏହି ନାମର ବ୍ୟକ୍ତି କୌଣସମତେ ନିଜ କାମ କରିବା ଜାଣନ୍ତି । ପ୍ରେମ ମାମଲାରେ S ନାମର ବ୍ୟକ୍ତି ସାମାନ୍ଯ ସ୍ଵାର୍ଥୀ ହୋଇଥାନ୍ତି । ଏମାନେ ନିଜ ପ୍ରେମକୁ ନେଇ ଗର୍ବ କରିଥାନ୍ତି ଓ ପ୍ରେମୀଙ୍କୁ ସବୁବେଳେ ନିଜ ପାଖରେ ରଖିବାକୁ ଚାହିଁଥାନ୍ତି ।
ଏମାନଙ୍କ ପ୍ରେମ ଉପରେ ଯେମିତି କାହା ନଜର ନପଡୁ ତାହା ଏମାନେ ଚାହିଁଥାନ୍ତି । ପ୍ରେମରେ ଅତ୍ୟଧିକ ବୁଡି ରହିବାରୁ ଏମାନେ ଟିକେ ସନ୍ଦେହୀ ହୋଇଯାନ୍ତି । କିନ୍ତୁ ଏହା ପଛରେ ଏମାନଙ୍କ ଭାବନା କେବଳ ଏହା ଥାଏ କି, ଏମାନେ ନିଜ ପ୍ରେମକୁ କାହା ସହ ଶେୟାର କରିବାକୁ ଚାହାନ୍ତି ନାହିଁ । କିନ୍ତୁ ଏମାନଙ୍କର ଏଭଳି ଅଭ୍ଯାସ ଅନେକ ସମୟରେ ଅନ୍ୟ ପାଇଁ ମୁଣ୍ଡବ୍ଯଥାର କାରଣ ବନିଯାଏ । ତେବେ ଏମାନଙ୍କ ମଧ୍ୟରେ କିଛି ଖାସ ଗୁଣ ରହିଥାଏ ।
ନୂଆ ମିତ୍ର କେମିତି ବନେଇବେ ଏହି କଳା ଏମାନଙ୍କ ଭିତରେ ଭରପୁର ରହିଥାଏ । ଏହି କାରଣରୁ ଏମାନଙ୍କର ଅନେକ ସାଙ୍ଗସାଥି ଥାନ୍ତି । ଏମାନେ ବେଶ ହସମୁଖ ଓ ଆକର୍ଷଣୀୟ ହୋଇଥାନ୍ତି । ଏହି ନାମର ବ୍ୟକ୍ତି ନିଜ ଜିନିଷପତ୍ର ମଧ୍ୟ କାହା ସହ ଶେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଟିକେ କଞ୍ଜୁସ ହେବା ସହ ଶୋ’ଅଫ୍ ମଧ୍ୟ କରିଥାନ୍ତି । ଏମାନେ ହୃଦୟରୁ ଭଲ ହୋଇଥିଲେ ମଧ୍ୟ ଅନେକ ସମୟରେ ଏମାନଙ୍କ ସ୍ଵଭାବ ଅନ୍ୟ ଆଗରେ ଏମାନଙ୍କୁ ଖରାପ ବନେଇ ଦିଏ ।
ଏମାନେ ନିଜ ପାଖାପାଖି ହେଉଥିବା ସବୁ ଖବର ରଖିଥାନ୍ତି । ଜୀବନରେ ଅନେକ ସମୟରେ ଏମାନେ ଠିକ ନିର୍ଣ୍ଣୟ ନେଇପାରନ୍ତି ନାହିଁ । ତେଣୁ ଏମାନଙ୍କୁ ଖୁବ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ବନ୍ଧୁମାନଙ୍କ ପ୍ରତି ଅଧିକ ସଚ୍ଚୋଟ ରହିଥାନ୍ତି ଓ ବେଳେବେଳେ କିଛି ଭଲ କରିବା ଚକ୍କରରେ ଏମାନଙ୍କ କାମ ବିଗିଡିଯାଏ ।
ଏମାନେ ତୀବ୍ର ବୁଦ୍ଧି ଯୁକ୍ତ ବ୍ୟକ୍ତି ହୋଇଥାନ୍ତି ଓ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହୋଇଥାନ୍ତି । ନିଜେ କଷ୍ଟ ସହି ମଧ୍ୟ ଅନ୍ୟକୁ ଖୁସି ଦେଇଥାନ୍ତି । ଆପଣଙ୍କ ନାମ S ଅକ୍ଷରରୁ ଆରମ୍ଭ ହୋଇଥିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।