ବର୍ତ୍ତମାନ ଅଧିକାଂଶ ମହିଳାଙ୍କର ପିରିୟଡ୍ ରେ ଅନିୟମିତା ଭଳି ସମସ୍ଯା ଦେଖାଯାଉଛି । ତେବେ ଏହି ସମସ୍ଯା ଅନେକ ଥର କାହିଁକି ହୋଇଥାଏ । ଏହାର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଲ୍ପା ମିଶ୍ରଙ୍କ ଠାରୁ ଜାଣିବା । ମେନ୍ସ 2 ପ୍ରକାରର ହୋଇଥାଏ । ଗୋଟିଏ ଫିଜିଓଲୋଜିକାଲ ଓ ଅନ୍ୟଟି ପାଥୋଲୋଜିକାଲ୍ । ଯେତେବେଳେ ପ୍ରଥମ କରି ଝିଅ ମାନଙ୍କର ପିରିୟଡ୍ ଆରମ୍ଭ ହୋଇଥାଏ ।
ତାହାର 1 ରୁ 2 ବର୍ଷ ଭିତରେ ପିରିୟଡ୍ ରେ ବହୁତ ଅନିୟମିତତା ଦେଖାଯାଇଥାଏ । ସେହିପରି ମେନୋପୋଜ ସମୟରେ ଅର୍ଥାତ ଯେତେବେଳେ ପିରିୟଡ୍ ବନ୍ଦ ହେବାକୁ ଯାଉଥାଏ । ସେତେବେଳେ ମଧ୍ୟ ତାହାର 1 ରୁ 2 ବର୍ଷ ପୂର୍ବରୁ ପିରିୟଡ୍ ରେ ଅନିୟମିତତା ଦେଖାଯାଇଥାଏ । ପରେ ପରେ ଏହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥାଏ । ପ୍ରେଗନେନ୍ସି ସମୟରେ ମଧ୍ୟ ପିରିୟଡ୍ ଜମାରୁ ହୋଇନଥାଏ । ତେବେ ଏହି ଟାଇପର ପିରିୟଡ୍ ର ଅନିୟମିତତାକୁ ଫିଜିଓଲୋଜିକାଲ କୁହାଯାଇଥାଏ ।
ହେଲେ ଏହାଛଡା ଯଦି ଝିଅ ମାନଙ୍କର ଅନ୍ୟ କିଛି ରୋଗ ବା କିଛି ବି ହାର୍ମୋନାଲ ଇମବାଲାନ୍ସ ହୋଇ ପିରିୟଡ୍ ରେ ଅନିୟମିତା ଦେଖାଯାଉଛି । ତେବେ ତାହା ପାଥୋଲୋଜିଲାଲ ପିରିୟଡ୍ ଆବନରମାଲ ବୋଲି କୁହାଯାଇଥାଏ । ବିଶେଷ କରି ଯେଉଁ ମହିଳା ମାନଙ୍କର ଥାଇରଏଡ୍ ଜନିତ ସମସ୍ଯା ରହିଥାଏ । ସେମାନଙ୍କ ଠାରେ ପିରିୟଡ୍ ରେ ଅନିୟମିତତା ହେବା ଭଳି ପ୍ରୋବ୍ଲେମ ବହୁ ମାତ୍ରାରେ ଦେଖାଯାଇଥାଏ ।
ଯେତେବେଳେ ଜଣେ ବହୁତ ଅଧିକ ମୋଟା ବା ବହୁତ ଅଧିକ ପତଳା ହୋଇଯାଇଥାଏ । ଏହି କ୍ଷେତ୍ରରେ ବି ପିରିୟଡ୍ ରେ ଅନିୟମିତତା ଦେଖାଦେଇଥାଏ । ବହୁତ ଷ୍ଟ୍ରେସରେ ରହୁଥିବା ମହିଳା ବା ଦରକାର ଠାରୁ ଅଧିକ ଏକ୍ସରସାଇଜ କରିବା ଦ୍ଵାରା ମଧ୍ୟ ପିରିୟଡ୍ ରେ ଅନିୟମିତତା ଦେଖାଦେଇଥାଏ । ତେବେ ଏହାଛଡା ବଡିର କିଛି ହର୍ମୋନାଲ ଇମବାଲାନ୍ସ କାରଣରୁ ପିରିୟଡ୍ ରେ ଅନିୟମିତତା ଦେଖାଦେଇଥାଏ ।
ତେବେ ଯଦି ଆପଣଙ୍କର ବାରମ୍ବାର ପିରିୟଡ୍ ଠିକ ଟାଇମରେ ହେଉ ନାହିଁ ବୋଲି ଜାଣୁଛନ୍ତି । ତେବେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେଇଯିବା ଜରୁରୀ ଅଟେ । ଡାକ୍ତର ଆପଣଙ୍କ ଠାରୁ କେଉଁ କାରଣ ପାଇଁ ପିରିୟଡ୍ ଠିକ ସମୟରେ ହେଉ ନାହିଁ ତାହା ଜାଣିବା ପାଇଁ ଆପଣଙ୍କ ଠାରୁ ପୁରା ଡିଟେଲ୍ସ ନେବେ । ତାହାକୁ ଡାଇଗ୍ନୋସୀସ କରି ତାହାର କାରଣ ଜାଣି ପିରିୟଡ୍ ଠିକ ସମୟରେ ଆସିବା ପାଇଁ ଉପାୟ କହିବେ ।
ତେଣୁ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ଆପଣ ମାନସିକ ଭାବେ ସଂପୂର୍ଣ୍ଣ ନିଜକୁ ପ୍ରସ୍ତୁତ କରି ଯାଇଥିବେ । କାରଣ ପିରିୟଡ୍ସ ନହେଉଥିବାର କାରଣ ଜାଣିବା ପରେ ଯାଇ ପିରିଅଡ ରେଗୁଲାର କିପରି କରାଯାଇ ପାରିବ ତାହା ଡାକ୍ତର କହିପାରିବେ । ଭାବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।