ରୁଟି ଦ୍ଵାରା କିପରି ଋଣମୁକ୍ତ ହେବେ ? ଜାଣନ୍ତୁ ଜ୍ୟୋତିର୍ବିଦ Pragya Tripathy ଙ୍କ ଠାରୁ ଏହି ଖାସ୍ ଟିପ୍ସ (Vastu Shashtra)

ଅନେକ ଲୋକ ଋଣ କରି ବହୁତ ସମସ୍ଯାର ସମୁଖୀନ ହୋଇଥାନ୍ତି । ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ କି ରୁଟି ଦ୍ଵାରା ଆପଣ କିପରି ଋଣମୁକ୍ତ ହୋଇପାରିବେ । ଯେଉଁ ରାଶିର ଜାତକଙ୍କ ଷଷ୍ଠର ଅଧିପତି ଲଗ୍ନରେ ତଥା ଲଗ୍ନାଧିପତି ଷଷ୍ଠରେ ରହିଥାନ୍ତି ସେମାନେ ବହୁତ ଅଧିକ ଋଣ ବା ଲୋନ କରିଥାନ୍ତି । ଯାହାକି ଶୁଝିବା ଅତ୍ୟନ୍ତ କଷ୍ଟ ହୋଇପଡେ । ଯଦି ଆପଣଙ୍କ ଜାତକରେ ଏହି ଯୋଗ ରହିଛି ତେବେ ଆପଣ ପଦାପି ଲୋନ କରନ୍ତୁ ନାହିଁ ।

ଯଦି ବହୁତ ଆବଶ୍ୟକ ରହୁଛି ତେବେ ଯେତିକି ଆପଣ ପାରିବେ ସେତିକି ଭାବିଚିନ୍ତି ଲୋନ ନିଅନ୍ତୁ । କିନ୍ତୁ ଲୋନ ନକରି ଅନ୍ୟ କିଛି ବାଟରେ ଯଦି ବାଲାନ୍ସ କରିପାରିବେ ତେବେ ସବୁଠୁ ଭଲ ହେବ । ଏଭଳି ଯୋଗ ଥିଲେ ଆପଣ ଯଦି ନିଜ ନାଁରେ ଲୋନ ଆଣୁଛନ୍ତି ତେବେ ବହୁତ କମ୍ ଆମାଉଣ୍ଟର ଟଙ୍କା ମଧ୍ୟ ଶୁଝିବା ପାଇଁ ଆପଣଙ୍କୁ କଷ୍ଟ ହେବ । ହେଲେ ଆଉ ଯେଉଁମାନେ ଲୋନ କରି ନେଉଛନ୍ତି ସେମାନଙ୍କୁ ତ ଶୁଝିବାକୁ ପଡିବ ।

କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି କି ଯେଉଁମାନେ ଲୋନ ନଶୁଝି ଠକିଥାନ୍ତି ସେଇଟା ରୋଗ ଆକାରରେ କଟିଥାଏ । ରୋଗ ହେଲେ କଷ୍ଟ ପାଇବେ ଆପଣଙ୍କ ଶରୀରକୁ ଏହା ଭୋଗିବାକୁ ହେବ । ତେଣୁ ଯାହାବି ହେଲେ ଲୋନ ଶୁଝିବାକୁ ପଡିବ । ଯଦି ଆପଣ ଲୋନ ଶୁଝି ପାରୁନାହାନ୍ତି ଆପଣଙ୍କୁ କିଛି ବାଧା ହେଉଛି ଆପଣ ଘରେ ବନୁଥିବା ରୁଟି ଦ୍ଵାରା ଏହି ଉପାୟ କରୁ ଲୋନରୁ ମୁକ୍ତି ପାଇପାରିବେ ।

ତେବେ ଏହି ଉପାୟକୁ ଆପଣ କେବଳ ଗୋଟିଏ ଦିନ କଲେ ଚଳିବନି । ଏହି ଉପାୟକୁ ଆପଣ ସବୁଦିନ କରିବାକୁ ହେବ । ପ୍ରଥମେ ଆପଣ ଘରେ ତିଆରି ହେଉଥିବା ପ୍ରଥମ ରୁଟିକୁ ନିଅନ୍ତୁ ଓ କିଛି ମହୁ ନିଅନ୍ତୁ । ନିଜ ଅନାମିକା ଆଙ୍ଗୁଳିରେ ଆପଣ ମହୁ ନେଇ ସେହି ରୁଟି ଉପରେ ଏକ ତ୍ରିଭୁଜ ଆକାରର ଚିହ୍ନ ଆଙ୍କନ୍ତୁ । ଏହାପରେ ତ୍ରିଭୁଜ ଭିତରେ ସେଇ ଆଙ୍ଗୁଳିରେ ମହୁ ଦ୍ଵାରା ଲେଖିବେ “ଓଁ ଅଂ ଅଙ୍ଗାରକାୟ ନମଃ” ।

ମହୁ ହେଲେ ମଙ୍ଗଳ ଓ ମିଠା ହେଲେ ଶୁକ୍ର ଏବଂ ଅଟା ବି ମଙ୍ଗଳ । ତେଣୁ ମଙ୍ଗଳଙ୍କ ମନ୍ତ୍ର ବି ଲେଖାଗଲା । ଆଉ ମଙ୍ଗଳ ଋଣର କାରକ ମଧ୍ୟ । ସେଥିପାଇଁ ମଙ୍ଗଳବାର କେବେବି ଭୁଲରେ ଲୋନ ନେବାକୁ ମନା କରାଯାଏ । ଏହିଦିନ ଲୋନ ନେଲେ ଆପଣଙ୍କ ପାଖେ କୋଟି କୋଟି ଟଙ୍କା ଥିଲେ ବି ଶୁଝିବାରେ ବାଧା ହୋଇଥାଏ ।

ଲୋନ ଶୁଝିବା ପାଇଁ ଆପଣ ଶ୍ରଦ୍ଧାର ସହ ଏହି ଉପାୟକୁ କରନ୍ତୁ ନିଶ୍ଚିତ ଫଳପ୍ରଦ ହେବେ । ରୁଟିରେ ମହୁ ଦ୍ଵାରା ଏଭଳି ଲେଖି ସାରିବା ପରେ ଆପଣ ରୁଟିକୁ ଫୋଲ୍ଡ କରି ଘରର ନୈରୁତ୍ୟ କୋଣରେ ରଖି ଦିଅନ୍ତୁ । ସକାଳୁ ସ୍ନାନ ସାରିବା ପରେ ଆପଣ କେବଳ ଗାଈକୁ ଏହି ରୁଟିଟି ଖାଇବାକୁ ଦେବେ ।

ପ୍ରତ୍ଯେକ ଦିନ ଏଭଳି କରନ୍ତୁ ଓ ଗାଈଙ୍କୁ ଖାଇବାକୁ ଦେବାବେଳେ ତାଙ୍କୁ ପାଦଛୁଇଁ ପ୍ରଣାମ କରି ଶୀଘ୍ର ଋଣମୁକ୍ତ ହେବା ପାଇଁ ପ୍ରାର୍ଥନା କରନ୍ତୁ । ଦେଖିବେ ଆପଣଙ୍କ ଲୋନ ଶୁଝିବା ପାଇଁ କିଛି ନା କିଛି ବାଟ ଫିଟିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।