ଶ୍ଵଶୁରଘରେ ଜୋର ଜବଦରଦସ୍ତ ରହୁଥିବା Reena ଙ୍କ ପାଇଁ କାଳ ହେଲା ମହିଳା ଦଳ, ଶହ ଶହ ମହିଳା ପହଞ୍ଚିବା ପରେ ଯାହା ହେଲା ନା… ଦେଖନ୍ତୁ video

ପଞ୍ଚାୟତକୁ ବଦନାମିରୁ ରକ୍ଷା କରିବାକୁ ମହିଳା ସଂଘ ଅଣ୍ଟା ଭିଡିଛି । ୫ଦିନ ଘରେ ବନ୍ଦ ଥିବା ନବବଧୂଙ୍କୁ ଉଦ୍ଧାର କରାଗଲା । ବୋହୂର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଶାଶୁଘର ଲୋକେ ନେଇଛନ୍ତି ମହିଳା ସଂଘର ସହାୟତା । ଦୀର୍ଘ ଦୁଇମାସ ହେବ ଶାଶୁଘର ବାରଣ୍ଡାରେ ଧାରଣା ଦେଇଥିବା ବୋହୂ ରୀନା ଜୋରଜବରଦସ୍ତ ତାଲା ଭାଙ୍ଗି ଶାଶୁଘରେ ପହଞ୍ଚିଥିଲେ । ଏହାପରେ ନିଜ ସମ୍ମାନକୁ ଜଗି ଶାଶୁଘର ଲୋକେ ଘରଛାଡି ଦେଇଥିଲେ । ବୋହୂ ରୀନା ଆତ୍ମହତ୍ୟା କରିବାର ଧମକ ଦେବା ସହ ଧାରଣାରେ ବସି ରହୁଥିଲା ।

ଶାଶୁଘର ଲୋକେ ନା ବୋହୂକୁ ଗ୍ରହଣ କରି ପାରୁଥିଲେ ନା ତାକୁ ଘରୁ କାଢି ପାରୁଥିଲେ । ଶେଷରେ ରୀନାଙ୍କ ଶାଶୁ ମହିଳା ସଂଘର ସହାୟତା ନେବା ପରେ ଶହ ଶହ ମହିଳା ରୀନାଅଙ୍କ ଶାଶୁଘରକୁ ଯାଇ କବାଟ ବାଡେଇ ରୀନାଙ୍କୁ ବାହାର କରିଥିଲେ । ଅନେକ ଡାକିବା ପରେବି ରୀନା ଜବାବ ନଦେବାରୁ ଶେଷରେ ମହିଳାମାନେ କବାଟ ଭାଙ୍ଗି ରୀନାକୁ ବାହାରକୁ ଆଣିଛନ୍ତି ଓ ତାଙ୍କୁ ଥାନା ଜୀମାରେ ଦେଇଛନ୍ତି । ଗତ ଜୁଲାଇ ମାସ ୭ ତାରିଖରେ ଜଗତସିଂପୁର ପ୍ରହରାଜପୁର ଲିଟୁନାଙ୍କୁ ବିବାହ କରିଥିଲେ ରୀନା ।

ହେଲେ ତାଙ୍କ ଫୋନରୁ ମିଳିଥିବା ଏକ ଅଡିଓ ରେକର୍ଡ ଶାଶୁଘର ଲୋକଙ୍କୁ ମିଳିବା ପରେ ତାଙ୍କ ମାମୁଁଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିବା ବିଷୟରେ ଜଣ ପଡିଥିଲା । ଯାହାପରେ ବାହାଘର ମାସେ ନପୁରୁଣୁ ରୀନାଙ୍କୁ ନେଇ ବାପଘରେ ଛାଡି ଦେଇଥିଲେ ଶାଶୁଘର ଲୋକେ ।

ରୀନା କିନ୍ତୁ ପୁଣି ଆସି ଶ୍ଵଶୁର ଘର ସାମ୍ନାରେ ଧାରଣା ଦେବା ସହ ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବା ଓ ତାଙ୍କ ବିରୁଦ୍ଧରେ ଏଭଳି ଷଡଯନ୍ତ୍ର କରିଥିବା ନେଇ ଥାନାରେ ଅଭିଯୋଗ ଆଣିଥିଲେ । ରୀନା ବାହାରେ ବସିବା ପରେ ଶାଶୁଘର ଲୋକେ ଘର ତାଲା ପକାଇ କୁଆଡେ ପଳାଇଥିଲେ । ଏହାର ସୁଯୋଗ ନେଇ ରୀନା ତାଲା ଭାଙ୍ଗି ଶାଶୁଘରେ ଯାଇ ରହୁଥିଲେ । ତାଙ୍କ ପାରିବାରିକ ମାମଲା କୋର୍ଟରେ ଚାଲିଥିବା ବେଳେ ବୋହୂର ଏଭଳି ଅତ୍ୟାଚାର ଶାଶୁଘର ଲୋକଙ୍କୁ ଅସହ୍ୟ ହେଉଥିଲା ।

ତେଣୁ ସେମାନେ ବାଧ୍ୟ ହୋଇ ମହିଳା ସଂଘର ସାହାଯ୍ୟ ଲୋଡିଥିଲେ । ଶହ ଶହ ମହିଳା ଆସି ରୀନାଙ୍କୁ ଘରୁ ବାହାର କରି ବୁଝାଇବା ସହ ପୋଲିସ ହେପାଜତରେ ଦେଇଛନ୍ତି । ଯାହାର ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।