ବାହାଦୁର ପୁଅର ସହିଦ ପିତାଙ୍କୁ ଶ୍ରନ୍ଧାଜଳି : ୫ ବର୍ଷର ଋଷଭ ପିତାଙ୍କୁ ମନେ ପକାଇ କାନ୍ଦିଲା, ନିଜେ ଲୁହ ପୋଛିଲେ ପୁଣି ସୈନିକ ଭଳି ଚିଲାଇ କହିଲା – ପାକିସ୍ତାନ …

କାଶ୍ମୀରର ପୁଲୱାମା ଆକ୍ରମଣରେ ସୀଆରପୀଫରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ ରାଜସ୍ଥାନର ୫ ଜଣ ଯବାନମାନଙ୍କ ମଧ୍ୟରୁ ଜଣେ କୋଟାରେ ରହୁଥିବା ହେମରାଜଙ୍କର ଅନ୍ତିମ ସଂସ୍କାର ତାଙ୍କର ଗ୍ରାମ ବିନୋଦ କଳାରେ କରାଗଲା । ତାଙ୍କର ବଡ ପୁଅ ତାଙ୍କୁ ମୁଖାଗ୍ନି ଦେଲେ । ଶବ ଯାତ୍ରା ପରେ ଗ୍ରାମରେ ପହଞ୍ଚିବା ପରେ ସହିଦର ପିତା, ପତ୍ନୀ, ପୁଅ – ଝିଅ ଏବଂ ପରିଜନମାନେ ପାର୍ଥିବ ଶରୀରରକୁ ଦେଖି ଦୁଖିତ ହୋଇଗଲେ ।

ଅନ୍ତିମ ସଂସ୍କାର ସ୍ଥଳରେ ହେମରାଜଙ୍କର ୫ ବର୍ଷର ଛୋଟ ପୁଅ ଋଷଭ ପ୍ରଥମେ ତ କାନ୍ଦିଲେ ପୁଣି ଭାରତ ମାତାର ଜୟକାର ଲଗାଇବାକୁ ଲାଗିଲା ତେବେ ସେହି ଜାଗାରେ ଥିବା ସମସ୍ତେ କାନ୍ଦି ପକାଇଲେ ।

ଏତେ ଛୋଟ ବୟସରେ ବଡ ଶିକ୍ଷା

ଦେଶର ରାଷ୍ଟ୍ରୀୟ ପତକାରେ ଆସିଥିବା ସହିଦ ହେମରାଜ ମୀଣାଙ୍କୁ ଶ୍ରନ୍ଧାଜଳି ଦେବା ପାଇଁ ଦୂର ଦୂରରୁ ଲୋକମାନେ ଆସିଥିଲେ । “ହେମରାଜ ଅମର ରହନ୍ତୁ” ଏହି ନାରା ସହିତ ଶନିବାର ଦିନ କୋଟା ଜିଲ୍ଲାର ଗ୍ରାମ ସାଂଗୋଦ କ୍ଷେତ୍ରର ନିବାସୀ ବିନୋଦ କଳାରେ ହେମରାଜଙ୍କର ଅନ୍ତିମ ସଂସ୍କାର କରାଗଲା ।

ପୁଲୱାମାରେ ସହିଦ ହୋଇଥିବା ୬୧ ବାଟାଲିୟନର ହେଡ କନଷ୍ଟବଳ ହେମରାଜଙ୍କୁ ସୀଆରପୀଏଫ ଏବଂ କୋଟା ଗ୍ରାମୀଣ ପୁଲିସମାନେ ଗାର୍ଡ ଅଫ ଅନର ଦେଇଛନ୍ତି । ତାଙ୍କର ଶୋକ ସଭାରେ ସିଆରପିଏଫର ଯବାନ ମାନେ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ । କାନ୍ଦୁଥିବା ଋଷଭ ନିଜର ଲୁହ ପୋଛି ଅଚାନକ ଛିଡା ହୋଇଗଲେ, ବିଲକୁଲ ଜଣେ ସୈନିକ ଭଳି ।

ଏହା ପରେ “ଭାରତ ମାତାର ଜୟ” ଏବଂ “ପାକିସ୍ତାନ ମୁର୍ଦାବାଦ”ର ନାରେ ଲାଗାଇଲେ । ଏହାକୁ ଶୁଣି ସେଠିଥିବା ଲୋକମାନେ ବି ନାରେ ଲଗାଇବାକୁ ଲାଗିଲେ । ବଡ ପୁଅ ଅଜୟ ଏବଂ ଛୋଟ ପୁଅ ଋଷଭ ମୁଖାଗ୍ନି ଦେଲେ ।

ହେମରାଜଙ୍କର ଚାରି ବର୍ଷର ପୁଅ କହିଲେ ମୋତେ ବନ୍ଧୁକ ଦିଅ, ଛାଡିବି ନାହିଁ ଆତଙ୍କବାଦୀଙ୍କୁ

ତାଙ୍କର ବଡ ପୁଅ କହିଲେ କି ତାଙ୍କ ପିତାଙ୍କ ଉପରେ ତାଙ୍କୁ ଗର୍ବ ଅନୁଭବ ହେଉଛି । ବର୍ତ୍ତମାନ ୪ ବର୍ଷର ପୁଅ ଋଷଭଙ୍କୁ ବର୍ତ୍ତମାନ ଦୁନିଆଦାରୀ ବିଷୟରେ କିଛି ଜଣା ନାହିଁ, କିନ୍ତୁ ଅଚାନକ ଏତେ ଲୋକମାନଙ୍କୁ ଆସିବାର ଦେଖି ଏବଂ ପିତା ସହିଦ ହୋଇ ଯାଇଛନ୍ତି କଥା ଶୁଣିବା ପରେ ସେ ନିଜର ଭାବନାକୁ କିଛି ଏହିଭଳି ଭାବରେ ବ୍ୟକ୍ତ କରିଲା – ମୁଁ ପୁଲିସରେ ଯିବି, ଆତଙ୍କବାଦୀମାନଙ୍କୁ ବନ୍ଧୁକରେ ମାରିବି ।

ପତ୍ନୀ ମୁଣ୍ଡରେ ସିନ୍ଦୁର ଲଗାଇ ନିଜର ସ୍ଵାମୀଙ୍କୁ ଦେଲେ ଅନ୍ତିମ ବିଦାଇ

ପିତା ହରିଦୟାଲ ମୀଣା କହିଲେ କି ନିଜର ପୁଅର ଏହିଭଳି କାମରେ କେଉଁ ପିତା ନିଜର ମୁଣ୍ଡ ଉଞ୍ଚା ନ କରିବ । ବୀରାଂଗନା ମଧୁବାଲା ତାବୂତରେ ତାଙ୍କର ସ୍ଵାମୀଙ୍କର ଅନ୍ତିମ ଦର୍ଶନ ଭଲ ଭାବରେ କରି ପାରିଲେ ନାହିଁ, ତଥାପି ଅନ୍ତିମ ସଂସ୍କାରର ନିୟମକୁ ଓଲଟା ସାତ ଫେରେ ନେଇ କରିଲେ । ମୁଣ୍ଡରେ ସିନ୍ଦୁର ଭର୍ତ୍ତି କରି ସ୍ଵାମୀକୁ ଅନ୍ତିମ ବିଦାଇ ଦେଲେ । ଏବଂ କହିଲେ କି ମୋତେ ପୁରା ବିଶ୍ଵାସ ଅଛି କି ଦେଶର ସୈନିକମାନେ ଏହି ଆକ୍ରମଣର ଜବାବ ନିଶ୍ଚିତ ଦେବେ ।