ସହିଦଙ୍କର ପତ୍ନୀ କହିଲେ – କେବଳ ବଡ ବଡ କଥା କୁହନ୍ତି ନେତା ଓ ମନ୍ତ୍ରୀ… ହେଲେ କିଛି କରି ପାରନ୍ତି ନାହିଁ ଏମାନେ

ରାଜସମନ୍ଦ ଜିଲ୍ଲାର ପୁଲୱାମା ଆକ୍ରମଣରେ ନିଜର ସପୁତ ନାରାୟଣଲାଲଙ୍କୁ ହରେଇଲା । ୭୦୦ ଘରର ବସ୍ତି ଥିବା ବିନୋଲ ଗ୍ରାମରେ ସହିଦ ନାରାୟଣଲାଳ ଗୁର୍ଜରଙ୍କର ଅନ୍ତିମ ସଂସ୍କାର କରାଗଲା ।

ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ବିଧାନସଭା କ୍ଷେତ୍ରର ଏହି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟା ୭ ଟା ସମୟ ପର୍ଯ୍ୟନ୍ତ ବି ପରିବାରକୁ ସାନ୍ତ୍ଵନା ଦେବା ପାଇଁ ନା ହିଁ କେହି ସାଂସଦ – ବିଧାୟକ ପହଞ୍ଚିଥିଲେ ଏବଂ ନା ହିଁ କେହି ବଡ ଅଫିସର । କଲେକ୍ଟର ଏବଂ ଏସପି ବି ସନ୍ଧ୍ୟା ପର୍ଯ୍ୟନ୍ତ ପହଞ୍ଚିଲେ ନାହିଁ । ଯେତେବେଳେ କି ରାଜସମନ୍ଦ ଜିଲ୍ଲା ମୁଖ୍ୟାଳୟରୁ ଏହି ଗ୍ରାମ କେବଳ ୧୫ କିଲୋମିଟର ଦୂରରେ ଅବସ୍ଥିତ ।

ଏହଦ୍ଵାର ଲୋକମାନେ ବହୁତ ରାଗି ଯାଇଛନ୍ତି । କିଛି ଲୋକମାନେ ଚର୍ଚା କରୁଛନ୍ତି କି – ଟିଭିରେ ତ ଗୁରୁବାର ଦିନ ହିଁ ନେତା ଏବଂ ମନ୍ତ୍ରୀମାନେ ଆତଙ୍କବାଦୀଙ୍କୁ ମାରିଦେବେ, ସହିଦମାନଙ୍କ ପାଇଁ ସବୁ କିଛି ସୁବିଧା କରିଦେବେ ବୋଲି କହୁଥିଲେ, କିନ୍ତୁ ସରକାରଙ୍କର କୌଣସି ବି ଅଧିକାରୀ ସହିଦଙ୍କ ଘରକୁ ସାନ୍ତ୍ଵନା ଦେବା ପାଇଁ ବି ପହଞ୍ଚିଲେ ନାହିଁ ।

ନାରାୟଣଙ୍କର ପରିବାର :

ନାରାୟଣଙ୍କର ପରିବାରରେ ତାଙ୍କର ପତ୍ନୀ ମୋହନୀ ୩୫ ବର୍ଷ, ଝିଅ ୧୪ ବର୍ଷର ହେମଲତା ଏବଂ ପୁଅ ୧୨ ବର୍ଷର ମୁକେଶ ଅଛନ୍ତି । ହେମଲତା ବିନୋଲ ରାଜକୀୟ ଆଦର୍ଶ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଅଷ୍ଟମରେ ଏବଂ ପୁଅ ଭାବର ନୋବଳ ସ୍କୁଲରେ ପଢୁଛନ୍ତି ।

ପିତାଙ୍କର ସ୍ଵପ୍ନ ଥିଲା କି ମୁଁ ଶିକ୍ଷୟତ୍ରି :

ସହିଦ ନାରାୟଣଲାଲଙ୍କର ଝିଅ କାନ୍ଦି କାନ୍ଦି କହିଲେ କି – ବାପାଙ୍କର ସ୍ଵପ୍ନ ଥିଲା କି ମୁଁ ଶିକ୍ଷୟତ୍ରି ହେବି । ଏବଂ ସେ ସବୁଦିନ ଫୋନ କରି ମୋର ପଢା ବିଷୟରେ ପଚାରୁଥିଲେ । ଦେଶର ଏହି ଶତ୍ରୁମାନଙ୍କୁ ମାରିଦେବା ଉଚିତ ।