କଥାରେ ଅଛି ଯୁଦ୍ଧ ଏବଂ ପ୍ରେମରେ ସବୁକିଛି ସମ୍ଭବ । ତେଣୁ ସବୁ ବଳ ଏବଂ କୌଶଳ ଖଟାଇ ଦେଶକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ଉଭୟ ୟୁକ୍ରେନ ସୈନ୍ୟ ଓ ସାଧାରଣ ନାଗରିକ । ଗତ ୫ ସପ୍ତାହ ଧରି ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେବି ବନ୍ଦ ହେବାର ନାଁ ନେଉନି । ଉଭୟ ଦେଶ ମଧ୍ୟ ଏନେଇ ଅନେକ ଥର ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ତେଣୁ ଋଷ ସୈନ୍ୟଙ୍କୁ ପାନେ ଚଖାଇବା ପାଇ୯ନ ୟୁକ୍ରେନ ନାଗରିକ ମାନେ ଭୟଙ୍କର ଉପାୟ ଆପଣେଇଛନ୍ତି ।

ସେମାନଙ୍କୁ ବିଷ ଖୁଆଇବା ସହ ପ୍ରତିଶୋଧ ନେଉଛନ୍ତି । ୟୁକ୍ରେନବାସୀ କେକ୍ ଏବଂ ମଦରେ ବିଷ ଦେଇ ହତ୍ୟା କରୁଥିବା ଗୁପ୍ତଚର ରିପୋର୍ଟରୁ ସୂଚନା ମିଳିଛି । ଖାରକିଭ ନିକଟସ୍ଥ ଏଜିଏମୋ ନାଗରିକ ମାନେ ପୁଟିନ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଛନ୍ତି । କାରଣ ରୁଷିଆ ସୈନ୍ୟମାନେ ଏହି ସହରର ଏକ ବଡ ଅଂଶକୁ ଧ୍ଵଂସ କରି ଦେଇଛନ୍ତି । ଚାରିଆଡେ ବୋମାମାଡ ହେଉଥିବା ବେଳେ ଶବ ଗୁଡିକ ଏଣେତେଣେ ପଡି ରହିଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ସହର ।
ଧ୍ଵଂସ ସ୍ତୂପ ମଧ୍ୟରେ ଜୀବନ ଖୋଜୁଛନ୍ତି ସାଧାରଣ ନାଗରିକ । ହେଲେ ଯୁଦ୍ଧ ଥମୁନି ବରଂ ମୃତ୍ୟୁସଂଖ୍ୟା ବଢୁଛି । ସେପଟେ କେକ୍ ଓ ମଦରେ ବିଷ ଦେଇ ଖାଇବାକୁ ଦେଇଥିବାରୁ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି ଋଷ ସୈନ୍ୟ । ୟୁକ୍ରେନର ପ୍ରତିରକ୍ଷା ଇଣ୍ଟେଲିଜେଣ୍ଟସ୍ ର ଦାବି ଅନୁସାରେ ଋଷିଆ ସୈନ୍ୟଙ୍କ ପାଇଁ ୟୁକ୍ରେନବାସୀ କେକ୍ ପ୍ରସ୍ତୁତ କରି ସେଥିରେ ବିଷ ମିଶାଇ ଦେଇଥିଲେ ।

ଫଳରେ ୨ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେହିପରି ୫ଶହ ଜଣ ବିଷାକ୍ତ ମଦ ପିଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଋଷ-ୟୁକ୍ରେନ ଯୁଦ୍ଧରେ କିଭ ଦଖଲ ବେଳେ ବ୍ୟୁଚାରେ ଋଷ ସେନା ୪୧୦ ସାଧାରଣ ନାଗରିକଙ୍କୁ ଋଷ ହତ୍ୟା କରିଥିବାର ୟୁକ୍ରେନ ଅଭିଯୋଗ କରିଛି ଓ ଗତକାଲି ମାଟି ତଳୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଦାବି କରିଛି ୟୁକ୍ରେନ ।
ଆଉ ଏବେ ୟୁକ୍ରେନ ପ୍ରତିଶୋଧର ନିଆଁରେ ଜଳୁଛି, ସେଥିପାଇଁ ଋଷ ସୈନ୍ୟଙ୍କୁ ମାତ୍ ଦେବା ପାଇଁ ବୁଦ୍ଧି ଖଟାଇ ଚାଲିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।