ଋଷଭ ପନ୍ତଙ୍କ ଭଉଣୀ କରିଲେ ଅଦ୍ଭୁତ ସ୍ଟନ୍ଟ, ବାଘ ସହିତ ଫଟୋ ଦେଖି ହେଇଯିବେ ଆଶ୍ଚର୍ଯ୍ୟ

ଟିମ ଇଣ୍ଡିଆର ଯୁବ କ୍ରିକେଟର ଋଷଭ ପନ୍ତ ଟିମ ସହିତ ନ୍ୟୁଜିଲ୍ୟାଣ୍ଡ ଟୁରରେ ଯାଇଥିଲେ । କିନ୍ତୁ ବିରାଟ କୋହଲି ଋଷଭ ପନ୍ତଙ୍କୁ ଟି – ୨୦ ଓ ୱାଣ୍ଡେ ସିରିଜରେ ପ୍ଲେଇଙ୍ଗ ଇଲେଭେନରେ ଚାନ୍ସ ଦେଇ ନ ଥିଲେ । କିନ୍ତୁ ଟେଷ୍ଟ ସିରିଜରେ ଦୁଇ ଟି ହିଁ ମ୍ୟାଚରେ ତାଙ୍କୁ ଚାନ୍ସ ଦେଲେ । କିନ୍ତୁ ସେ କିଛି ଖାସ କମାଲ କରି ପାରିଲେ ନାହିଁ । ଅନ୍ୟ ପଟେ ତାଙ୍କର ଭଉଣୀ ସାକ୍ଷୀ ପନ୍ତ ବର୍ତ୍ତମାନ ଦିନରେ ଥାଇଲ୍ୟାଣ୍ଡରେ ଛୁଟିରେ ଅଛନ୍ତି । ଏହି ସମୟରେ ସେ ଏକ ମାରାତ୍ମକ ସ୍ଟନ୍ଟ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଘ ର ପିଞ୍ଜରା ଭିତରକୁ ଗଲେ ସାକ୍ଷୀ

ସାକ୍ଷୀ ନିଜର ଥାଇଲ୍ୟାଣ୍ଡର ଟ୍ରିପରେ କିଛି ଫଟୋ ଇଂସ୍ଟାଗ୍ରାମ ରେ ପୋସ୍ଟ କରିଛନ୍ତି । ଯେଉଁଥିରେ ସାକ୍ଷୀ ଏକ ବାଘର ପିଞ୍ଜରାରେ ପଶି ତାହା ସହିତ ଶୋଇଥିବାର ନଜର ଆସୁଛନ୍ତି । କହିବାକୁ ଗଲେ ବିଶାଳ ବାଘ ସହିତ ଫଟୋ ଉଠାଇବା ବହୁତ ଆଶ୍ଚର୍ଯ୍ୟକର ଅଟେ । କିନ୍ତୁ ଏହା ମଧ୍ୟରେ ଶୁଣିବାକୁ ମିଳୁଛି କି ଏହା ଅସଲ ବାଘ ନୁହେଁ । ତେବେ କିଛି ଲୋକମାନେ କହୁଛନ୍ତି କି ଏହି ଫଟୋ ଥାଇଲ୍ୟାଣ୍ଡର ଟାଇଗର ଟେମ୍ପୁଲ ର ହୋଇପାରେ । ଯାହା ମ୍ୟାଂମାର ଓ ଥାଇଲ୍ୟାଣ୍ଡ ମଧ୍ୟରେ ଅବସ୍ଥିତ ।

ବୌଦ୍ଧ ମନ୍ଦିର

ବର୍ଷ ୧୯୯୪ରେ ଏହି ଜାଗାରେ କେବଳ ଗୋଟିଏ ବୌଦ୍ଧ ମନ୍ଦିର ଥିଲା । କିନ୍ତୁ ଏହା ପରେ ବର୍ଷ ୧୯୯୯ରେ ଏଠି ଏକ ଛୋଟ ବାଘର ଶିଶୁକୁ ଲୋକମାନେ ଆଣିଲେ ଓ ଏହା ପରେ ଧୀରେ ଧୀରେ ଏହି ସ୍ଥାନର ଗ୍ରାମବାସୀମାନେ ବାଘର ଶିଶୁଙ୍କୁ ଆଣି ରଖିବାକୁ ଲାଗିଲେ । ଯାହା ପରେ ଏହି ସ୍ଥାନଟି ବାଘର ଘର ହୋଇଗଲା । ଏହି ବାଘଗୁଡିକୁ ବୌଦ୍ଧ ଭିକ୍ଷୁ ପ୍ରଶିକ୍ଷଣ ବି ଦେଇଥାନ୍ତି । ସୂଚନା ଅନୁସାରେ ଟାଇଗର ଟେମ୍ପୁଲ କୁ ବିଦେଶ ଟୂରିସ୍ଟ ଏହି ବାଘକୁ ଦେଖିବା ପାଇଁ ତାହା ସହିତ ଫଟୋ ଉଠାଇବା ପାଇଁ ଆସିଥାନ୍ତି । ସାକ୍ଷୀ ବି କିଛି ଏମିତି କରିଛନ୍ତି ।

ବ୍ୟାଂକକ ର ଫଟୋ

ଟାଇଗର ଟେମ୍ପଲ ଛଡା ସାକ୍ଷୀ ପନ୍ତ ସମୁଦ୍ରର ବାଲି ମଧ୍ୟରେ ବି ମସ୍ତି କରୁଥିବାର ନଜର ଆସିଛନ୍ତି । ସେ ବ୍ୟାଂକକ ଓ ଫୁକେଟ ବିଚ ର ବି କିଛି ଫଟୋ ଇଂସ୍ଟାଗ୍ରାମ ରେ ପୋସ୍ଟ କରିଛନ୍ତି । ଏହି ସମୟରେ ସେ ଏକ ୱାଟର ବୋଟରେ ସମୁଦ୍ର ମଝିରେ ବୁଲୁଥିବାର ବି ନଜର ଆସିଛନ୍ତି । କହିବାକୁ ଗଲେ ସାକ୍ଷୀଙ୍କ ଏହି ସବୁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ବି ହେଉଛି ।

ଭଉଣୀକୁ ବାସ୍କେଟବଲ ପସନ୍ଦ

ସାକ୍ଷୀଙ୍କ ଭାଇ ଋଷଭ ପନ୍ତ ଇଣ୍ଟରନ୍ୟାସନାଲ କ୍ରିକେଟର ଅଟନ୍ତି । କିନ୍ତୁ ସାକ୍ଷୀଙ୍କୁ କ୍ରିକେଟ ଠାରୁ ଅଧିକ ବାସ୍କେଟବଲ ପସନ୍ଦ ଅଟେ । ସାକ୍ଷୀ ଉତ୍ତରାଖଣ୍ଡରେ ରୁହନ୍ତି ଓ ସେ ଏମବିଏ ର ଡିଗ୍ରୀ ହାସଲ କରିଛନ୍ତି । ତାଙ୍କୁ ବୁଲିବାକୁ ବହୁତ ଭଲ ଲାଗେ । ସେ ସୋସିଆଲ ମିଡିଆରେ ବି ବହୁତ ସକ୍ରିୟ ରହିଥାନ୍ତି । ଏହା ସହିତ ସେ ଫିଟନେସ ର ବି ବହୁତ ଧ୍ୟାନ ରଖନ୍ତି ।