ବହୁତ ପ୍ରକାରର ଥାଏ ସାବୁନ, ଜାଣନ୍ତୁ କେଉଁ ସାବୁନ ଆପଣଙ୍କ ସ୍କିନ ପାଇଁ ବେସ୍ଟ

ସମସ୍ତଙ୍କର ସ୍କିନ ଅଲଗା ଅଲଗା ହୋଇଥାଏ । ହେଲେ ଆମ୍ଭେମାନେ କିଛି ନ ଜାଣି ଏମିତି ସବୁ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାଉ ଯାହା ଆମ ସ୍କିନ ପାଇଁ ଠିକ ହୋଇ ନଥାଏ । ଆମେ ବ୍ୟବହାର କରୁଥିବା ବ୍ୟୁଟି ପ୍ରଡ଼କ୍ଟ ମଧ୍ୟରୁ ସାବୁନ ହେଉଛି ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ । କାରଣ ସବୁ ଲୋକ ସବୁ ଦିନ ସାବୁନର ବ୍ୟବହାର କରନ୍ତି । ହେଲେ ନିଜ ସ୍କିନ ଅନୁସାରେ ଯଦି ସାବୁନ ବ୍ୟବହାର ନ କରିବେ ତେବେ ଏହା ଦ୍ଵାରା ଆପଣଙ୍କ ସ୍କିନରେ ସାଇଡ ଇଫେକ୍ଟ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କ ସ୍କିନ ପାଇଁ ଉଚିତ ସାବୁନ ବିଷୟରେ କହିବୁ ।

ଆନ୍ଟି ବ୍ୟାକ୍ଟେରିଆଲ ସାବୁନ- ତେଲିଆ ସ୍କିନ ପାଇଁ

ଏହି ଆନ୍ଟି ବ୍ୟାକ୍ଟେରିଆଲ ସାବୁନ ମାର୍କେଟରେ ଆପଣମାନଙ୍କୁ ମିଳିଯିବ । ଏହି ସାବୁନରେ ଟ୍ରାଇକ୍ଲୋସନ ଓ ଟ୍ରାଇକ୍ଲୋକାର୍ବନ ଆଦି ତତ୍ଵ ରହିଥାଏ । ଏହା ତେଲିଆ ସ୍କିନ ପାଇଁ ବହୁତ ଉପଯୋଗୀ ହୋଇଥାଏ । ହେଲେ ଏହାକୁ ଅଧିକ ବ୍ୟବହାର କରିବେ ନାହିଁ, କାରଣ ଏହା ସ୍କିନକୁ ଶୁଷ୍କ କରିଦିଏ ।

ଗ୍ଲିସେରିନଯୁକ୍ତ ସାବୁନ- କମ୍ବିନେସନ ସ୍କିନ ପାଇଁ

ଏହି ଗ୍ଲିସେରିନଯୁକ୍ତ ସାବୁନ ହେଉଛି ମେଡିକେଟେଡ ସାବୁନ । ଏହା କମ୍ବିନେସନ ସ୍କିନ ବାଲାଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ସହିତ ଯେଉଁ ମାନଙ୍କର ଶୁଷ୍କ ସ୍କିନ ଅଛି ସେମାନେ ଏହି ସାବୁନକୁ ବ୍ୟବହାର କରିପାରିବେ ।

କମ୍ବିନେସନ ସ୍କିନ ପାଇଁ ଅରୋମା ଥେରେପି ସାବୁନ

ଯଦି ଆପଣଙ୍କର ଉଭୟ ଅଏଲ ସ୍କିନ ଓ ଡ୍ରାଏନେସ ସ୍କିନ ରହିଛି, ତେବେ ଆପଣଙ୍କୁ ଏହିପରି ସାବୁନର ବ୍ୟବହାର କରିବା ଉଚିତ । ଏହା ଆପଣଙ୍କ ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଏସେନ୍ସିଆଲ ଅଏଲ ଓ ସୁଗନ୍ଧିତ ଫୁଲର ଅର୍କ ରହିଥାଏ ।

ବ୍ରଣ ଥିବା ସ୍କିନ ପାଇଁ

ଯେଉଁ ମାନଙ୍କ ସ୍କିନରେ ବ୍ରଣ ହୋଇଥାଏ ସେମାନେ ବ୍ରଣ ଦୂର କରିବା ପାଇଁ ବହୁତ କିଛି ପ୍ରଡ଼କ୍ଟ ର ବ୍ୟବହାର କରିଥାନ୍ତି । ହେଲେ ଏହାର କୌଣସି ଫରକ ଦେଖିବାକୁ ମିଳେ ନାହିଁ । ସେଥିପାଇଁ ଯଦି ଆପଣଙ୍କ ସ୍କିନରେ ବ୍ରଣ ହୋଇଛି ତେବେ ସାବୁନ ର ବ୍ୟବହାର କରନ୍ତୁ ନାହିଁ । ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ହେବ ।