ରୂପଚର୍ଯ୍ୟା ଠାରୁ ନେଇ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଚମତ୍କାରୀ ଔଷଧ ଭାବେ କାମ କରେ ବେଲପତ୍ର, କେମିତି କରିବେ ବ୍ୟବହାର ? ଜାଣନ୍ତୁ ପୁରା ଟିପ୍ସ

ବେଲପତ୍ରକୁ ପୁରାତନ ଯୁଗରୁ ଔଷଧ ରୂପେ ବ୍ୟବହାର କରାଯାଉଛି । ବେଲପତ୍ର ଆମ ସୁନ୍ଦରତା ବଢାଇବା ସହ ପେଟଜନିତ ଅନେକ ସମସ୍ଯା ଭଲ କରିପାରେ ମଧ୍ୟ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ତେବେ ଏହି ବେଲପତ୍ରରୁ ମିଳୁଥିବା କିଛି ଫାଇଦା ବିଷୟରେ ଆଜି ଆମେ ଜାଣିବା । ପ୍ରଥମରେ ବେଲପତ୍ର ଆମ ଶରୀରର ଜ୍ଵରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଯଦି ଆପଣଙ୍କୁ ଜ୍ଵର ଆସେ କିମ୍ବା କୌଣସି ଛୋଟ ଛୁଆଙ୍କୁ ଜ୍ଵର ହୋଇଥାଏ ତେବେ ବେଲପତ୍ରରୁ କାଢା ପ୍ରସ୍ତୁତ କରି ତା’ର ସେବନ କଲେ ଜ୍ଵର ଶୀଘ୍ର ଭଲ ହୋଇଥାଏ ।

ସେହିପରି ଯଦି ବିରୁଡି କିମ୍ବା ମହୁମାଛି ଶରୀରର କୌଣସି ସ୍ଥାନକୁ କାମୁଡି ଦିଏ ତେବେ ସେହି ସ୍ଥାନରେ ବେଲପତ୍ରର ରସ ଲଗାଇଲେ ଏହା କଷ୍ଟ ଦୂର କରିଥାଏ । ହୃଦରୋଗୀଙ୍କ ପାଇଁ ମଧ୍ୟ ବେଲପତ୍ର ବହୁ ଉପଯୋଗୀ ହୋଇଥାଏ । ବେଲପତ୍ରର କାଢା ବନେଇ ସେବନ କଲେ ଏହା ଆମ ହୃତପିଣ୍ଡକୁ ଶକ୍ତ କରିଥାଏ । ବେଲପତ୍ର ହାର୍ଟ ଆଟାକ୍ ଭଳି ମାରାତ୍ମକ ରୋଗରୁ ମଧ୍ୟ ଆମକୁ ରକ୍ଷା କରିଥାଏ ।

ଶ୍ଵାସରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ ଏହି ପତ୍ର । ବେଲପତ୍ର ରସ ପାନ କଲେ ଶ୍ଵାସରୋଗୀଙ୍କୁ ନିଃଶ୍ଵାସ ନେବାରେ ଯେଉଁ ଅସୁବିଧା ହୁଏ ତାହା ଦୂର ହୋଇଥାଏ । ଜ୍ଵର ବ୍ଯତୀତ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ବେଲପତ୍ର ।

ଯଦି ଶରୀରର ତାପ ବଢିଯାଏ କିମ୍ବା ଶରୀର ଅଧିକ ଗରମ ରହିବା ଯୋଗୁଁ ଯଦି ମୁହଁରେ ଛାଉ ହୋଇଯାଏ ତେବେ ବେଲପତ୍ରକୁ ପାଟିରେ ପକାଇ ଚୋବାଇ ଖାଆନ୍ତୁ । ଏହା ଆପଣଙ୍କ ଶରୀରର ତାପକୁ କମ୍ କରିବାରେ ସାହାଯ୍ୟ କରିଥାଏ । ବେଲପତ୍ର ଅର୍ଶ ରୋଗୀ ମାନଙ୍କ ପାଇଁ କୌଣସି ଅମୃତରୁ କମ୍ ନୁହେଁ । ଅର୍ଶ ଭଳି ସମସ୍ଯା ଥିଲେ ବେଲ ପତ୍ରକୁ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତା’ପରେ ଏଥିରେ ମିଶ୍ରି ଗୁଣ୍ଡ ମିଶାଇ ରଖନ୍ତୁ ଓ ଏହି ଗୁଣ୍ଡକୁ ସବୁଦିନ ସକାଳେ ପାଣି ସହ ମିଶାଇ ସେବନ କରନ୍ତୁ ।

ଯଦି ଅର୍ଶ ଯୋଗୁଁ ବହୁତ କଷ୍ଟ ହେଉଥାଏ ତେବେ ଗୋଟିଏ ଦିନରେ ଦୁଇରୁ ତିନିଥର ଏହି ପାଣି ସେବନ କରନ୍ତୁ । ଯଦି ଆପଣଙ୍କ ଚେହେରାରେ କୌଣସି ଦାଗ ରହିଛି ତେବେ ଆପଣ ବେଲପତ୍ରର ଲେପ ତିଆରି କରି ଲଗାଇଲେ ତାହା ଦୂର ହୋଇଥାଏ । ବେଲପତ୍ରକୁ ବାଟି ଲେପ ତିଆରି କରନ୍ତୁ ଓ ଏହାକୁ ମୁହଁରେ 30 ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

ଏକ ଚାମୁଚ ବେଲପତ୍ର ରସରେ ଏକ ଚାମୁଚ ମହୁ ମିଶାଇ ଏକ ଗ୍ଳାସ ପାଣିରେ ପକାଇ ସେବନ କଲେ ତ୍ଵଚାକୁ କୋମଳ ଓ ସୁନ୍ଦର କରିଥାଏ । ଯଦି ଆପଣଙ୍କ ଝାଳ ଖୁବ ଦୁର୍ଗନ୍ଧ ହେଉଥାଏ ତେବେ ବେଲପତ୍ରକୁ ବାଟି ଗାଧୋଇବାର ଏକ ଘଣ୍ଟା ପୂର୍ବରୁ ଦେହରେ ଲଗାନ୍ତୁ ଓ ତା’ ପରେ ଗାଧାନ୍ତୁ । ଏମିତି ଗୋଟିଏ ସପ୍ତାହ ଯାଏଁ କଲେ ଶରୀରର ଦୁର୍ଗନ୍ଧ ଦୂର ହୁଏ । ପ୍ରତିଦିନ ସକାଳେ ଦୁଇଟି ବେଲପତ୍ର ସେବନ କରିବା ଦ୍ଵାରା ଏହା କେଶ ଝଡିବା ବନ୍ଦ କରେ ଓ ନୂଆ କେଶ ଉଠିବାରେ ସାହାଯ୍ୟ କରେ ।

ବେଲପତ୍ର ସେବନ ଦ୍ଵାରା ରକ୍ତରେ ସୁଗାର ପରିମାଣ ନିୟନ୍ତ୍ରଣରେ ରହିଥାଏ । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଏହି ପତ୍ର ସେବନ ବେଶ ଲାଭଦାୟକ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।