ପିରିୟଡ ପୂର୍ବରୁ ସ୍ତନ ଦରଜ ହେଉଛି କି ? ଜାଣି ରଖନ୍ତୁ ଏହି ଅତି ଜରୁରୀ କଥା, Dr Ritu Sethi ଙ୍କ ଖାସ ଟିପ୍ସ

ପିରିୟଡ ହେବାର କିଛିଦିନ ପୂର୍ବରୁ ଅନେକ ମହିଳାଙ୍କ ଠାରେ ସ୍ତନ ଦରଜ ହେବା ଭଳି ସମସ୍ଯା ଦେଖା ଦେଇଥାଏ । ପ୍ରତି ମାସରେ ଏପରି ହୋଇଥାଏ ଏବଂ ପିରିୟଡ ସରିବା ପରେ ଏହି ସମସ୍ଯା ଭଲ ହୋଇଯାଏ । ତେବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଥାଏ କିନ୍ତୁ ଲାଜରେ କେହି କୁହନ୍ତି ନାହିଁ କିମ୍ବା ଡାକ୍ତର ଦେଖାନ୍ତି ନାହିଁ । ତେବେ ପିରିୟଡ ପୂର୍ବରୁ ଅଧିକାଂଶ ମହିଳାଙ୍କ ସ୍ତନ କାହିଁକି ଦରଜ ହୋଇଥାଏ ଆମେ ଆଜି ଆପଣଙ୍କୁ କହିବୁ ।

ଜାଣି ରଖନ୍ତୁ ଯେ, ପିରିୟଡ ପୂର୍ବରୁ ସ୍ତନ ଦରଜ ହେବା ଏକ ସାଧାରଣ କଥା । ଅନେକ ମହିଳାଙ୍କ ହରମୋନ ସ୍ତରରେ ଅସନ୍ତୁଳନ ଯୋଗୁଁ ପିରିୟଡ ପୂର୍ବରୁ ସ୍ତନ ଦରଜ ହୋଇଥାଏ । ଯେଉଁଥି ପାଇଁ ସ୍ତନ ବହୁତ ନରମ ଲାଗିବା ସହ ଭାରି ମଧ୍ୟ ଲାଗିଥାଏ ଏବଂ ଦରଜ ଏତେ ଥାଏ ଯେ ହାଲୁକା ଛୁଇଁଲେ ମଧ୍ୟ କାଟିଥାଏ । ଏହିସବୁ ଲକ୍ଷଣ ପ୍ରି ମେନସଟୁରାଲ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ଅଟେ । ତେବେ ସ୍ତନ ଦରଜ ହେଲେ ମହିଳାମାନେ ବହୁତ ବ୍ୟସ୍ତ ବିବ୍ରତ ହୋଇଯାନ୍ତି ।

କିନ୍ତୁ ଏଥିରେ ଭୟଭୀତ ହେବାର କିଛି ନାହିଁ । କାରଣ ପିରିୟଡ ପୂର୍ବରୁ ଏଭଳି ହେବା ଏକ ସାଧାରଣ ସମସ୍ଯା ଅଟେ । ଏପରି ହେବାର କାରଣ ହେଉଛି ମାସିକ ଚକ୍ର ପରେ ଯେତେବେଳେ ଗର୍ଭାଶୟରେ ଅଣ୍ଡା ଫାଟିଥାଏ ସେହି ସମୟରେ ଶରୀରରେ ହରମୋନ ଅସନ୍ତୁଳନତା ବଢିଯାଏ । ହରମୋନ କମ୍ ଓ ବେଶୀ ହେବା କାରଣରୁ ତରଳ ପଦାର୍ଥ ଜମା ହୋଇ ରୁହେ ।

ଏହି କାରଣରୁ ସ୍ତନ ଟାଣ ଲାଗିବା ସହ ଦରଜ ମଧ୍ୟ ହୋଇଥାଏ । କିନ୍ତୁ ପୁନର୍ବାର କହି ରଖୁଛୁ ଏସବୁ ସଂପୂର୍ଣ୍ଣ ନର୍ମାଲ କଥା ଅଟେ । ପିରିୟଡ ଶେଷ ହେବା ସହ ଏସବୁ ମଧ୍ୟ ଧୀରେ ଧୀରେ ଭଲ ହୋଇଯାଏ । ତେବେ ପିରିୟଡ ପୂର୍ବରୁ ସ୍ତନ ଦରଜ ଭଳି ସମସ୍ଯାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ନିଜ ଡାଏଟ ଠିକ ରଖିବାକୁ ହେବ । ଅତ୍ୟଧିକ ମିଠା, ଲୁଣିଆ ଓ କାଫେଇନ ଯୁକ୍ତ ଖାଦ୍ଯ ଯେତେ ସମ୍ଭବ କମ୍ ଖାଆନ୍ତୁ ।

କାହିଁକି ନା ଏସବୁ ଖାଦ୍ଯ ଦ୍ଵାରା ଶରୀରରେ ଜଳ ଭାଗ ବଢିଯାଏ । ଶରୀରରେ ଯେତେ ଜଳ ଜମା ହେବ ସେତେ ଅଧିକ ସ୍ତନ ଦରଜ, ଇନଫ୍ଲେମେସନ ଓ ଫୁଲିବା ଭଳି ସମସ୍ଯା ବଢିବ । କେବଳ ସେତିକି ନୁହେଁ ବରଂ ନିୟମିତ ବ୍ୟାୟାମ କରନ୍ତୁ ଓ ଜଙ୍କଫୁଡ୍ ଖାଆନ୍ତୁନି । ନିଜ ଖାଦ୍ଯରେ ଫ୍ୟାଟ୍ସ ଓ କାର୍ବ୍ସ ଯୁକ୍ତ ଖାଦ୍ଯର ପରିମାଣ କମାଇ ଦିଅନ୍ତୁ ।

ଯଦି ଏସବୁ ନିୟନ୍ତ୍ରଣ କରିବା ପରେ ମଧ୍ୟ ଆପଣଙ୍କର ଏହି ସମସ୍ଯା ଭଲ ହେଉନାହିଁ ତେବେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏଥିପାଇଁ ଡାକ୍ତର ଆପଣଙ୍କୁ ଇଭନିଙ୍ଗ ପ୍ରିମଡୋଜ ଅଏଲ ଏବଂ ଭିଟାମିନ-ଇ ସପ୍ଲିମେଣ୍ଟ ଦେଇପାରନ୍ତି । ଏହାଦ୍ବାରା ମଧ୍ୟ ପିରିୟଡ ପୂର୍ବରୁ ସ୍ତନ ଦରଜ ହେଲେ ବହୁତ ଆରାମ ମିଳିଥାଏ ।

ଏଥିରେ ବି ସ୍ତନ ଦରଜ ଭଲ ହେଉ ନଥିଲେ ଡାକ୍ତର ଆପଣଙ୍କୁ ହରମୋନ ସପ୍ଲିମେଣ୍ଟ ଦେଇପାରନ୍ତି । କିନ୍ତୁ ଯେକୌଣସି ମେଡ଼ିସିନ ଖାଇବା ପୂର୍ବରୁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।