108 କିଲୋ ଓଜନ କମାଇବା ପରେ ବି କେମିତି ମୋଟା ହୋଇଗଲେ Anant Ambani ? ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ନିକଟରେ ଦେଶର ଅଗ୍ରଗଣ୍ୟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ନିର୍ବନ୍ଧ ଶେଷ ହୋଇଛି । ନାଗଦ୍ଵାରାର ଶ୍ରୀନାଥଜୀ ମନ୍ଦିରରେ ହୋଇଥିବା ଏହି ନିର୍ବନ୍ଧର ଅନେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଘୁରି ବୁଲୁଛି । ତେବେ ସେସବୁରେ ଦେଖିବାକୁ ମିଳିଛି କି, ଅନନ୍ତ ଅମ୍ବାନୀଙ୍କ ଓଜନ ଅତ୍ୟଧିକ ମାତ୍ରାରେ ବଢିଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାସହ ସମସ୍ତେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ତେବେ ଆପଣଙ୍କର ମନେଥିବ କି କିଛି ବର୍ଷ ପୂର୍ବେ ଅନନ୍ତ ଅମ୍ବାନୀ 108 କିଲୋ ଓଜନ କମ୍ କରିଥିଲେ । ଆଉ ଏବେ ତାଙ୍କ ଫଟୋ ଦେଖିଲେ ଲାଗୁଛି କି ଏବେ ପୁଣି ଥରେ ପୂର୍ବ ଭଳି ତାଙ୍କ ଓଜନ ବଢିଯାଇଛି । ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କ ଓଜନ ବଢିବାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ପ୍ରାୟତଃ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି, 108 କିଲୋ ଓଜନ କମାଇଥିବା ଅନନ୍ତଙ୍କ ଓଜନ ପୁଣି ଥରେ କେମିତି ଏତେ ବଢିଗଲା ?

ପୂର୍ବରୁ ଅନନ୍ତ କୋଚ୍ ବିନୋଦ ଚନ୍ନାଙ୍କ ପ୍ରଶିକ୍ଷଣରେ ରହି ଡାଏଟ କରୁଥିଲେ ଏବଂ ବ୍ୟାୟାମ ମଧ୍ୟ କରି ଓଜନ ହ୍ରାସ କରାଇଥିଲେ । ସେତେବେଳେ ଅନନ୍ତ ପ୍ରତିଦିନ 5 ରୁ 6 ଘଣ୍ଟା ଏକ୍ସରସାଇଜ କରୁଥିଲେ । ଏଥିରେ ପ୍ରାୟ 31 କିମି ଚାଲିବା ସହ ଯୋଗ, ଓଜନ ଟ୍ରେନିଂ ଏବଂ ଆହୁରି ଅନେକ ୱାର୍କ ଆଉଟ ମଧ୍ୟ ସାମିଲ ଥିଲା ।

ଅନନ୍ତଙ୍କୁ ଡାଏଟରେ ହେଲଦି ଫ୍ୟାଟ, ପ୍ରୋଟିନ, ଲୋ-କାର୍ବ ଫୁଡ୍, ପନିପରିବା, ଫଳମୂଳ, ପନିର ଓ କିନୋଆ ଆଦି ସାମିଲ କରାଯାଇଥିଲା । ଯାହାଦ୍ୱାରା ତାଙ୍କର 108 କିଲୋ ଓଜନ କମ୍ ହୋଇ ପାରିଥିଲା । ତେବେ ବିଜ୍ଞାନ ଅନୁସାରେ ଓଜନ କମାଇବା ବଡ କଥା ନୁହେଁ ବରଂ ଏହାପରେ ବି ତାକୁ ବଜାୟ ରଖିବା ସବୁଠୁ ବଡ କଥା । ନଚେତ ପୁଣି ଥରେ ଓଜନ ବଢିବାର ସମ୍ଭାବନା ଅନେକ ମାତ୍ରାରେ ରହିଥାଏ ।

ହେଲଥଲାଇନ ର ଏକ ରିପୋର୍ଟ ମୁତାବକ, ଯଦି ଓଜନ କମାଇବା ପରେ ଜଣେ ବ୍ୟକ୍ତି ପୁଣି ଥରେ ତାଙ୍କ ପୂର୍ବ ଜୀବନଶୈଳୀକୁ ଫେରିଯାନ୍ତି ତେବେ ଓଜନ ପୁଣି ଥରେ ବଢିବା ଆରମ୍ଭ ହୋଇଯାଏ । ଫ୍ୟାଟ ଲସ୍ ହେବା ପରେ ଆମ ଶରୀର ଭୋକ ଲାଗିବା ହରମୋନକୁ ଅଧିକ ବଢାଇ ଦେଇଥାଏ ।

ଏହାପରେ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଏବଂ ମାଂସପେଶୀ କମିବା କାରଣରୁ ଆମ ଶରୀରର ମେଟାବୋଲିଜିମ ଧୀର ହୋଇଯାଏ । ଏପରି ବେଳେ କେହି ସାମାନ୍ଯ ଖାଦ୍ୟ ଖାଇଲେ ମଧ୍ୟ ଓଜନ ବୃଦ୍ଧି ହେବାର ଆଶଙ୍କା ରହିଥାଏ । 2003ରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ, କିଶୋର ଅବସ୍ଥାରେ ଡାଏଟିଂ କରିବା ଦ୍ଵାରା ଭବିଷ୍ୟତରେ ମୋଟାପଣ ଓ ଇଟିଙ୍ଗ ଡିଜଅର୍ଡର ସମ୍ଭାବନା ବଢିଥାଏ ।

ତେଣୁ କୁହାଯାଉଛି କି, କେହି ଯଦି ମୋଟାପଣ ଘଟାଇବା ପରେ ପୁଣି ଥରେ ପୂର୍ବ ଭଳି ଖାଇବା ଆରମ୍ଭ କରିଦିଏ ତେବେ ତାଙ୍କ ଓଜନ ପୁଣି ଥରେ ବଢିଯାଏ । ଅନନ୍ତ ଅମ୍ବାନୀଙ୍କ କ୍ଷେତ୍ରରେ ସେହିପରି ହୋଇଛି ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।