ଋୁଣ ଟଙ୍କା ପାଇଁ ନିଜ ଘରୁ ବାହାର କରିଦେଲେ ପଡୋଶୀ… ଶୀତ କାକର ରେ ରାସ୍ତା ଉପରେ କାଟୁଛନ୍ତି ଦିନ ରାତି ।

ନମସ୍କାର ବନ୍ଧୁଗଣ । ଶୀତ କାକର ରେ ରାସ୍ତା କଡ ରେ ଦିନ ରାତି କଟୁଛି । ସ୍ଵାମୀ ହାତ ଧରି ବାହା ହୋଇ ଆସିଥିଲେ । କେତେ କଣ ସ୍ଵପ୍ନ ଦେଖିଥିଲେ ସ୍ତ୍ରୀ । ସ୍ବାମୀଙ୍କ ରୋଜଗାରରେ ଭଲ ଘର ଗଢି ନୂଆ ସଂସାର ଗଢିବାକୁ ସ୍ତ୍ରୀ ସ୍ଵପ୍ନ ଦେଖିଥିଲେ । କିନ୍ତୁ ସ୍ଵାମୀ ପକ୍ଷାଘାତ ରୋଗରେ ପୀଡିତ ହେବା ପରେ ଏବେ ରାସ୍ତା ରେ ଦିନ କାଟୁଛି ସ୍ତ୍ରୀ ସ୍ଵାମୀ କୁ ଧରି । ଧାର କରଜ କରି ଘର ତିଆରି କରିଲେ । କିନ୍ତୁ ସେହି ଘରୁ ଆଜି ବୁଢୀ ମା, ସ୍ଵାମୀ, ସ୍ତ୍ରୀ କୁ ବାହାର କରି ଦେଇଛନ୍ତି ପଡୋଶୀ ମାନେ ।

ଏ ପରିବାର ପାଇଁ ରାସ୍ତା ପାଲଟିଛି ସାହାରା । ଗତ 4 ଦିନ ହେବ ସ୍ବାମୀଙ୍କୁ ନେଇ ରାସ୍ତାରେ ଦିନ କାଟୁଛି ସ୍ତ୍ରୀ । ସ୍ଵାମୀ ସୁଧୀର ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ନା କଥା କହୁଛନ୍ତି ନା ଚାଲି ପାରୁଛନ୍ତି । ଶୀତ କାକରରେ ରାସ୍ତା ରେ 4 ଦିନ ହେବ ଶୋଇଛନ୍ତି ସୁଧୀର । ଏତେ ନିଷ୍ଠୁର ହୋଇଗଲେ ଯେ କିଛି ଟଙ୍କା ପାଇଁ ବାଃର କରିଦେଲେ ପଡୋଶୀ । ଦିନ ରାତି ପରିବାର ଆଖି ରୁ ସୁଖୁ ନାହିଁ ଲୁହ ।

ସ୍ତ୍ରୀ ଦିନ ରାତି କାନ୍ଦୁଛି ସ୍ବାମୀଙ୍କର ଏ ଅବସ୍ଥା ଦେଖି । ରାସ୍ତାରେ ପରିବାର ଦିନ ବିତାଉ ଥିବା ବେଳେ ଘରର ଚାବି ଏବେ ଥାନାରେ ଅଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ହୁଗୁଳି ଜିଲ୍ଲା ର ପରପରିଆ ଗାଁ ରେ । ଏହି ଗାଁ ର ସୁଧୀର ଜେନା ଦୀର୍ଘ ବର୍ଷ ହେବ ପରିବାର ସହ ଗୋଆ ରେ ରହି କାମ କରୁଥିଲେ । ଆଉ ଏହାରି ମଧ୍ୟରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା ।

ଆଉ ଏବେ ସେ ସଜ୍ଯାଶାୟୀ ହୋଇଛନ୍ତି । ପରିବାର ଲୋକେ ମେଡିକାଲ ନେଇ ସୁଧୀରଙ୍କୁ ଚିକିତ୍ସା କରାଇଥିଲେ ମଧ୍ୟ ଏବେ ଅର୍ଥ ବାଧକ ସାଜିଛି । ରୋଗ ଭଲ ନ ହେବାରୁ କରମଳିଆ ଗାଁ ର ଶିକ୍ଷକ ସୁଶୀଲ ଜେନାଙ୍କ ପାଖରୁ ସୁଧୀର 3 ଲକ୍ଷ ଟଙ୍କା ର କରଜ ନେଇଥିଲେ । ସୁଧ ନେବାର କିଛି ମାସ ମଧ୍ୟରେ ସୁଧୀର ଦେଢ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ ।

ଆଉ ବାକି ଟଙ୍କା କିଛି ଦିନ ମଧ୍ୟରେ ଦେବେ ବୋଲି ସୁଧୀର କହିଥିଲେ ସୁଶୀଲଙ୍କୁ । କିନ୍ତୁ ସୁଧ ଟଙ୍କା ନ ଦେଇ ପାରିବାରୁ ସୁଶୀଲ ଘରୁ ବାହାର କରି ଦେଇଛନ୍ତି । ଆଉ ଏବେ ରାସ୍ତା ରେ ଦିନ ରାତି କାଟୁଛନ୍ତି । ଜଣେ ଶିକ୍ଷାକାର ଆଚରଣ ଏଭଳି ହେବ ତାହା ସବୁଠାରୁ ଆଶ୍ଚର୍ଯ୍ୟକର କଥା । କାରଣ ଜଣେ ଶିକ୍ଷକ ମଣିଷ ତିଆରି କାରଖାନାର ସାରଥି ।

ସୁଶୀଲ ଙ୍କ ପାଖରେ ଟଙ୍କା ର ଲୋଭ ଏତେ ଯେ ସେ ନିଜ ମାନବିକତା କୁ ଭୁଲି ଯାଇ ଜଣେ ରୋଗୀ କୁ ତାଙ୍କ ନିଜ ଘରୁ ବାହାର କରିବା କେତେ ଯୁକ୍ତିଯୁକ୍ତ ତାହା ଏ ଘଟଣାରୁ ସ୍ପଷ୍ଟ ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।