ରୋଷେଇ ଘରର ବାସ୍ତୁ ଠିକ ନଥିଲେ ଘରକୁ ଅନେକ ପ୍ରକାରର ଦୁର୍ଭାଗ୍ୟ ମାଡି ଆସେ । ତେଣୁ ପୁରା ଘରର ବାସ୍ତୁ ସହିତ ରୋଷେଇ ଘରର ବାସ୍ତୁ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ତେବେ ରୋଷେଇ ଘରର ବାସ୍ତୁ ଠିକ ରଖିବା ପାଇଁ ରୋଷେଇ ଘରେ କଣ ରଖିବା ଉଚିତ ଓ କଣ ନ ରଖିବା ଉଚିତ ତାହା ଜାଣିବା ନିହାତି ଆବଶ୍ୟକ । ଏହାସହ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ରୋଷେଇ ଘରେ କଣ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।
ଯେପରି ଘରର ଆଗ୍ନେୟ କୋଣ ମଙ୍ଗଳ ଗ୍ରହଙ୍କର ଠିକ ସେମିତି ରୋଷେଇ ଘରେ ମଧ୍ୟ ମଙ୍ଗଳ ଗ୍ରହଙ୍କ ପ୍ରଭାବ ରହିଥାଏ । କାରଣ ରୋଷେଇ ଘରେ ହିଁ ଅଗ୍ନି ଜଳେ । ରୋଷେଇ ଘରେ ଆମେ ଚାଉଳ ରଖିଥାଉ । ଆପଣ ଜାଣିଥିବେ ଯେ ଅନେକ ସମୟରେ ଘରେ ଥିବା ଚାଉଳ ସରିଯାଏ, କିନ୍ତୁ ତା’ ପୂର୍ବରୁ ଆମେ ଧ୍ୟାନ ନଥାଉ ଯେ ଚାଉଳ ସରି ଆସୁଛି ବୋଲି । ବାସ୍ତୁ ଅନୁସାରେ ମଙ୍ଗଳବାର ଓ ଶନିବାରରେ ଚାଉଳ ଶେଷ ହୋଇଯିବା ଅତ୍ୟନ୍ତ ଅଶୁଭ ବୋଲି ମାନାଯାଏ ।
ସପ୍ତାହର ଅଲଗା କୌଣସି ଦିନରେ ଯଦି ଚାଉଳ ଶେଷ ହେଉଛି ତେବେ ତାହା ସେତେ ଚିନ୍ତାର ବିଷୟ ନୁହେଁ । କିନ୍ତୁ ଯଦି ଆପଣଙ୍କ ଅଜାଣତରେ ମଙ୍ଗଳବାର ଏବଂ ଶନିବାରକୁ ଚାଉଳ ଶେଷ ହୋଇଯାଉଛି କିମ୍ବା ଘରର ସବୁ ସଦସ୍ୟଙ୍କୁ ଅଣ୍ଟିଲା ଭଳି ଚାଉଳ ନାହିଁ ତେବେ ଜାଣିରଖନ୍ତୁ ଯେ ଘରକୁ କୌଣସି ବିପଦ ଆସିବାର ଅଛି । ସେଥିପାଇଁ ମଙ୍ଗଳବାର ଏବଂ ଶନିବାର ଏହି ଦୁଇଦିନରେ ଯେପରି ଘରୁ ଚାଉଆଲ ନସରେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ।
ଘରର ରୋଷେଇ ଘରକୁ ଦେଖିଲେ ସେହି ଘରେ କେତେ ସୁଖଶାନ୍ତି ରହିଛି ତାହା ଜାଣିହୁଏ । ସେଥିପାଇଁ ରାତିରେ ଖାଇବା ପରେ ଅଇଁଠା ବାସନ ରାତିସାରା ପକେଇ ରଖିବା ଉଚିତ ନୁହେଁ ଏବଂ ରୋଷେଇ ଘର ସର୍ବଦା ପରିଷ୍କାର ରଖିବା ଉଚିତ । ରୋଟି ତିଆରି ହେଉଥିବା ତାୱାରେ ରାହୁଙ୍କ ବାସ ରହିଥାଏ । ତେଣୁ ତାୱାକୁ ରୋଟି କରିବା ପରେ ଭଲ ଭାବେ ପରିଷ୍କାର କରିବା ଉଚିତ ବଂ ଏହାକୁ କେବେ ମଧ୍ୟ ଓଲଟାଇ ରଖିବା ଉଚିତ ନୁହେଁ ।
ଏହାସହ ରୋଷେଇ ଘରେ ଥିବା ଚିନି ଡବା ଯେପରି କେବେବି ଖାଲି ନପଡେ ସେଥିପ୍ରତି ବିଶେଷ ନଜର ଦେବା ଉଚିତ । ରୋଷେଇ ଘରେ ମିଠା ଜିନିଷ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ସେହିପରି ପରିବା କାଟିବା ପାଇଁ ବ୍ୟବହାର କରୁଥିବା ଛୁରି ପନିକି ଆଦି ସବୁବେଳେ ତଳମୁହାଁ କରି ରଖିବା ଉଚିତ । ଏସବୁ ଧାରୁଆ ଜିନିଷ ଉପର ମୁହାଁ କରି ରଖିବା ଦ୍ଵାରା ଘରେ କଳହ ଓ ଅଶାନ୍ତି ଲାଗି ରହିଥାଏ ।
ଘରର ସୁଖଶାନ୍ତି ବଜାୟ ରଖିବା ରଖିବା ପାଇଁ ଏବଂ ସକାରାତ୍ମକ ବାତାବରଣ ପାଇଁ ଆପଣ ରୋଷେଇ ଘରେ ଏହି ଉପାୟଟିକୁ କରନ୍ତୁ । ଏକ କାଚ ଜାରରେ କିଛି କଳା ଅବିର ନିଅନ୍ତୁ ଓ ତା’ ଉପରେ ଫାଳେ ପିଆଜ କାଟି ରଖିଦିଅନ୍ତୁ । ଏହି ଜାରଟିକୁ ରୋଷେଇ ଘରେ କୌଣସି ସ୍ଥାନରେ ଲୁଚାଇ ରଖିଦିଅନ୍ତୁ ।
ସପ୍ତାହକୁ ଥରେ ଆପଣ ପିଆଜଟିକୁ ବଦଳାନ୍ତୁ ଓ ମାସରେ ଥରେ କଳା ଅବିରକୁ ମଧ୍ୟ ବଦଳାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ସୁଖଶାନ୍ତି ଲାଗିରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।