ରୋଷେଇ ଘରେ ବାସ୍ତୁର ଏହି ନିୟମ ଗୁଡିକୁ କରନ୍ତୁ ପାଳନ, ମା ଅନ୍ନପୂର୍ଣାଙ୍କ କୃପାରେ ହେବ ନାହିଁ ଅନ୍ନ ଓ ଧନ ର ଅସୁବିଧା

ଏହି ସଂସାରରେ ସମସ୍ତେ ଚାହାନ୍ତି କି ସେମାନଙ୍କ ଜୀବନରେ କେବେ ବି ଧନ ଓ ଅନ୍ନର ଅସୁବିଧା ନ ହେଉ । ଏଥିପାଇଁ ବ୍ୟକ୍ତି ଦିନରାତି ପରିଶ୍ରମ ବି କରିଥାଏ । କିନ୍ତୁ ବିନା କାରଣରେ ବେଳେ ବେଳେ ମନୁଷ୍ୟକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର କାରଣ ଆପଣଙ୍କ ଘରର ବାସ୍ତୁ ଦୋଷ ବି ହୋଇପାରେ ।

ସେଥିପାଇଁ ଯଦି ଆପଣ ବାସ୍ତୁ ଅନୁସାରେ କୁହାଯାଇଥିବା ଏହି କଥା ଗୁଡିକ ପ୍ରତି ଧ୍ୟାନ ଦେବେ ତେବେ ଏହା ଦ୍ଵାରା ଆପଣଙ୍କ ଜୀବନରେ କେବେ ବି ଅନ୍ନର ଅସୁବିଧା ହେବ ନାହିଁ । ଆଜି ଆମେ ବାସ୍ତୁର ନିୟମ ଆଧାରରେ ଆପଣ ମାତା ଅନ୍ନପୂର୍ଣ୍ଣାଙ୍କର ଆଶୀର୍ବାଦ କିପରି ପ୍ରାପ୍ତ କରିବେ ସେହି ବିଷୟରେ କହିବୁ ।

ବାସ୍ତୁର ଏହି ନିୟମକୁ ପାଳନ କରିବା ଦ୍ଵାରା ମିଳିଥାଏ ମାତା ଅନ୍ନପୂର୍ଣ୍ଣାଙ୍କର କୃପା

·    ଆମ ଘରର ସବୁଠୁ ମହତ୍ଵପୂର୍ଣ୍ଣ ଅଂଶ ରୋଷେଇ ଘର ହୋଇଥାଏ । ସେଥିପାଇଁ ରୋଷେଇ ଘରର ବାସ୍ତୁ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ । ନିଜ ରୋଷେଇ ଘରେ ପାଣିକୁ ଆଗ୍ନେୟ କୋଣରେ ଭୁଲରେ ବି ରଖନ୍ତୁ ନାହିଁ । ଯେଉଁ ବ୍ୟକ୍ତି ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଛି ତାହାର ଠିକ ପଛରେ କବାଟ ରହିବା ଉଚିତ ନୁହେଁ । ଯଦି ଏମିତି ଅଛି ତେବେ ବ୍ୟକ୍ତି ଅଳ୍ପ ଏପଟ ସେପଟ ହୋଇ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ।

·    ଆପଣ ଏହି କଥା ଉପରେ ବିଶେଷ ଧ୍ୟାନ ଦେବେ କି ରୋଷେଇ ଘରେ କୌଣସି ଭଗବାନଙ୍କର ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ ।

·    ଆପଣ ନିଜ ରୋଷେଇ ଘର ଝରକାକୁ ସବୁବେଳେ ପୂର୍ବ ଦିଗରେ ହିଁ ବନାନ୍ତୁ । ରୋଷେଇ ଘରେ ଭୋଜନ ତିଆରି କରିବା ପରେ କିଛି ଭୋଜନ ଭଗବାନଙ୍କ ନାମରେ ବି ଅର୍ପଣ କରନ୍ତୁ ।

·    ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର କେବେ ବି ବାଥରୁମ ସାମ୍ନାରେ ରହିବା ଉଚିତ ନୁହେଁ । ଯଦି ଆପଣଙ୍କର ରୋଷେଇ ଘର ଏହିଭଳି ସ୍ଥିତିରେ ଅଛି ତେବେ ବାଥରୁମ କବାଟ ସବୁବେଳେ ବନ୍ଦ ରଖନ୍ତୁ ।

·    ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ନିଜ ଘରର ମୁଖ୍ୟ ଦ୍ଵାର ପାଖରେ କିମ୍ବା ସାମ୍ନାରେ ରୋଷେଇଘର କରନ୍ତୁ ନାହିଁ । ଯଦି ଏହିଭଳିଥାଏ ତେବେ ଏହି କାରଣରୁ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ବଢିଥାଏ ।

·    ଆପଣ ନିଜ ଘରର ରୋଷେଇ ଘରେ କୌଣସି ବି ଏମିତି ଇଲେକ୍ତ୍ରୋନିକ ଜିନିଷ ରଖନ୍ତୁ ନାହିଁ ଯାହା କାହାର ବି କାମରେ ଆସୁ ନ ଥିବ, ଏହାର କୁ ପ୍ରଭାବ ଆପଣଙ୍କ ଭବିଷ୍ୟତ ଉପରେ ପଡିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।