Vastu Shastra- କଣ ଭୁଲ ଦିଗରେ ତ ନାହିଁ ଆପଣଙ୍କ ରୋଷେଇ ଘର, ଜାଣନ୍ତୁ କେଉଁ ଦିଗରେ ରୋଷେଇ ଘର ରହିବା ଶୁଭ ଓ କେଉଁ ଦିଗରେ ଅଶୁଭ

ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ପ୍ରସ୍ତୁତ କରିଲେ ଏହା ବହୁତ ଲାଭଦାୟକ ହୋଇଥାଏ । ଯେଉଁଠି ଆମେ ରୋଷେଇ କରିଥାଉ ସେଠାରେ ବିଭିନ୍ନ ପ୍ରକାରର ସାମଗ୍ରୀର ଆବଶ୍ୟକତା ରହିଥାଏ ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ପାଳନ କରିଲେ ଶୁଭ ଫଳ ମିଳିଥାଏ । ଯଦି ବସ୍ତୁ ଶାସ୍ତ୍ର ଅନୁସାରେ ରୋସିଏ ଘର ହୋଇନଥାଏ ତେବେ ଏହାର ବିପରୀତ ପ୍ରଭାବ ପଡିଥାଏ । ବିଶେଷ କରି ମହିଳା ମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହା ବ୍ଯତୀତ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ହାନି ହୋଇଥାଏ ।

ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ପ୍ରସ୍ତୁତ କରିଲେ ଏହା ସକାରାତ୍ମକ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ଦିଗରେ ରୋଷେଇ ଘର କରିବା ଉଚିତ ଓ କେଉଁ ଦିଗରେ ନୁହେ ସେହି ବିଷୟରେ କହିବାକୁ ଯାଉଛୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ରୋଷେଇ ଘର ଦକ୍ଷିଣ ଦିଗ ବା ଅଗ୍ନି ପୂର୍ବକରେ କରିବା ଉଚିତ । ଦକ୍ଷିଣ ଦିଗ ଅଗ୍ନି ଦେବତାଙ୍କ ସ୍ୱରୂପ ହୋଇ ଥିବାରୁ ଏହି ଦିଗରେ ରୋଷେଇ ଘର ନିର୍ମାଣ କରିଲେ ଉତ୍ତମ ହୋଇଥାଏ । ଏହି ଦିଗରେ ରୋଷେଇ ଘର ରହିଲେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ଘରେ ଧନ ମଧ୍ୟ ବୃଦ୍ଧି ହୋଇଥାଏ । ଏହା ବ୍ଯତୀତ ଘର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ଘର ଉନ୍ନତି ମଧ୍ୟ ହୋଇଥାଏ ।

ଯଦି ଆପଣଙ୍କର ଦକ୍ଷିଣ ଦିଗରେ ରୋଷେଇ ଘର ନ ହେଇପାରୁଛି ତେବେ ଏହାକୁ ଉତ୍ତର ଦିଗରେ କରି ପାରିବେ । ଏହି ଦିଗରେ ରୋଷେଇ ଘର କରିଲେ ପରିବାର ଲୋକମାନେ ମାନସିକ ଚିନ୍ତାରେ ରହିଥାନ୍ତି । ଯଦି ଉତ୍ତର ଦିଗରେ ରୋଷେଇ ଘର କରାଯାଏ ତେବେ ଏହା ଘର ପାଇଁ ଅଶୁଭ ହୋଇଥାଏ । ଏହି ଦିଗରେ ରୋଷେଇ ଘର କରିବା ଦ୍ଵାରା ଅର୍ଥ ହାନି ହେବା ସହ ଘରେ କଳହ ଆଦି ସମସ୍ଯା ଦେଖାଯାଏ ।

ଘରର ଉତ୍ତର ପୂର୍ବ ଦିଗରେ ରୋଷେଇ ଘର କରିଲେ ଅଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଘରେ ଅଶାନ୍ତି ସୃଷ୍ଟି ହେବ ସହ ଅର୍ଥ ହାନି ମଧ୍ୟ ହୋଇଥାଏ । ଯଦି ପୂର୍ବ ଦିଗରେ ରୋଷେଇ ଘର କରାଯାଏ ତେବେ ଏହା ସମାଜରେ ଲୋକଙ୍କ ସହ ଜଡିତ ରହିବାକୁ ସାହାଜ୍ଯ କରିଥାଏ । ଏହି ଦିଗରେ ରୋଷେଇ ଘର କରିଲେ ଘର ଖର୍ଚ୍ଚ ଅପେକ୍ଷା ଆପଣଙ୍କ ପଇସା ସମାଜରେ ଅଧିକ ଖର୍ଚ୍ଚ ହୋଇଥାଏ ।

ଏହା ଛଡା ପରିବାର ଲୋକଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥାଏ । ତେଣୁ ପୂର୍ବ ଦିଗରେ ରୋଷେଇ ଘର କରିବା ଅନୁଚିତ । ପଶ୍ଚିମ ଦିଗରେ ରୋଷେଇ ଘର କରିବା ଅଶୁଭ ହୋଇଥାଏ । ଏହି ଦିଗରେ ରୋଷେଇ ଘର କରିଲେ ସନ୍ତାନ ମାନକ ପାଇଁ କୌଣସି ସମସ୍ଯା ସୃଷ୍ଟି ହେବା ସହ ଦାଂପତ୍ଯ ଜୀବନରେ ମଧ୍ୟ ସମସ୍ଯା ଦେଖାଯାଏ । ଘରର ଦକ୍ଷିଣ ପଶ୍ଚିମ ଦିଗରେ ରୋଷେଇ ଘର କରିବା ଅନୁଚିତ ଅଟେ । ଏପରି କରିବା ଦ୍ଵାରା ଘରେ ଛୋଟ ବା ବଡ ସମସ୍ଯା ଦେଖାଯାଏ । ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ହାନି ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।