Hitman Rohit Sharma ଙ୍କ Biography, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ରୋହିତ ଶର୍ମାଙ୍କ ଜନ୍ମ ୩୦ ଅପ୍ରେଲ ୧୯୮୭ରେ ନାଗପୁର ମହାରାଷ୍ଟ୍ରରେ ହୋଇଥିଲା । ରୋହିତ ଶର୍ମାଙ୍କ ପିଲାବେଳ କିଛି ଏମିତି ଥିଲା ଯେଉଁଠି ତାଙ୍କୁ ମା’ର ମମତା ମିଳିନାହିଁ କି ବାପାଙ୍କ ପ୍ରେମ । ଏହାର କାରଣ ରୋହିତଙ୍କ ବାପା ମା ପାଖରେ ପଇସାର ଅଭାବ ।

ରୋହିତ ଶର୍ମାଙ୍କ ବାପା ଦୁଇ ପୁଅର ପଢା ଖର୍ଚ୍ଚ ଉଠାଇ ପାରୁଥିଲେ ନା ପାଳନ ପୋଷଣର । ଏହି କାରଣ ପାଇଁ ତାଙ୍କର ପିଲାବେଳ ଜେଜେ, ଜେଜେମା ଘରେ କଟିଲା‌ । ସେ ତାଙ୍କର ପ୍ରାଥମିକ ଶିକ୍ଷା ସେହିଠାରୁ ଆରମ୍ଭ କରିଥିଲେ । ତାଙ୍କର କ୍ରିକେଟ କଳାକୁ ପ୍ରଥମଥର‌ ପାଇଁ ତାଙ୍କ ଦାଦା ଚିହ୍ନି ପାରିଥିଲେ । ସେ ରୋହିତ ଶର୍ମାଙ୍କ ଭର୍ତ୍ତି ୧୯୯୯ ରେ ଗୋଟିଏ କ୍ରିକେଟ ଏକାଡେମୀରେ କରାଇ ଦେଲେ । ସେ ସ୍କୁଲ ସମୟରେ ଅଫ୍ ସ୍ପିନ୍ ବୋଲିଂ କରିବା ସହିତ ଭଲ ବ୍ୟାଟିଂ ର ପ୍ରଦର୍ଶନ କରୁଥିଲେ ।

ତାଙ୍କର ଆକ୍ରାମକ ବ୍ୟାଟିଂ କରିବା ଦେଖି ତାଙ୍କ କୋଚ୍ ଦିନେଶ ଲର୍ଡ ପ୍ରଥମେ ବ୍ୟାଟିଂ ପାଇଁ ଉପଦେଶ ଦେଇଥିଲେ । ଏହାପରେ ରୋହିତ ଶର୍ମା ତାଙ୍କ ସ୍କୁଲ ଟିମରେ ଜଣେ ସୁନ୍ଦର ଦକ୍ଷ ଖେଳାଳି ରୂପେ ପରିଚିତ ହେଲେ । ରୋହିତ ଶର୍ମାଙ୍କ ପ୍ରଥମ ଥର ପାଇଁ ୨୦୦୫ ମସିହାରେ ଦେଓଧର ଟ୍ରଫି ମ୍ୟାଚରେ ଡେବ୍ୟୁ କରିଥିଲେ । ସେହି ମ୍ୟାଚରେ ୩୧ ରନ୍ କରିଥିଲେ । ଏହି ମ୍ୟାଚରେ ଚେତେଶ୍ବର ପୁଜାରା ଏବଂ ବିଶ୍ବର ନଂ ୧ ଅଲ୍ ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କର ମଧ୍ୟ ଡେବ୍ୟୁ ହୋଇଥିଲା ।

ଏହାପରେ ରୋହିତ ଶର୍ମା ଦେଓଧର ଟ୍ରଫିରେ ୧୪୨ ରନ୍ ର ପାରି ଖେଳି ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ଟୁରରେ ସ୍ଥାନ ପକ୍କା କରିଥିଲେ । ଏହି ମ୍ୟାଚରେ ତାଙ୍କୁ ୧୧ ଜଣଙ୍କ ମଧ୍ୟରେ ସାମିଲ କଲେ ନାହିଁ । ଏହାପରେ ପ୍ରଥମଥର ପାଇଁ ତାଙ୍କର ଡେବ୍ୟୁ ଜୁଲାଇ ୨୦୦୬ ରେ ନିଉଜିଲ୍ୟାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚରେ ହୋଇଥିଲା । ଏହି ମ୍ୟାଚରେ ସେ ୫୭ ରନ୍ ର ପାରି ଖେଳିଥିଲେ ।

ଏହାପରେ ସେ ରଞ୍ଜିରେ ମଧ୍ୟ ଡେବ୍ୟୁ କରିଥିଲେ । ମୁମ୍ବାଇ ପଟରୁ ଖେଳୁଥିବା ସମୟରେ ଗୁଜରାଟ ବିପକ୍ଷରେ ୨୦୦ ରନ୍ ବନାଇ ଥିଲେ । ଏହାପରେ ରୋହିତ ଗୋଟିଏ ଚର୍ଚ୍ଚିତ ଚେହେରା ବନି ଯାଇଥିଲେ । ସେ ଆନ୍ତର୍ଜାତୀୟ ଗୋଟିଏ ୱାନ୍ ଡେ ମ୍ୟାଚରେ ଆୟରଲ୍ୟାଣ୍ଡ ବିପକ୍ଷରେ ସୁଯୋଗ ମିଳିଲା କିନ୍ତୁ ୭ ନଂ ବ୍ୟାଟିଂ ରେ ଆସିଥିଲେ ତଥାପି ଭାରତ ୯ ୱିକେଟ ରେ ଜିତିଥିଲା ।

ଏହାପରେ ଆନ୍ତର୍ଜାତୀୟ ଆଇସିସି ବିଶ୍ୱକପ ରେ ତାଙ୍କୁ ପୁଣି ସୁଯୋଗ ମିଳିଲା ଯେଉଁଠି ପାକିସ୍ତାନ ବିପକ୍ଷରେ ୩୦ ରନ୍ ବନାଇଥିଲେ । ସେ ଆଜି ପର୍ଯ୍ୟନ୍ତ ତାଙ୍କର ସୁନ୍ଦର ଖେଳ ପାଇଁ ଭାରତରେ ଜଣେ ମହାନ ଖେଳାଳି ରୂପେ ପରିଚିତ ହେଲେ । ସୀମିତ ଓଭର ରନ୍ ବନାଇବା, ବିଶ୍ୱ କ୍ରିକେଟରେ ଅନେକ ରେକର୍ଡ ତାଙ୍କ ନାଁ ରେ ଯୋଡ଼ି ହୋଇଗଲା ଯାହାଫଳରେ ‘ହିଟ୍ ମ୍ୟାନ୍’ ନାଁରେ ସେ ପରିଚିତ ହେଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।