ରୋଗୀମାନଙ୍କ ପାଇଁ ଭଗବାନ ଅଟନ୍ତି କ୍ୟାନ୍ସର ରୋଗ ବିଶେଷଜ୍ଞ ‘ଡା. ରବି’, ମିଳିଲା ପଦ୍ମଶ୍ରୀ ସମ୍ମାନ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଆସାମରେ କଛାର କ୍ୟାନ୍ସର ହସ୍ପିଟାଲ ଓ ଅନୁସନ୍ଧାନ କେନ୍ଦ୍ର (ସିଲଚର କ୍ୟାନ୍ସର ସଂସ୍ଥା)ର ଦେଖାଶୁଣା କରୁଥିବା ୫୫ ବର୍ଷୀୟ ଡା. ରବି କାନନଙ୍କୁ ବର୍ତ୍ତମାନ ହିଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ୧୦୦ ବେଡ ବାଲା ଏହି ହସ୍ପିଟାଲରେ ଗରିବଙ୍କ ଚିକିତ୍ସା ପାଇଁ ଭଲ ବ୍ୟବସ୍ଥା ଅଛି । ଅନ୍ୟ ରାଜ୍ୟ ଗୁଡିକରୁ ବି ଲୋକମାନେ ସିଲଚର ସ୍ଥିତ ଏହି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥାନ୍ତି ।

ଡା. କାନନ ଦୈନିକ ଜାଗରଣ ସହ ବିଶେଷ କଥାବାର୍ତ୍ତ କରି କହିଲେ କି, ‘ଡାକ୍ତର ର ଗୋଟିଏ ହିଁ ଲକ୍ଷ ହୋଇଥାଏ ମାନବ ସେବା । କାହାର ବି ଚିକିତ୍ସା ବନ୍ଦ ହେବା ଉଚିତ ନୁହେଁ । ମୋର କଲେଜର ପ୍ରଫେସର ଡା. କୃଷ୍ଣମୂର୍ତି ମୋତେ ସବୁବେଳେ ଏହି କଥା କହୁଥିଲେ କି ଡାକ୍ତର ଓ ହସ୍ପିଟାଲର ଦାୟିତ୍ଵ ହୋଇଥାଏ କି ରୋଗୀ ତାଙ୍କ ପାଖକୁ ଯେକୌଣସି ବି ସ୍ଥିତିରେ ଆସୁ ନା କାହିଁକି, ସେମାନେ ତାହାର ପକେଟ ନୁହେଁ ତାହାର ଅବସ୍ଥା ଦେଖିବା ଉଚିତ ।

ତାହାର ଚିକିତ୍ସା ତୁରନ୍ତ କରିବା ଉଚିତ । ତାହାର ଆର୍ଥିକ ସ୍ଥିତି ଯଦି କମଜୋର ଅଟେ ତେବେ କୌଣସି ପ୍ରକାରରେ ବି ତାକୁ ସହଯୋଗ କରିବା ଉଚିତ । କିନ୍ତୁ ଯେପରି ରୋଗୀ ବିନା ଚିକତ୍ସାରେ ନ ଫେରେ….. । ତାଙ୍କର ଏହି ଶିକ୍ଷାକୁ ମନେ ରଖି ବର୍ଷ ବର୍ଷ ଧରି ମୁଁ ମାନବ ସେବା କରି ଆସୁଅଛି ।‘

ସର୍ଜିକଲ ଆନ୍କୋଲୋଜିସ୍ଟ ଡା. ରବି କାନନ ଆଗକୁ କହିଲେ କି, ‘ସେ ଚେନ୍ନାଈର ଏକ ବଡ ହସ୍ପିଟାଲରେ କାମ କରୁଥିଲେ ଓ ସେଠି ବହୁତ ସନ୍ତୁଷ୍ଟ ମଧ୍ୟ ଥିଲେ । କିନ୍ତୁ ଦିନେ ଡା. ଚିନ୍ମୟ ଚୌଧରୀ ତାଙ୍କୁ ଆସାମର ସିଲଚର କୁ ଡାକିଲେ । ଏହି କଥା ୨୦୦୭ର ଅଟେ । ସେ ସେହି ସ୍ଥାନକୁ ଗଲେ ଓ ଦେଖିଲେ କି ଲୋକମାନଙ୍କ ଚିକିତ୍ସା ପାଇଁ ଆଖ ପାଖରେ କୌଣସି ବି ବ୍ୟବସ୍ଥା ନାହିଁ । ରୋଗୀଙ୍କୁ ଚିକିତ୍ସା ପାଇଁ ୩୦୦ କିମି ଦୂର ଯିବାକୁ ପଡୁଥିଲା ।

ଏହା ପରେ ଡା. ରବି ଡା. ଚିନ୍ମୟ ଚୌଧୁରୀଙ୍କ ସହଯୋଗ ଦ୍ଵାରା ଓ ଗ୍ରାମବାସୀଙ୍କ ଅଳ୍ପ ଅଳ୍ପ ଜମାପୁଞ୍ଜି ଦ୍ଵାରା ଗୋଟିଏ ଛୋଟ ହସ୍ପିଟାଲ ଆରମ୍ଭ କରିଲେ । ଡା. ରବି ଆଗକୁ କହିଲେ କି ଏହି ହସ୍ପିଟାଲରେ ସବୁ ରୋଗୀଙ୍କ ଚିକିତ୍ସା କରିବାର ଦାୟିତ୍ଵ ମୋର ଥିଲା । ସେଠି ଏମିତି ସ୍ଥିତି ଥିଲା କି ପ୍ରାୟତଃ ସମସ୍ତଙ୍କ ଘରେ ଜଣେ କ୍ୟାନ୍ସର ରୋଗୀ ଥିଲେ ।

ପ୍ରଥମେ ତ ଲୋକମାନଙ୍କ ପାଖରେ ଏତେ ଟଙ୍କା ନଥିଲା, ଦ୍ଵିତୀୟରେ ଏହା ଏକ ଏମିତି ରୋଗ ଅଟେ ଯେଉଁଥିରେ ଗରିବ ପରିବାରର ତିନି ପିଢି ଏଥିରୁ ବାହାରି ପାରିବ ନାହିଁ । ଶେଷରେ ମୁଁ ଓ ମୋର ସ୍ତ୍ରୀ ଆସାମରେ ରହିଯିବା ପାଇଁ ନିଷ୍ପତି ନେଲୁ । ବର୍ତ୍ତମାନ ଆସାମର ବିଭିନ୍ନ ଅଞ୍ଚଳରୁ ଲୋକମାନେ, ଏହା ଛଡା ବିହାର ଓ ଆଖପାଖର ଅନ୍ୟ ରାଜ୍ୟରୁ ବି ଲୋକମାନେ ଏହି ହସ୍ପିଟାଲକୁ ଆସୁଛନ୍ତି ।

ଏହି ହସ୍ପିଟାଲରେ ରହିବା ପାଇଁ ବ୍ୟବସ୍ଥା ବି ଅଛି । ଯାହା ଦ୍ଵାରା ରୋଗୀ ପୁରା ଭଲ ହୋଇ ଘରକୁ ଯାଇ ପାରିବେ । ଦୂରରୁ ଆସୁଥିବା ରୋଗୀ ଓ ତାଙ୍କର ପରିଜନମାନଙ୍କ ବ୍ୟବସ୍ଥା ଏଠି ସୁଲଭ ମୂଲ୍ୟରେ କରା ଯାଉଛି । ମାତ୍ର ୧୫ ଟଙ୍କାରେ ଘର ଓ ୧୦ ଟଙ୍କାରେ ଖାଦ୍ୟ ଏଠି ମିଳିଥାଏ । ଯଦି କାହା ପାଖରେ ଟଙ୍କା ନାହିଁ ତେବେ କାହାକୁ ବି ବାଧ୍ୟତା ନାହିଁ ।

କମ ରୁ କମ କିମ୍ବା ବିନା ଟଙ୍କାରେ ଚିକିତ୍ସା, ହସ୍ପିଟାଲର ଦେଖାଶୁଣା, ନୂଆ ମେସିନ, କର୍ମଚାରୀଙ୍କ ବେତନ ଇତ୍ୟାଦି ପାଇଁ ସରକାର, ଆସାମ ଏୟାରପୋର୍ଟ ଅଥୋରିଟୀ, ଟାଟା ଭଳି ସଂସ୍ଥା ଓ ସୀଏସଆର ଇତ୍ୟାଦି ରୂପରେ ଆର୍ଥିକ ସହଯୋଗ ମିଳିବାରେ ଲାଗିଛି ।