ନିର୍ଭୟା କେସ ର ଶୁଣାଣି ସମୟରେ ବେହୋସ ହେଲେ ଜଷ୍ଟିସ ଭାନୁମତୀ, ପୀଡ଼ିତାଙ୍କ ମା’ କହିଲେ ଏହି କଥା…

ନିର୍ଭୟା ରେପ କେସ ଓ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ ଦୋଷୀ ବିନୟ ଶର୍ମାର ଦୟା ଆବେଦନ ପତ୍ରକୁ ଖାରଜ କରିଦେଇଛି । ବିନୟ କୋର୍ଟରେ ରାଷ୍ଟ୍ରପତି ଦୟା ଆବେଦନ ଖାରଜ କରିବା ବିରୁଦ୍ଧରେ ଅପିଲ କରିଥିଲା । ସେ କହିଥିଲା କି, ସେ ମାନସିକ ରୂପରେ ଠିକ ନାହିଁ । ସେଥିପାଇଁ ତାକୁ ଫାଶୀ ନ ହେଉ । କୋର୍ଟ ଏହା ଉପରେ କହିଥିଲା କି ଦୋଷୀର ସାମାସ୍ୟ ମେଡିକାଲ କଣ୍ଡିସନ ଦେଖାଉଛି କି ସେ ମାନସିକ ରୂପରେ ସାମାନ୍ୟ ଅଛି ।

ଏହା ପରେ ନିର୍ଭୟାର ଦୋଷୀ ମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ରର ଆବେଦନ ପତ୍ର ଉପରେ ଶୁଣାଣି ହେବାର ଥିଲା କି ଜଷ୍ଟିସ ଆର ଭାନୁମତୀ ଅଚାନକ ବେହୋସ ହୋଇଗଲେ । ଏହା ପରେ ଶୁଣାଣିକୁ ସ୍ଥଗିତ କରାଯାଇଥିଲା ଓ ଭାନୁମତୀଙ୍କୁ ତାଙ୍କ ଚ୍ୟାମ୍ବରକୁ ନିଆଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି ପରେ କରାଯିବାର ଆଦେଶ ଦେଇଥିଲା । ଏହି ପୁରା ଘଟଣା ପରେ ପୀଡ଼ିତା ର ମା’ ଆଶା ଦେବୀ କହିଥିଲେ କି ଏବେ ଆମେ ବିଶ୍ଵାସ  ହରାଇବାକୁ ବସିଛୁ ।

ଜଷ୍ଟିସ ଭାନୁମତୀଙ୍କର ସ୍ୱାସ୍ଥ୍ୟ ଖରାପ ହେବା ବିଷୟରେ ସଲିସିଟର ଜେନେରାଲ ତୁଷାର ମେହେତା କହିଲେ କି, ‘ଜଷ୍ଟିସ ଆର. ଭାନୁମତୀ ଯେତେବେଳେ ଶୁଣାଣି ହେବାର ଥିଲା ସେତେବେଳେ ବହୁତ ଜ୍ଵର ଥିଲା ଓ ବର୍ତ୍ତମାନ ମଧ୍ୟ ତାଙ୍କୁ ଜ୍ଵର ଅଛି । ଚ୍ୟାମ୍ବରରେ ଡାକ୍ତର ମାନେ ତାଙ୍କର ପରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ବେହୋସ ହେବା ପରେ ଭାନୁମତୀଙ୍କୁ ନାୟାଳୟର କର୍ମଚାରିମାନେ ତାଙ୍କ ଚ୍ୟାମ୍ବରକୁ ନେଇଯାଇଥିଲେ । ଏହାପରେ ଜଷ୍ଟିସ ଏଏସ ବୋପନ୍ନା କହିଥିଲେ କି ଏହି ମାମଲାର ଆଦେଶ ଏବେ ଚ୍ୟାମ୍ବରରେ ଶୁଣାଣି ହେବ’ ।

ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୁଦ୍ଧରେ ଦୋଷୀ ବିନୟର ଆବେଦନ ଖାରଜ

ଏହା ପୂର୍ବରୁ ଦୋଷୀ ବିନୟ ଶର୍ମାର ଆବେଦନ ପତ୍ରର ଶୁଣାଣି କରି ଜଷ୍ଟିସ ଆର ଭାନୁମତୀ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ ବୋପନ୍ନା କହିଥିଲେ କି, ରାଷ୍ଟ୍ରପତି ବିନୟର ଆବେଦନକୁ ଖାରଜ କରିବା ପୂର୍ବରୁ ସବୁ ଦସ୍ତାବିଜକୁ ଭଲ ଭାବରେ ଅଧ୍ୟୟନ କରିଛନ୍ତି । ସୁପ୍ରିମ କୋର୍ଟ ବିନୟର ମନୋରୋଗୀ ହେବାର ଦାବିକୁ ମଧ୍ୟ ଖାରଜ କରିଦେଲା ।