ବେସମେଣ୍ଟ ରେ ଚାଲିଥିଲା କଲ୍ ସେଣ୍ଟର, ବିକ୍ରି କରୁଥିଲେ କଥିତ ଶକ୍ତିବର୍ଦ୍ଧକ ଔଷଧ, ଦେଖନ୍ତୁ ଭିଡିଓ

ଲଖନୌର ତାଲକଟୋରା ପୋଲିସ ଗୋଟେ ଘରର ବେସମେଣ୍ଟରେ ଅବୈଧ ରୂପରେ ଚାଲୁଥିବା କଲ୍ ସେଣ୍ଟରର ପର୍ଦାଫାସ କରିଛି । ଏଠାରେ ଚୋରାରେ କଥିତ ଶକ୍ତିବର୍ଦ୍ଧକ ଔଷଧ ବିକ୍ରି ହେଉଥିଲା । ପୋଲିସ ଏହି କଲ୍ ସେଣ୍ଟରରୁ ୧୨ ଜଣ ଯୁବକଙ୍କୁ ଗିରଫ କରିଛି ଓ ଆଉ କିଛି  ଫେରାର ହୋଇଗଲେ । ବେସମେଣ୍ଟରୁ ପୋଲିସ ଭାରି ମାତ୍ରାରେ ଲ୍ୟାପଟପ, ଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ଜବ ଆଟ କରିଛି  ।

ଏଡିସିପି ପଶ୍ଚିମ ବିକାଶ ଚନ୍ଦ୍ର ତ୍ରିପାଠୀଙ୍କ ଅନୁସାରେ, ଧରାଯାଇଥିବା ଯୁବକମାନେ ହେଉଛନ୍ତି ମୁମ୍ବାଇର ମେହରାମ, ଫରହାନ ଶେଖ, ଶହବାଜ ଖାନ, ଆସିଫ ସେଖ, ପରବେଜ, ଶୟଦ ବାକର ଅବ୍ବାସ, ମହମୁଦ ଶେଖ, ଇକାରାମୁଲ ହୁସେନ, ନୀରଜ ଥାପା ଓ ଯାମିନ ଆଦି । ଏମାନେ ସମସ୍ତେ ରାଜାଜି ପୁରମ ସ୍ଥିତ ବାଲାଜି ମନ୍ଦିର ପାଖରେ ଥିବା ଏକ ଘରେ ରହୁଥିଲେ ।

ସେଠାରେ ଥିବା ବେସମେଣ୍ଟରେ ଏକ କଲ୍ ସେଣ୍ଟର ଚଲାଉଥିଲେ । ଏମାନେ ଶକ୍ତି ବର୍ଦ୍ଧକ ଔଷଧ ଗ୍ରାହକମାନଙ୍କୁ ଇଣ୍ଟରନେଟ ଜରିଆରେ ବିକ୍ରି କରି ଠକୁଥିଲେ । ଏହି କଲ୍ ସେଣ୍ଟରର ମୁଖ୍ୟ ମାଲିକ ହେଉଛି ସାଇ ସୁନ୍ଦର ସରୋଜ ରାୱ ଯିଏ ମୁମ୍ବାଇରେ ବସି ଏହି କଲ୍ ସେଣ୍ଟର ଚଲାଉଥିଲା ।

ଏସଡିପିଙ୍କ ମତରେ ଅଭିଯୁକ୍ତ ମାନଙ୍କ ଉପରେ କାର୍ଯ୍ୟକାରୀ କରାଯାଇ ସେମାନଙ୍କୁ ଜେଲ ପଠା ଯାଉଛି । ଏହି ସେଣ୍ଟରର ମୁଖ୍ୟ ଲୋକର ସନ୍ଧାନ ଚାଲିଛି । ସେଥିପାଇଁ ପୋଲିସର ଏକ ଟିମକୁ ମୁମ୍ବାଇ ପଠା ଯାଇଛି । ବହୁତ ଶୀଘ୍ର ସେ ମଧ୍ୟ ଗିରଫ ହେବ ।