ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ’ ଙ୍କ ବିବାହ ଖବର ଏବେ ବେଶ ଚର୍ଚ୍ଚାରେ ରହିଛି । ବଙ୍ଗାଳୀ ପରମ୍ପରାରେ ଧୁମଧାମରେ ବିବାହ କରିଥିବା ରିୟାଙ୍କ ବିବାହ ପରେ ଗତକାଲି ବିବାହ ରିସେପସନ ମଧ୍ୟ ଶେଷ ହୋଇଛି । ଓଡିଆ ସୁପରହିଟ ଫିଲ୍ମ “ପ୍ରେମ ଅଢେଇ ଅକ୍ଷର” ରୁ ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଥିବା ରିୟା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଲୋକପ୍ରିୟ । ଏହି ଚୁଲବୁଲି ନାୟିକା ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଜାଗା ବନେଇ ପାରିଛନ୍ତି ।
ତେବେ ଦୀର୍ଘ 10 ବର୍ଷର ଫିଲ୍ମ କ୍ଯାରିୟର ମଧ୍ୟରେ ରିୟା କାହାକୁ ଡେଟ୍ କରୁଥିଲେ ତାହା ଜଣା ପଡି ନଥିଲା । କିନ୍ତୁ ଏବେ ନିଜ ମନର ମଣିଷ ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କୁ ବିବାହ କରିଛନ୍ତି ରିୟା । ତେବେ ରିୟାଙ୍କ ବିବାହର ବିଭିନ୍ନ ରଶମର ଭିଡିଓ ସବୁ ସାମ୍ନାକୁ ଆସିଥିଲା ଯାହା ଆପଣ ନିଶ୍ଚୟ ଦେଖିଥିବେ । ରିୟାଙ୍କ ହଳଦୀ ସେରିମନି ଓ ବିବାହରେ ଅନେକ ଓଡିଆ ଅଭିନେତା, ଅଭିନେତ୍ରୀ, ଫିଲ୍ମ ନିର୍ଦ୍ଦେଶକ ସଙ୍ଗୀତ ଓ ସଙ୍ଗୀତକାର ଯୋଗ ଦେଇଥିଲେ ।
ଗତକାଲି ରିୟାଙ୍କ ରିସେପସନରେ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିର ନାମୀଦାମୀ କଳାକାର ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଠାରୁ ଆରମ୍ଭ କରି ଅନୁ ଚୌଧୁରୀ ଓ ବର୍ଷିୟାନ ଅଭିନେତ୍ରୀ ଅପରାଜିତ ମହାନ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ରିୟାଙ୍କ ରିସେପସନରେ ଦେଖିବାକୁ ମିଳିଥିଲା । ଓଲିଉଡର ଅନ୍ଯତମ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଓ ତାଙ୍କ ସ୍ଵାମୀ ତଥା ଲୋକପ୍ରିୟ ଓଲିଉଡ ଅଭିନେତା ସବ୍ୟସାଚୀ ମହାନ୍ତି ମଧ୍ୟ ରିୟା ଓ ସୁନିଲଙ୍କ ରିସେପସନରେ ଯୋଗ ଦେଇଥିଲେ ।
ଆଉ ଏହି ସମୟର ଭିଡିଓ ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏତିକି ବେଳେ ଷ୍ଟେଜରେ ଏଭଳି କିଛି ଘଟି ଯାଇଥିଲା ଯାହା ରିୟାଙ୍କ ପାଇଁ ପରିସ୍ଥିତିକୁ ଅଳ୍ପ ଅସାମାନ୍ଯ କରି ଦେଇଥିଲା । ସବ୍ୟସାଚୀ ଓ ଅର୍ଚ୍ଚିତା ରିୟାଙ୍କୁ ଷ୍ଟେଜରେ ଭେଟି ଉପହାର ଦେଇଥିଲେ ଓ ତାଙ୍କ ନୂଆ ଜୀବନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ଏତିକି ବେଳେ ରିୟାଙ୍କୁ ପୂର୍ବରୁ ମିଳିଥିଲା ଏକ ଖାମ୍ ଧରିଥିଲେ ରିୟା । ଅର୍ଚ୍ଚିତାଙ୍କ ହାତରୁ ଗିଫ୍ଟ ନେଉ ନେଉ ରିୟା ଧରିଥିବା ସେହି ଖାମ୍ ଟି ତଳେ ଖସି ପଡି ଯାଇଥିଲା ।
ଅର୍ଚ୍ଚିତା ଓ ରିୟା ଉଭୟ ଖାମ୍ ଉଠାଇବାକୁ ନଇଁଥିଲେ ଏବଂ ରିୟା ଖାମ୍ ଟିକୁ ଉଠାଇ ପଛରେ ରଖି ଦେଇଥିଲେ । ଷ୍ଟେଜ ଉପରେ ଏଭଳି ହେବା ପରେ ରିୟାଙ୍କୁ ନିହାତି ଭାବେ ଟିକେ ଖରାପ ଲାଗିଥିବ । ଯାହାକୁ ନେଇ ଏବେ ଲୋକେ ଚର୍ଚ୍ଚା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।