Riya ଙ୍କ ରିସେପସନରେ ଆସି ନିଜ ବାହାଘର ରାଜ୍ ଖୋଲିଦେଲେ ଅଭିନେତ୍ରୀ Bhoomika Dash, ଦେଖନ୍ତୁ video

ଚୁଲବୁଲି ଓଲିଉଡ ଅଭିନେତ୍ରୀ ରିୟା ଦେ’ ଙ୍କ ବିବାହ ଉତ୍ସବ ଶେଷ ହୋଇଯାଇଛି । ଶାଶୁଘରକୁ ଚଳାଇ ଯାଇଛନ୍ତି ରିୟା । ତଥାପି ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କ ସହ ରିୟା ପ୍ରେମ ସମ୍ପର୍କରେ ଥିଲେ ଓ ଦୁଇ ପରିବାରର ସହମତିରେ ଶେଷରେ ପ୍ରେମ ବିବାହ କରିଛନ୍ତି । ରିୟାଙ୍କ ବିବାହ ଓଲିଉଡ ଷ୍ଟାଇଲରେ ଖୁବ ଧୁମଧାମରେ ହୋଇଥିଲା । ଅଭିନେତ୍ରୀ ହୋଇ ମଧ୍ୟ ନିଜ ପରମ୍ପରାକୁ ଆଡଆଖିରେ ଦେଖି ନଥିଲେ ରିୟା ଏବଂ ତାଙ୍କ ପରିବାର ।

ବଙ୍ଗାଳୀ ପରମ୍ପରା ସହ ବେଶ ଜାକଜକମରେ ରିୟା ବିବାହ କରିଛନ୍ତି । ରିୟାଙ୍କ ହଳଦୀ ସେରିମନି ଠାରୁ ନେଇ ବିବାହ ଓ ରିସେପସନ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ବେଶ ଚର୍ଚ୍ଚାରେ ରହିଥିଲା । ରିୟାଙ୍କ ବିବାହରେ ଓଲିଉଡର ଅନେକ ନାମୀଦାମୀ କଳାକାର ତଥା ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ । ସମସ୍ତେ ରିୟା ଓ ସୁନିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସବର ମଜା ଉଠାଇଥିଲେ । ରିୟାଙ୍କ ରିସେପସନରେ ଯୋଗ ଦେଇଥିବା ଅନେକ ଅଭିନେତ୍ରୀଙ୍କ ମଧ୍ୟରେ ଅଭିନେତ୍ରୀ ଭୂମିକା ଦାଶ ମଧ୍ୟ ଯୋଗ ଦେଇଥିଲେ ।

ଭୂମିକାଙ୍କୁ ଆପଣ ଅନେକ ଫିଲ୍ମ ମାନଙ୍କରେ ନିଶ୍ଚୟ ଦେଖିଥିବେ । ତେବେ ଭୂମିକା ରିୟାଙ୍କ ବିବାହ ରିସେପସନରେ ନିଜ ବିବାହ କଥା ମଧ୍ୟ କହିଥିଲେ । ଓଡିଆ ଫିଲ୍ମ “ରୁମକୁ ଝୁମାନା”ରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ଭୂମିକା । ତା’ପରେ ମୁଖ୍ୟ ନାୟିକା ଭାବେ ଫିଲ୍ମ “ତୁ ମୋ ଲଭ ଷ୍ଟୋରି” ରୁ କ୍ଯାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ।

ଓଡିଆ ଫିଲ୍ମପ୍ରେମୀ ମାନେ ମଧ୍ୟ ତାଙ୍କୁ ଓ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି । ତେବେ ଭୂମିକା ରିୟାଙ୍କ ବିବାହ ରିସେପସନରେ ଗଣମାଧ୍ୟମ ସାକ୍ଷାତକାରରେ କହିଥିଲେ କି, “ରିୟା ଦି ମୋ ଠାରୁ ବହୁତ ସିନିୟର । ଇଣ୍ଡଷ୍ଟ୍ରିରେ ଏବଂ ଅନୁଭବରେ ସବୁକିଛି ସେ ମୋ ଠୁ ବଡ । ଶେଷରେ ସେ ମ୍ୟାରେଜ କରିଛନ୍ତି । ଏହିଦିନକୁ ଆମେ ସମସ୍ତେ ଅପେକ୍ଷା କରିଥିଲୁ । ସେ ବହୁତ ଖୁସି ଅଛନ୍ତି ତେଣୁ ତାଙ୍କୁ ଓ ସୁନିଲ ଜିଜୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ସେମାନେ ସବୁଦିନ ପାଇଁ ଖୁସିରେ ରୁହନ୍ତୁ ।”

ଆଉ ନିଜ ବିବାହକୁ ନେଇ ଭୂମିକା କହିଥିଲେ କି, ମୋର ସମୟ ଆସିନି । ସେଥିପାଇଁ ଆହୁରି ବହୁତ ବର୍ଷ ବାକି ଅଛି । ବର୍ତ୍ତମାନ ମୁଁ କ୍ଯାରିୟର ଓ ମୋ ପାଠପଢାରେ ଫୋକସ ରଖିଛି । ପାଠ ସାରିକି ମ୍ୟାରେଜ କରିବାକୁ ବହୁତ ସମୟ ଅଛି । ସେତେବେଳକୁ ରିୟା ଦି ତାଙ୍କ ଫ୍ୟାମିଲି ନେଇକି ଆସିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।