ଚାରିଦିନିଆ ଟେଷ୍ଟ ମ୍ୟାଚର ପ୍ରସ୍ତାବ ପାଇଁ ଜାଣନ୍ତୁ ରିକୀ ପୋଣ୍ଟିଙ୍ଗଙ୍କ କଣ ରହିଛି ରାୟ

କିଛି ଦିନ ପରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି ଯେଉଁ କାରଣରୁ ଖେଳ ସହ ଜଡିତ ବିଭିନ୍ନ କଥା ଚର୍ଚ୍ଚାର ବିଷୟ ପାଲଟିଛି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଟେଷ୍ଟ ମ୍ୟାଚ ଚାଲିଛି । ଆଜି ଆମେ ଜାଣିବା ଚାରିଦିନ ବାଲା ଟେଷ୍ଟ ମ୍ୟାଚର ପ୍ରସ୍ତାବ ପାଇଁ ରିକୀ ପୋଣ୍ଟିଙ୍ଗ ଦେଇଥିବା ମନ୍ତବ୍ୟ ବିଷୟରେ । ଅଷ୍ଟ୍ରେଲିଆର ନିଜ ସମୟର ଦିଗ୍ଗଜ ବ୍ୟାଟ୍ସମ୍ୟାନ ରିକୀ ପୋଣ୍ଟିଙ୍ଗ ରବିବାର ଦିନ ଆଇସିସି ର ଚାରି ଦିବସୀୟ ଟେଷ୍ଟ ମ୍ୟାଚର ବିଚାରର ବିରୋଧ କରିଛନ୍ତି, ସେ କହିଛନ୍ତି କି ସେ ଏହି ପ୍ରକାରର ପରିବର୍ତ୍ତନର ପକ୍ଷରେ ରହିବେ ନାହିଁ ।


ଆଇସିସି ୨୦୨୩ ରୁ ୨୦୩୧ର ପରବର୍ତ୍ତୀ ଭବିଷ୍ୟତର କାର୍ଯ୍ୟକ୍ରମ ପାଇଁ ଚାରି ଦିବସୀୟ ଟେଷ୍ଟ ମ୍ୟାଚର ଆରମ୍ଭ କରିବା ପାଇଁ ବିଚାର କରୁଥିଲେ । ପୋଣ୍ଟିଙ୍ଗ କ୍ରିକେଟ. କମ. ଏୟୁ କୁ କହିଲେ, ‘ମୁଁ ଏହାକୁ ବିରୋଧ କରୁଛି ହେଲେ ଯେଉଁ ଲୋକମାନଙ୍କ ମୁଣ୍ଡରେ ଏହି ବିଚାର ଆସିଛି ମୁଁ ତାଙ୍କ ଠାରୁ ଜାଣିବାକୁ ଚାହେଁ କି ଏହା ପଛରେ ପ୍ରମୁଖ କାରଣ କଣ ରହିଛି । ଏହି ପୂର୍ବ ଅଷ୍ଟ୍ରେଲିଆ କ୍ୟାପଟେନ କହିଛନ୍ତି କି ଏହି ଚାରି ଦିନିଆ ଟେଷ୍ଟ ମ୍ୟାଚରେ ଅଧିକାଂଶ ମ୍ୟାଚ ଡ୍ର ହେବ ।


ସେ କହିଛନ୍ତି, ‘ମୁଁ ଜାଣିଛି ଗତ ଦୁଇ ବର୍ଷରେ ଆମ୍ଭେମାନେ ବିଭିନ୍ନ ମ୍ୟାଚ ଚାରିଦିନରେ ସମାପ୍ତ ହୋଇଥିବାର ଦେଖିଛୁ, ହେଲେ ମୁଁ ଧ୍ୟାନ ଦେଇଛି କି ପୂର୍ବ ବର୍ଷ କେତୋଟି ମ୍ୟାଚ ଡ୍ର ହୋଇଥିଲା । ଯଦି ସବୁ ମ୍ୟାଚ ଚାରି ଦିବସୀୟ ହେବ ତେବେ ଅଧିକାଂଶ ଟେଷ୍ଟ ମ୍ୟାଚ ଡ୍ର ହେବ’ ।