ନଖ ଉପରେ ଏହି ଭଳି ଚିହ୍ନ ପଡିବା କ୍ୟାଲସିୟମର ଅଭାବ ନୁହେଁ ବରଂ ଏହି ବଡ ସମସ୍ୟାର ଦେଇଥାଏ ସଂକେତ, ଏବେହିଁ ଜାଣନ୍ତୁ

ପ୍ରକୃତି ମଣିଷ ଶରୀରର ରଚନା ବହୁତ ଭାବି ଚିନ୍ତି କରିଛି ଓ ଆମ ଶରୀରକୁ ବହୁତ ଊର୍ଜା ଦେଇଛି ଯାହା ଦ୍ଵାରା ଆମେ ନିଜ କାମ ଭଲ ଭାବରେ କରିପାରିବୁ । ଆମ ଶରୀରରେ ଥିବା ସମସ୍ତ ଅଙ୍ଗର କିଛି ନିର୍ଦ୍ଧିଷ୍ଟ କାମ ରହିଥାଏ, ହେଲେ ଏମିତି କିଛି ଅଙ୍ଗ ଅଛି ଯାହା ଆମ ଶରୀରର ଅନ୍ୟ ଅଙ୍ଗ ପାଇଁ କିଛି ସଙ୍କେତ ଦେଇଥାଏ । ବହୁତ ଥର ଆପଣ ଦେଖିଥିବେ ଆମ ଶରୀରରେ ଥିବା ନଖରେ କିଛି ଚିହ୍ନକୁ । ଶାସ୍ତ୍ରରେ ନଖ ବିଷୟରେ ବହୁତ କିଛି କଥା କୁହା ଯାଇଛି ।

ନଖ ଉପରେ କିଛି ଚିହ୍ନ ଆସିଥାଏ ଓ ଏହି ଚିହ୍ନ ହଳଦିଆ ଓ ଧଳା ରଙ୍ଗର ହୋଇଥାଏ । ଯଦି କୌଣସି ବ୍ୟକ୍ତିର ନଖରେ ଏହି ଭଳି କିଛି ଚିହ୍ନ ଆସିଥାଏ ତେବେ ଆପଣ ତୁରନ୍ତ ସତର୍କ ହୋଇଯାନ୍ତୁ ।


ନଖରେ ଏହି ଭଳି ଚିହ୍ନ ଆସିବା କେବଳ କ୍ୟାଲସିୟମ ଅଭାବ ରୁ ହୋଇନଥାଏ, ଏହା ଜଳାନ୍ତକ ସ୍କିନ କ୍ୟାନ୍ସରର ଇସାରା ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ନଖରେ ଆସିଥିବା ଚିହ୍ନ ଓ ତାର ସଙ୍କେତ ବିଷୟରେ ।

୧. ନଖରେ ହଳଦିଆ ଚିହ୍ନ

ଯଦି ଆପଣଙ୍କ ନଖରେ ହଳଦିଆ ଚିହ୍ନ ଆସିଥାଏ ତେବେ ଏହା ଏନିମିୟା, କୁପୋଷଣ ଓ ଦୁର୍ବଳତା କାରଣରୁ ହୋଇପାରେ । ହେଲେ ଏହା ମଧ୍ୟ ପୋଲିଓ, ଥାଇରଏଡ, ମଧୁମେହ ଆଦି ମାରାତ୍ମକ ରୋଗର ସଙ୍କେତ ହୋଇପାରେ ।


୨. ଧଳା ଚିହ୍ନ ବଢିବା

ଯଦି ଆପଣଙ୍କ ନଖରେ ଧଳା ଚିହ୍ନ ବଢୁଛି ତେବେ ଜାଣିନିଅନ୍ତୁ ଆପଣଙ୍କ ଶରୀରରେ ରକ୍ତର ମାତ୍ରା କମିବାରେ ଲାଗଛି, ତେଣୁ ଏଥିପାଇଁ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।


୩. ମୋଟା ଧଳା ନଖ

କିଛି ଲୋକଙ୍କର ନଖ ଉପରୁ ଧଳା ପଡିଯାଇଥାଏ ଓ ମୋଟା ହୋଇ ଭାରି ଲାଗିଥାଏ   । ଏହାର ସଙ୍କେତ ହେଉଛି ଆପଣଙ୍କ ଶରୀରରେ ଅକ୍ସିଜେନ ର ପ୍ରବାହ କମ ହେଉଛି ଓ ଭବିଷ୍ୟତରେ ଆପଣଙ୍କର ଫୁସଫୁସ ଖରାପ ହେବାର ସମ୍ଭାବନା ଅଛି ।


୪. ନୀଳ ରଙ୍ଗର ନଖ

ଯଦି ଆପଣଙ୍କର ନଖ ନୀଳ ରଙ୍ଗର ହୋଇଯାଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ, କାରଣ ଏହା ଏକ ଭୟଙ୍କର ରୋଗର ସଙ୍କେତ ହୋଇପାରେ ।


୫. ଶୁଷ୍କ ଓ ଦୁର୍ବଳ ନଖ

ଯଦି ଆପଣଙ୍କର ନଖ ଶୁଷ୍କ ଓ ଦୁର୍ବଳତା କାରଣରୁ ଭାଙ୍ଗି ଯାଉଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଅଛି ।


୬. ଲାଲ ଦାଗର ଚିହ୍ନ

କେବେ କେବେ ଆମେ ଦେଖିଥାଉ କି ନଖରେ ଲାଲ ରାଙ୍ଗର ଦାଗର ଚିହ୍ନ ଆସିଥାଏ । ଏହା ହାଇ ବ୍ଲଡ଼ ପ୍ରେସର ର ସଙ୍କେତ ଦେଇଥାଏ ।


୭. ଛୋଟିଆ ଧଳା ଚିହ୍ନ

ଏହି ଚିହ୍ନ ଆଘାତ ଦ୍ଵାରା ହୋଇଥାଏ । ଏମିତି ବହୁତ ଥର ହୋଇଥାଏ ନଖରେ ଆଘାତ ହେବା ପରେ ନଖ ତଳ ଅଂଶରୁ ରକ୍ତ ହଟି ଯାଇଥାଏ, ଯାହା ଫଳରେ ଏହି ଚିହ୍ନ ଆସିଯାଇଥାଏ ।


୮. ରୋଗର ସଙ୍କେତ ଦେଇଥାଏ

ଯଦି ଆପଣଙ୍କ ନଖରେ କୌଣସି ପ୍ରକାରର ଚିହ୍ନ ବା ତା’ର ରଙ୍ଗ ପରିବର୍ତ୍ତନ ହୋଇଥାଏ, ତେବେ ଏହାର ସିଧା ସଙ୍କେତ ହେଉଛି ରୋଗ । ତେଣୁ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।