ରେଳ ଷ୍ଟେସନ୍‌ରେ କରୁଥିଲେ କୁଲି କାମ… ଝିଅ ପାଇଁ ସ୍ଵପ୍ନ ଦେଖିଥିଲେ କିନ୍ତୁ ନିଜେ ହୋଇଗଲେ IAS ଅଫିସର

ଷ୍ଟେସନ ରେ କରୁଥିଲେ କୁଲି କାମ । ଝିଅ ପାଇଁ ସ୍ଵପ୍ନ ଦେଖୁଥିଲେ । ଷ୍ଟେସନ ୱାଇ-ଫାଇ ରେ ପାଠ ପଢୁଥିଲେ । UPSC କ୍ଲିୟର କରି କୁଲି ରୁ IAS ହେଲେ । ହଁ ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ କି ଆଜି ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ । ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀନାଥ କେ  ଯିଏ କି ଷ୍ଟେସନରେ ଦିନେ କୁଲି କାମ କରୁଥିଲେ ।

ଯାତ୍ରୀଙ୍କ ଜିନିଷ ମୁଣ୍ଡରେ ବୋହି ନେଇ ପେଟ ପୋଷିବା ସହ ପରିବାର ବି ଚଳାଉଥିଲେ । କେରଳ ଏର୍ନାକୁଲମ ମୁନାର ଅଞ୍ଚଳର ବାସିନ୍ଦା ଶ୍ରୀନାଥ ପେଷାରେ ଜଣେ କୁଲି ଥିଲେ । ସେଠାରେ ସେ ଷ୍ଟେସନରେ କୁଳିଗିରି କରି ପରିବାର ପୋଷୁଥିଲେ । ଏହାପରେ ତାଙ୍କର ବିବାହ ହୋଇଥିଲା ଓ ତାଙ୍କ କୋଳକୁ ଆସିଥିଲା ଏକ କନ୍ୟା ସନ୍ତାନ । ଆଉ ତାଙ୍କ ଝିଅ ହିଁ ଶ୍ରୀନାଥଙ୍କର ଭାଗ୍ୟ ବଦଳାଇ ଦେଇଥିଲା ।

ଝିଅକୁ କେମିତି ଭଲ ଶିକ୍ଷା ଦେବେ, ଯୋଗ୍ୟ କରାଇବେ ଏହି ଚିନ୍ତାରେ ଥିଲେ ଶ୍ରୀନାଥ । ନିଜେ ସିନା କୁଲି କାମ କରୁଥିଲେ ହେଲେ ଝିଅକୁ ଭଲ ଚାକିରି କରାଇବେ ବୋଲି ସେ ସ୍ଵପ୍ନ ଦେଖୁଥିଲେ । କିନ୍ତୁ ସେ ଅନୁଭବ କରିଥିଲେ କୁଲି କାମ କରି ତାଙ୍କର ସ୍ଵପ୍ନ ପୂରଣ ହୋଇପାରିବନି । ଯାତ୍ରୀଙ୍କ ବୋଝ ବହି ଯେତିକି ରୋଜଗାର କରୁଛନ୍ତି ସେତିକିରେ ସେ ଗୁଜୁରାଣ ମେଣ୍ଟାଇବେ ସିନା କିନ୍ତୁ ଝିଅକୁ ଉଚ୍ଚ ଶିକ୍ଷିତା କରାଇବା ସମ୍ଭବ ନୁହେଁ ଏମିତି ଭାବୁଥିଲେ ଶ୍ରୀନାଥ ।

ଆଉ ଏହାରି ଭିତରେ ତାଙ୍କ ମନାକୁ ଆସିଥିଲା ସେ IAS ଅଫିସରେ ହେବେ । କିନ୍ତୁ କୁଲି ରୁ IAS ହେବା ଏତେ ସହଜ ନ ଥିଲା । କାରଣ ଏଥିପାଇଁ ତାଙ୍କୁ UPSC କ୍ଲିୟର କରିବାକୁ ପଡିବ । ଆଉ UPSC ପରୀକ୍ଷା ପାଇଁ ତାଙ୍କୁ କୋଚିଙ୍ଗ ନେବାକୁ ପଡିବ । ହେଲେ ତାଙ୍କ ପାଖରେ କୋଚିଙ୍ଗ ନେବା ପାଇଁ ନା ଟଙ୍କା ଥିଲା ନା ଏତେ ସମ୍ବଳ ଥିଲା ।

କିନ୍ତୁ ତାଙ୍କ ଠାରେ ପ୍ରବଳ ଆଗ୍ରହ ଓ ନିଷ୍ଠା ରହିଥିଲା ଯାହା ତାଙ୍କୁ ଏହି ଦିଗରେ ଆଗେଇବା ପାଇଁ ପ୍ରେରିତ କରୁଥିଲା । ଷ୍ଟେସନରେ ୱାଇ-ଫାଇ ସୁବିଧା ଥିବାରୁ ଏ ଏହାର ଫାଇଦା ଉଠାଇଥିଲେ । ଦିନ ରାତି କାମ କରିବା ସହ ଷ୍ଟେସନରେ ପାଠ ପଢୁଥିଲେ ଶ୍ରୀନଥ । ପ୍ରଥମେ ସେ କେରଳ PCS ପାଇଁ ପ୍ରସ୍ତୁତ ହୋଇଥିଲେ । ଓ ଏଥିରେ ସଫଳତା ପାଇଥିଲେ ।

କେରଳ ରାଜ୍ୟ ସରକାରଙ୍କ ଅଧୀନରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେ କାର୍ଯ୍ୟ କରିଥିଲେ । ହେଲେ IAS ହେବାର ସ୍ଵପ୍ନ ପୂରଣ କରିବାକୁ ସେ ପରିଶ୍ରମ ଜାରି ରଖିଥିଲେ । 3 ଥର ଚେଷ୍ଟା ପରେ ବି ସେ UPSC ପରୀକ୍ଷା କ୍ଲିୟର କରିପାରି ନ ଥିଲେ । ତଥାପି ନିରାଶା ନ ହୋଇ ସେ ଚେଷ୍ଟା ଜାରି ରଖିଥିଲେ ।

ଶେଷରେ UPSC ରେ କୃତକାର୍ଯ୍ୟ ହୋଇ IAS ହୋଇଛନ୍ତି । ତାଙ୍କର ସଫଳତା ର ଯାତ୍ରା ଯୁବ ପିଢୀ ଙ୍କ ପାଇଁ ଏକ ଅନନ୍ୟ ଉଦାହରଣ କହିଲେ ଅତ୍ଯୁକ୍ତି ହେବନି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।