ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଟ୍ରେନରେ ଯାତ୍ରା ନିଶ୍ଚୟ କରିଥିବେ । ଟ୍ରେନରେ ଯାତ୍ରା ନକରିଥିଲେ ମଧ୍ୟ ଟ୍ରେନ ଟ୍ରାକରେ ପଡିଥିବା ଗୋଡିକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ନିହାତି ଭାବରେ ଉଙ୍କି ମାରିଥିବ । କେତେ ଦୂର ଦୂର ପର୍ଯ୍ୟନ୍ତ ଟ୍ରେନ ଟ୍ରାକ ପର୍ଯ୍ୟାପ୍ତ କିନ୍ତୁ ଏଥିରେ ଗୋଡି କାହିଁକି ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହାର ଉତ୍ତର ଜଣାଇବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଟ୍ରେନ ଟ୍ରାକରେ ପଡିଥିବା ଗୋଡି ପଛର ଅର୍ଥ ।
ରେଳପଥ ସହଜରେ ତିଆରି ହୋଇନଥାଏ । ସେହି ରେଳପଥ ତଳେ କଙ୍କ୍ରିଟରେ ତିଆରି ହୋଇ ଲମ୍ବା ଲମ୍ବା ପ୍ଳେଟ ମାନ ପଡିଥାଏ । ଏହାକୁ ସ୍ଳିପର୍ଶ କୁହାଯାଏ । ଏହି ଟ୍ରାକ ତଳେ ପଡିଥିବା ପଥରକୁ ବଲାଷ୍ଟ କୁହାଯାଏ । ଏହି ବଲାଷ୍ଟ ତଳେ ଆଉ ଦୁଇଟି ଲେୟାର ଥାଏ । ଏବଂ ଏହି ଦୁଇ ଲେୟାର ତଳେ ଯାଇ ମାଟି ଥାଏ । ସମସ୍ତେ ଭାବିଥାନ୍ତି କି ମାଟି ଉପରେ ହିଁ ଟ୍ରେନ ଟ୍ରାକ ତିଆରି ହୋଇଛି । କିନ୍ତୁ ଏହା ସତ ନୁହେଁ ।
ଆପଣ ଧ୍ୟାନର ସହ ଦେଖିବା ପରେ ଜାଣି ପାରିବେ କି ରେଳପଥ ମାଟି ଠାରୁ ଟିକିଏ ଉଚ୍ଚାରେ ତିଆରି ହୋଇଥାଏ । ଟ୍ରାକରେ ମଧ୍ୟରେ ଗ୍ୟାପ ରଖିବା ପାଇଁ ସ୍ଳିପର୍ଶ ସହାୟ ହୋଇଥାଏ । ସ୍ଳିପର୍ଶକୁ ଗୋଟିଏ ଜାଗାରେ ସ୍ତିର ଭାବରେ ରଖିବା ପାଇଁ ଏହି ପଥର ହିଁ ସାହାର୍ଯ୍ୟ କରିଥାଏ । ଏହା ହିଁ ଏହି ପଥରର ମୁଖ୍ୟ କାରଣ ହୋଇଥାଏ ।
ଟ୍ରାକରେ ପଡିଥିବା ପଥର ଲମ୍ବା ଲମ୍ବା ସ୍ଳିପର୍ଶକୁ ଗୋଟିଏ ଜାଗାରେ ସ୍ତିର କରି ରଖିଥାଏ ।ଗୋଟିଏ ଟ୍ରେନର ଓଜନ ପାଖା ପାଖି 10 ଲକ୍ଷ ହୋଇଥାଏ । ତେଣୁ ଲୁହାରେ ତିଆରି ଏକ ପତଳା ଟ୍ରକ ଏହାର ଓଜନକୁ କଦାପି ସମ୍ଭାଳି ପାରିବ ନାହିଁ । ଟ୍ରାକରେ ରହିଥିବା ପଥର ହିଁ ସବୁଠାରୁ ଅଧିକ ଲୋଡ ଉଠାଇଥାଏ ।
ଟ୍ରେନ ଟ୍ରାକ ତଳେ ଖଦ ଖଦଡିଆ ଗୋଡିର ହିଁ ବ୍ୟବହାର କରାଯାଇଥାଏ । ତେଣୁ ଯେତେବେଳେ ଓଜନିଆ ଟ୍ରେନ ଏହି ଟ୍ରାକ ଉପରେ ଯାଇଥାଏ ସେତେବେଳେ ଏହି ପଥର ପରସ୍ପର ସହ ବାନ୍ଧି ହୋଇ ରହିଥାନ୍ତି । ଏହି କାରଣ ହେତୁ ଏତେ ଓଜନର ଟ୍ରେନ ଏହା ଉପରେ ଚାଲିବା ଦ୍ଵାରା ମଧ୍ୟ ଟ୍ରାକ ହଲି ନଥାଏ ।
ଯଦି ଟ୍ରାକ ଉପରେ ଗୋଡି ଦିଆ ଯିବ ନାହିଁ ତେବେ ଟ୍ରାକ ଉପରେ ଅନାବନା ଗଛ ଉଠିବା ପାଇଁ ଲାଗିବ । ଯାହା ଫଳରେ ଟ୍ରାକ ଦେଖା ଯିବ ନାହିଁ ଏବଂ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି କରିବ । ଟ୍ରାକରେ ପଡିଥିବା ପଥର ଟ୍ରାକରେ ପାଣି ଜମିବା ପାଇଁ ମଧ୍ୟ ଦେଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।