ହଳଦୀ ଆଗରେ ଫିକା ପଡିଯିବେ କୋଟିଏ ଟଙ୍କାର ଔଷଧ, ରୂପଚର୍ଯ୍ୟା ଠାରୁ କ୍ୟାନ୍ସର ଭଳି ରୋଗବ୍ୟାଧି ପର୍ଯ୍ୟନ୍ତ ସବୁକୁ କଣ୍ଟ୍ରୋଲ କରେ ହଳଦୀ, କରନ୍ତୁ ଏହି ଉପଚାର

ନମସ୍କାର ବନ୍ଧୁଗଣ, ହଳଦୀର ପ୍ରୟୋଗ ଆଗକାଳରୁ ହିଁ ଚାଲିଆସିଛି । ଆଗରୁ କିଛି ଦେହ ଖରାପ ହେଲେ ସର୍ବ ପ୍ରଥମେ ହଳଦୀ ଲୋଡା ପଡୁଥିଲା । ହଲଦିର କିଛି ଉପାୟ ରହିଛି । ଯଦି ସେହିଭଳି ଉପାୟରେ ବା ନିୟମରେ ହଳଦୀ ଆମେ ସେବନ କରିବା ତେବେ ହଲଦିର ସୁପ୍ରଭାବ ଆମ ଶରୀର ଉପରେ ପଡିବ ଏବଂ ଆମ ମାନଙ୍କୁ କୌଣସି ମେଡ଼ିସିନ ମଧ୍ୟ ଖାଇବା ପାଇଁ ପଡିବ ନାହି । ଘରେ ବସି ଘରୋଇ ଉପଚାର ମାଧ୍ୟମରେ ଆପଣ ନିଜ ଦେହକୁ ସୁସ୍ଥ ରଖିପାରିବେ । ତେବେ ଆସନ୍ତୁ ଜାଣିବା ହଳଦୀର ସମସ୍ତ ଗୁଣ ସମ୍ପର୍କରେ ।

ହଲଦିର ପ୍ରଥମ ପ୍ରୟୋଗ ଚର୍ମ ପାଇଁ ହୋଇଥାଏ । ହଳଦୀ ଚର୍ମ ସହ ଜଡିତ ସମସ୍ତ ସମସ୍ୟା ପାଇଁ ଏକ ଭଲ ଉପକାରୀ ଔଷଧ ସାବ୍ୟସ୍ତ ହୋଇଥାଏ । ଯଦି କାହାର ମୁହଁରେ ବିଲକୁଲ ମଧ୍ୟ ଉଜ୍ଵଳତା ନଥାଏ ତେବେ ଏହି ହଳଦୀ ସାହାର୍ଯ୍ୟରେ ମୁହଁରେ ଉଜ୍ଵଳତା ଆସିଥାଏ । ତେବେ ଆପଣଙ୍କୁ ଏହି ଚମତ୍କାରିତ ପାଇବା ପାଇଁ ହେଲେ ହଳଦୀକୁ ଦୁଇଟି ଉପାୟରେ ବ୍ୟବହାର କରିବା ପାଇଁ ପଡିବ । ଗୋଟିଏ ହେଉଛି ଏକଷ୍ଟ୍ରନାଲ ବ୍ୟବହାର ଆଉ ଅନ୍ୟଟି ହେଉଛି ଇଣ୍ଟର୍ନାଲ ବ୍ୟବହାର ।

ଆୟୁର୍ବେଦ ଅନୁଯାୟୀ ହଲଦିକୁ ସର୍ବଦା ଶିଳରେ ବାଟି ବ୍ୟବହାର କରିବା ଉଚିତ । ଆପଣ ଏହାର ଔଷଧୀୟ ଗୁଣକୁ ଉପଲବ୍ଧି କରିବା ପାଇଁ ଚାହୁଁଥିଲେ ଏହାକୁ ଖାଲି ପେଟରେ ଶୀଳରେ ବାଟି କୌଣସି ରୋଷେଇ ହେଉଥିବା ଖାଇବା କିମ୍ବା ପାଣିରେ ମିଶାଇ ନେଇପାରିବେ । ଆପଣ ଏହି ହଳଦୀକୁ ମହୁ ସହ ମଧ୍ୟ ନେଇପାରିବେ । ଯଦି ଶୀଳ ନାହି ତେବେ ଆପଣ ହଲଦିକୁ ଗ୍ରାଇଣ୍ଡିଙ୍ଗ କରି ବ୍ୟବହାର କରିପାରିବେ ।

ଛୋଟ ପିଲାମାନେ ଦିନକୁ 1ରୁ 2 ଗ୍ରାମ ହଳଦୀ ସେବନ ପାଇଁ ଦେବା ଉଚିତ । ଆପଣ ଘରେ ହଲଦିର ପାଉଡର ପ୍ରସ୍ତୁତ କରି ମଧ୍ୟ ଖାଦ୍ୟରେ ବ୍ୟବହାର କରିବା ଭଲ ହୋଇଥାଏ । ଆପଣ ନିଜ ମୁହଁରେ ଉଜ୍ଵଳତା ଆଣିବା ପାଇଁ ଚାହୁଁଥିଲେ ହଳଦୀ ସହ ଆଲୋଭେରା ଜେଲ, ଚନ୍ଦନ ଏବଂ ନିମ୍ବ ପେଷ୍ଟ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏଥିରେ ଆପଣ ଅଳ୍ପ ଗୋଲାପ ଜଳ ମଧ୍ୟ ମିଶାଇ ଦିଅନ୍ତୁ । ଆପଣ ଏହି ମିଶ୍ରଣକୁ ଆପଣଙ୍କ ମୁହଁରେ ରାତିରେ ଲାଗାଇ ଶୋଇପଡନ୍ତୁ ।

ଏହି ମିଶ୍ରଣକୁ ଆପଣ ରାତିସାରା ଆପଣଙ୍କ ମୁହଁରେ ଲଗାଇ ରଖିପାରିବେ । ଯଦି ଆପଣ ଏହା କରିପାରିବେ ନାହି ତେବେ ଦିନବେଳେ 1 ରୁ 2 ଘଣ୍ଟା ମୁହଁରେ ରଖି ଆପଣ ମୁହଁ ଧୋଇ ପାରିବେ । ଏହାକୁ ଆପଣ ପ୍ରତିଦିନ କରନ୍ତୁ ଦେଖିବେ କିଛି ଦିନ ପରେ ଆପଣଙ୍କ ମୁହଁରେ ଉଜ୍ଵଳତା ଆସିବା ପାଇଁ ଲାଗିବ । ଆପଣ ହଲଦିର ଚା ଏବଂ କଫି ପିଆନ୍ତୁ ।

ଏହାସହ ଆପଣ ଏହାକୁ ସାଲାଡରେ ମଧ୍ୟ ବ୍ୟବହାର କରନ୍ତୁ । ଅତ୍ୟଧିକ ହଳଦୀ ସେବନ ଫଳରେ କିଛି କୁପ୍ରଭାବ ମଧ୍ୟ ପଡିଥାଏ ତେଣୁ ଆପଣ ଯଦି ହଳଦୀ ସହ କିଛି ଗୋଲମରୀଚ ମଧ୍ୟ ଖାଦ୍ୟରେ ପକାଇ ଦିଅନ୍ତି ତେବେ ସେହି କୁପ୍ରଭାବ ମଧ୍ୟ ଦୂର ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।