ନିଜ କମ୍ପାନୀର କମ ବୟସର ଝିଅମାନଙ୍କୁ ଫସାଇଲା, ରେଡିଓ ରିପ୍ୟାରିଙ୍ଗ ପରେ ବିକ୍ରି କଲା ଜୋତା ଆଉ ଅଚାନକ କାଣ୍ଡା ହେଇଗଲା ଏୟାରଲାଇନ୍ସର ମାଲିକ

ଗୋପାଳ କାଣ୍ଡା ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଅଟନ୍ତି । ଗୋପାଳ କାଣ୍ଡା ୯୦ ଦଶକରେ ହରିୟାଣାର ଏକ ଛୋଟ ସହର ସିରସାରେ ଏକ ଛୋଟ ରେଡିଓ ରିପ୍ୟାରିଙ୍ଗର ଦୋକାନ କରିଥିଲେ । କିନ୍ତୁ ତାଙ୍କୁ ଜଣା ଥିଲା କି ଏହି କାମ କରି ସେ ନିଜର ସ୍ଵପ୍ନକୁ ପୁରା କରି ପାରିବେ ନାହିଁ । ସେଥିପାଇଁ କିଛି ସମୟ ପରେ ସେ ଏହି କାମ ବନ୍ଦ କରି ନିଜ ଭାଇ ସହିତ ମିଶି ଜୋତା ଏବଂ ଚପଲର ଦୋକାନ ଖୋଲିଲେ । ଧୀରେ ଧୀରେ ବିଜନେସ ବଢିବାକୁ ଲାଗିଲା ।

ଏବଂ ଦୁଇ ଭାଇ ମିଶି ଜୋତା – ଚପଲର ଗୋଦାମ ଖୋଲିଲେ । ଜୋତା ବିକ୍ରି କରୁ କରୁ କାଣ୍ଡା ବଡ ବଡ ବିଜନେସମ୍ୟାନ, ନେତା, ବିଲଡର ଏବଂ ଦଲାଲଙ୍କର ପଥକୁ ଅନୁସରଣ କରିବାକୁ ଲାଗିଲା ।

ରାଜନୀତିରେ କ୍ୟାରିୟର କରିବାକୁ ଚାହୁଁଥିଲେ କାଣ୍ଡା

ରାଜନୀତିକୁ ମାପିବା ପାଇଁ କାଣ୍ଡା ବଂସୀଲାଲଙ୍କର ପୁଅ ଠାରୁ ଆରମ୍ଭ କରିଲେ । କିନ୍ତୁ ସରକାର ତଳକୁ ଖସିପଡିଲା ମାତ୍ରେ ହିଁ ସବୁ ଫେଲ ହୋଇଗଲା । ଏହା ପରେ ଓମପ୍ରକାଶ ଚୌଟାଲାଙ୍କର ପୁଅର ପଥକୁ ଅନୁସରଣ କରିବା ଆରମ୍ଭ କରିଦେଲେ । ବର୍ତ୍ତମାନ ତାର ମୁଣ୍ଡରେ ରାଜନୀତିକୁ କାରୋବାର କରିବା ପାଇଁ ପ୍ଲାନିଗ ଚାଲୁଥିଲା ।

ଏହିଭଳି ଖୋଲିଲା କାଣ୍ଡାର ଭାଗ୍ୟର ତାଲା

ଏହି ସମୟରେ ସିରସାରେ ଏକ ଆଇଏଏସ ଅଫିସର ଆସିଲେ ଯାହାର ପକେଟ ଭର୍ତ୍ତି କରି କାଣ୍ଡା ନିଜର ବ୍ୟାପାର ବଢାଇବାକୁ ଲାଗିଲା । ଏହି ମଧ୍ୟରେ ସେହି ଅଫିସରର ଟ୍ରାନ୍ସଫର ଗୁଡଗାଂୱ ହୋଇଗଲା । ଏହା ପରେ ଗୁଗାଂୱକୁ ଉନ୍ନତି କରିବାର ଦାୟିତ୍ଵ ବି ବର୍ତ୍ତମାନ ଏହି ଅଫିସରର ହାତରେ ଆସିଯାଇଥିଲା । ଏହି ସମୟରେ ଗୁଡଗାଂୱଙ୍କର ଜମି ସୁନା ହୋଇ ଯାଇଥିଲା । ବର୍ତ୍ତମାନ ଗୋପାଳ କାଣ୍ଡାର ବି ଭାଗ୍ୟ ବଦଳିବାର ଥିଲା ।

ଜମିର ଦଲାଲି କରି ହୋଇଗଲା ଧନୀ

ଗୋପାଳ କାଣ୍ଡା ଗୁଡଗାଂୱର ଜମିର ଦଲାଲି କରିବାକୁ ଲାଗିଲା । ସମୟ ବିତି ବାକୁ ଲାଗିଲା ଏବଂ ୨୦୦୭ରେ ଗୋଟିଏ ଖବର ଆସିଲା ଯାହାକୁ ଶୁଣି ସିରସାର ଲୋକମାନେ ଚମକି ପଡିଲେ । ଗୋପାଳ କାଣ୍ଡା ନିଜ ପିତାଙ୍କ ନାମରେ ଏକ ଏୟାରଲାଇନ୍ସ କମ୍ପାନୀ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ତାର ଏହି ଏୟାରଲାଇନ୍ସ କମ୍ପାନୀ ମାତ୍ର ୨ ବର୍ଷ ହିଁ ଚାଲିଲା ଏବଂ ଏହା ପରେ ଏହା ବନ୍ଦ ହୋଇଗଲା ।

ଏମିତି ହେଲେ କାଣ୍ଡା ହରିୟାଣାର ଗୃହରାଜ୍ୟ ମନ୍ତ୍ରୀ

ଏହା ପରେ କାନାଡା ହୋଟେଲ, କୈସିନୋ, ପ୍ରପର୍ଟୀ ଭଳି କାମ ଆରମ୍ଭ କରି ବହୁତ ଟଙ୍କା ଆୟ କରିବାକୁ ଲାଗିଲା । କିନ୍ତୁ ତାହାର ନଜର ସିରସାର ରାଜନୀତି ଉପରେ ଥିଲା । ଭୋଟରେ ନୋଟ ଇନ୍ୱେସ୍ଟ କରୁ କରୁ କାଣ୍ଡା ହରିୟାଣାର ଗୃହରାଜ୍ୟ ମନ୍ତ୍ରୀ ହୋଇଗଲା । ଏହା ପରେ ସେ ନିଜର କମ୍ପାନୀ ଆରମ୍ଭ କରିଲା ଏବଂ କେବଳ ଅଳ୍ପ ବୟସର ଝିଅମାନଙ୍କୁ ହିଁ ଭର୍ତ୍ତି କରିବାକୁ ଲାଗିଲା ।

ଝିଅମାନଙ୍କ ଉପରେ ମେହରବାନ ରହୁଥିଲା କାଣ୍ଡା

କାଣ୍ଡାର ଝିଅମାନଙ୍କ ପ୍ରତି ଅଧିକ ଆକର୍ଷିତ ହେଉଥିଲା । ସେ ସବୁବେଳେ ଝିଅମାନଙ୍କୁ ଉଚ୍ଚ ପଦ ଦେଇ ରଖୁଥିଲା । ଏବଂ ସେହି ଝିଅମାନଙ୍କୁ ସେ ଅଧିକ ସ୍ୟାଲେରୀ ମଧ୍ୟ ଦେଉଥିଲା । କାଣ୍ଡାର ୪୮ ଟି କମ୍ପାନୀ ଅଛି । ଯେଉଁଥିରେ ପାଖାପାଖିଇ ଝିଅମାନେ ହିଁ କାମକରନ୍ତି । କାଣ୍ଡା ନିଜ କମ୍ପାନୀର କାମ କରୁଥିବା ମହିଳାମାନଙ୍କ ସହ ସମ୍ବନ୍ଧ ମଧ୍ୟ ରଖିଥିଲା ।